ଶପିଂ କରିବାକୁ ଯାଇ ରାସ୍ତା ଭୁଲିଗଲେ ଜାପାନ ରାଜକୁମାରୀ

ଟୋକିଓ,୨୪ା୧୧: ଜାପାନର ରାଜକୁମାରୀ ମାକୋ ବିଳାସମୟ ଜୀବନ ଏବଂ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଜଣେ ସାଧାରଣ ଲୋକଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ମାକୋ ଏବେ ସ୍ବାମୀ କେଇ କୋମୁରୋଙ୍କ ସହ ଜାପାନ ଛାଡ଼ି ଆମେରିକାରେ ରହୁଛନ୍ତି। ଏହା ମଧ୍ୟରେ ନ୍ୟୁୟର୍କ ସହରର ଏକ ମଲ୍‌ରେ ଶପିଂ କରୁଥିବାର ନଜର ଆସିଛନ୍ତି। ଏହି ଘଟଣା ପ୍ରଥମଥର ହୋଇଛି। କାରଣ ଯେତେବେଳେ ବି ମାକୋ ବାହାରକୁ ଯାଆନ୍ତି ତାଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀମାନେ ନିୟୋଜିତ ହୋଇଥାନ୍ତି। ମାତ୍ର କେଇଙ୍କୁ ବିବାହ କରିଥିବାରୁ ଜଣେ ସାଧାରଣ ମଣିଷ ପରି ସେ ଶପିଂ କରିବାକୁ ବାହାରି ଯାଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ୩୦ ବର୍ଷୀୟା ଜାପାନ ରାଜକୁମାରୀ ମାକୋ ନ୍ୟୁୟର୍କରେ ଶପିଂ କରୁଥିଲେ। ଯାହାକି ମଲ୍‌ରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ସେ ଏହି ମଲ୍‌ରୁ କିଛି ଘରୋଇ ସାମଗ୍ରୀ କିଣୁଥିବା ଜଣାପଡ଼ିଛି। ମଲ୍‌ରେ ସେ ପ୍ରାୟ ଦେଢ଼ ଘଣ୍ଟା ରହିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜକୁମାରୀ ଶପିଂ କରିବା ସାରିବା ପରେ ଘରକୁ ଆସିବା ପାଇଁ ରାସ୍ତା ଭୁଲି ଯାଇଥିଲେ। ସେ କିଛି ଲୋକଙ୍କୁ ରାସ୍ତା ପଚାରି ବୁଝିଥିଲେ। ଦୀର୍ଘଘଣ୍ଟା ପରେ ଘରକୁ ଫେରିଥିଲେ। ଏହି ଘଟଣା ଏବେ ଜାପାନ ଏବଂ ଆମେରିକାରେ ବି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଚଳନ୍ତା ଗାଡ଼ି ଆଗରେ ଏମିