ଥଣ୍ଡାକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ: ଶୀତ ଅଟକାଇଛି ଜେଟ୍‌ ଷ୍ଟ୍ରିମ୍‌

ଗ୍ରୀଷ୍ମରେ ଖରା, ମୌସୁମୀରେ ବର୍ଷା ଓ ଶୀତଦିନେ ଥଣ୍ଡା ଋତୁଚକ୍ରର ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପାଣିପାଗ ପରିବର୍ତ୍ତନ ପ୍ରକୃତିର ନିୟମ। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେପରି କି ଏବେ ଡିସେମ୍ବର ଶେଷ ହୋଇ ନୂଆବର୍ଷ ଆସିବାକୁ ଯାଉଛି। ଅଥଚ ଶୀତର ଦେଖାନାହିଁ। ଏଥିପାଇଁ ପାଣିପାଗ ବିଶେଷଜ୍ଞ ଜେଟ୍‌ ଷ୍ଟ୍ରିମ୍‌ ପ୍ରବାହ ନ ହେବାକୁ ଦାୟୀ କରିଛନ୍ତି। ସେମାନଙ୍କ ମତରେ ଭାରତର ଜଳବାୟୁକୁ ପ୍ରଭାବିତ କରୁଥିବା ଅନେକ କାରକ ରହିଛି। ତନ୍ମଧ୍ୟରୁ ଜେଟ୍‌ ବାୟୁଧାରା ଅନ୍ୟତମ। ଏହାକୁ ଜେଟ୍‌ ଷ୍ଟ୍ରିମ୍‌ ମଧ୍ୟ କୁହାଯାଏ। ୧୯୪୫ ମସିହାରେ ଜେଟ୍‌ ଷ୍ଟ୍ରିମ୍‌ ସମ୍ପର୍କରେ ସୂଚନା ମିଳିବା ପରେ ୧୯୪୯ରେ ଏହାକୁ ବିଶ୍ୱ ଜଳବାୟୁ ସହ ଯୋଡ଼ାଯାଇଥିଲା। ଜେଟ୍‌ ଷ୍ଟ୍ରିମ୍‌ ୪ ପ୍ରକାର ହୋଇଥିବାବେଳେ ଭାରତୀୟ ପାଣିପାଗ କ୍ଷେତ୍ରରେ ପଶ୍ଚିମା ଓ ପୂର୍ବା ବାୟୁଧାରା ପ୍ରଯୁଜ୍ୟ ହୋଇଥାଏ। ଭାରତକୁ ଶୀତ ଆଣିବା ପଶ୍ଚିମା ଜେଟ୍‌ ଷ୍ଟ୍ରିମ୍‌ର କାମ, ଯାହାକି ଏଥର ସକ୍ରିୟ ହୋଇପାରି ନାହିଁ।

 

ଜେଟ୍‌ ଷ୍ଟ୍ରିମ୍‌ କ’ଣ
ବାୟୁମଣ୍ଡଳର ଉପରି ଭାଗରେ ଜୋର୍‌ରେ ଗତି କରୁଥିବା ବାୟୁ ପ୍ରବାହକୁ ଜେଟ୍‌ ଷ୍ଟ୍ରିମ୍‌ କୁହାଯାଏ। ସମୁଦ୍ର ପତ୍ତନରୁ ୧୨ରୁ ୧୩ କି.ମି ଉପରେ ଏହା ପ୍ରବାହିତ ହୋଇଥାଏ। ମେରୁ ଅଞ୍ଚଳରୁ ଏହି ବାୟୁ ପ୍ରବାହ ହୁଏ। ଏହା ପଶ୍ଚିମରୁ ପୂର୍ବକୁ ବହିଥାଏ। ବେଳେ ବେଳେ ଏହା ଉତ୍ତରରୁ ଦକ୍ଷିଣକୁ ବହିଥାଏ। ଏହା ଥଣ୍ଡା ଓ ଗରମ ଅଞ୍ଚଳକୁ ବହିଥାଏ। ଏହାର ପ୍ରଭାବରେ ଶୀତ ଓ ଗ୍ରୀଷ୍ମ ପ୍ରଭାବିତ ହୋଇଥାଏ।

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ପରିବେଶକୁ ପ୍ରଭାବିତ କରିବାରେ ଲାଗିଛି। ଗତବର୍ଷ ଡିସେମ୍ବର ୨୨ରେ ଦିନର ସର୍ବୋଚ୍ଚ ତାପମାତ୍ରା ୧୫ରୁ ୧୭ ଡିଗ୍ରୀ ମଧ୍ୟରେ ରହିଥିବାବେଳେ ଚଳିତବର୍ଷ ଏହି ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଟପି ଯାଇଛି। ୨୦୧୯ ଡିସେମ୍ବରରେ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ଏବର୍ଷ ୧୧.୭ ଡିଗ୍ରୀ ସେଲସିୟସ୍‌ ଥିବା ପାଣିପାଗ ବିଭାଗ ରେକର୍ଡ କହୁଛି। ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହ୍ରାସ ପାଇବା ସହ ରାଜ୍ୟକୁ ମେରୁ ଅଞ୍ଚଳରୁ ଆସୁଥିବା ଜେଟ୍‌ ଷ୍ଟ୍ରିମ୍‌ ପ୍ରବାହ ବନ୍ଦ ହେବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ପାଣିପାଗବିତ୍‌ ମତ ଦେଇଛନ୍ତି। ନିମ୍ନଭାଗରେ କିଛି ପଶ୍ଚିମା ବାୟୁ ପ୍ରବାହ ହେଉଥିବାରୁ ଗତ ଦୁଇତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଜେଟ୍‌ ଷ୍ଟ୍ରିମ୍‌ ମୁଖ୍ୟତଃ ସମୁଦ୍ର ପତ୍ତନରୁ ୧୨ରୁ ୧୪ କି.ମି. ଉପରେ ପ୍ରବାହିତ ହୋଇଥାଏ। ଏହାର ଗତି ୨୦୧୯ ଡିସେମ୍ବରରେ ଘଣ୍ଟା ପ୍ରତି ୨୦୦ କି.ମି ରହୁଥିବା ବେଳେ ଚଳିତବର୍ଷ ଏ ପର୍ଯ୍ୟନ୍ତ ପ୍ରବାହିତ ହୋଇନାହିଁ। ଫଳରେ ମେରୁ ଅଞ୍ଚଳରୁ ଆସୁଥିବା ଥଣ୍ଡା ବାୟୁ ପ୍ରବାହ ଏକ ପ୍ରକାର ବନ୍ଦ ହୋଇଯାଇଛି। ତେଣୁ ଡିସେମ୍ବର ଶେଷ ହେବାକୁ ବସିଥିଲେ ମଧ୍ୟ ଶୀତର ପ୍ରକୋପ ସେହି ପରିମାଣରେ ବଢ଼ିନାହିଁ। ୨୦୧୯ରେ ଡିସେମ୍ବର ୧୬ରୁ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। କେତେକ ସ୍ଥାନରେ ପାରଦ ୩ ଡିଗ୍ରୀକୁ ଖସି ଆସିଥିଲା। ଦିନର ସର୍ବୋଚ୍ଚ ତାପମାତ୍ରା ୧୬ରୁ ୧୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଥିଲା। ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସେହିପରି ଶୀତଦିନ ଗତବର୍ଷ ତୁଳନାରେ ଏ ପର୍ଯ୍ୟନ୍ତ ୪ରୁ ୫ ଦିନ କମିଯାଇଛି। ଦୁଇତିନି ଦିନ ହେବ ଶୀତର ପ୍ରକୋପ ବଢ଼ିଥିଲେ ହେଁ ଦିନର ସର୍ବୋଚ୍ଚ ତାପମାତ୍ରା ଅଧିକ ରହୁଛି। ଫଳରେ ସନ୍ଧ୍ୟା କିମ୍ବା ସକାଳେ ଏତେ ପରିମାଣର ଶୀତ ଅନୁଭବ ହେଉନାହିଁ। ରାତି ୨ଟା ପରେ ତାପମାତ୍ରା ହ୍ରାସ ପାଉଛି। ଦିନରେ ଆକାଶ ମେଘମୁକ୍ତ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଇ ୩୦ ଡିଗ୍ରୀରେ ପହଞ୍ଚିଯାଉଛି। ଅନ୍ୟପକ୍ଷରେ ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବରର ଏ ପର୍ଯ୍ୟନ୍ତ ବର୍ଷା ହୋଇନାହିଁ। ମେଘୁଆ ପାଗ ଶୀତ ପରିମାଣ ବୃଦ୍ଧି କରିଥାଏ। ବର୍ଷା ନ ଥିବାରୁ ଦିନରେ ଶୀତର ପ୍ରକୋପ ଅନୁଭୂତ ହେଉନାହିଁ। ଗତ ଦୁଇବର୍ଷ ହେବ ଡିସେମ୍ବର ୧୫ରୁ ଶୀତ ଆରମ୍ଭ ହୋଇ ଫେବୃୟାରୀ ଶେଷ ଯାଏ ରହୁଥିଲା। ତେବେ ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ଶୀତ ୨୫ ତାରିଖ ଯାଏ ଚାଲିବ। ଏହା ପରେ ପୁଣି ହ୍ରାସ ପାଇବ। ଗତ ବର୍ଷ ତୁଳନାରେ ଶୀତର ପ୍ରକୋପ ସେତେ ବଢିବ ନାହିଁ ବୋଲି ପାଣିପାଗବିତ୍‌ ଶରତ ଚନ୍ଦ୍ର ସାହୁ କହିଛନ୍ତି।

୧୦ ଡିଗ୍ରୀ ତଳେ ୧୩ ଜିଲା
ପାଣିପାଗ ବିଭାଗ କହୁଛି ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ଶୀତ ପ୍ରବାହ ହେବ। ସର୍ବନିମ୍ନ ତାପାମାତ୍ର ୪ରୁ ୫ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡିରେ ୫.୫, କୋରାପୁଟ ୬.୬, ଅନୁଗୋଳ ୬, ସୁନ୍ଦରଗଡ଼ ୭.୫, ଭବାନୀପାଟଣା ୭.୨, ବଲାଙ୍ଗୀର ୮.୮, ଟିଟିଲାଗଡ଼ ୯, ବାରିପଦା ୮.୫, ଝାରସୁଗୁଡା ୭.୫, କେନ୍ଦୁଝର ୯, ସୋନପୁର ୯.୨, ବୌଦ୍ଧ ୯.୫ , ମାଲକାନଗିରି ୧୦.୫, ଭୁବନେଶ୍ୱର ୧୧.୭, ହୀରାକୁଦ ୧୧.୧ ଏବଂ ତାଳଚେରରେ ସର୍ବନିମ୍ନ ତାପମାତ୍ରା ୧୦.୧ ଡିଗ୍ରୀ ସେଲସିୟସ୍‌ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲାରେ ଥଣ୍ଡା ଲହରୀ ବହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୪ ତାରିଖରେ ମଧ୍ୟ କେତେକ ଜିଲାରେ ଥଣ୍ଡା ପବନ ପ୍ରବାହିତ ହେବ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ପାଇଁ ସତର୍କତା ଜାରି କରିବା ସହ ବାସହୀନଙ୍କ ପାଇଁ ସ୍କୁଲ, କମ୍ୟୁନିଟି ସେଣ୍ଟର ଏବଂ ଅନ୍ୟାନ୍ୟ ସରକାରୀ କୋଠାକୁ ରାତ୍ରୀକାଳୀନ ଅଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?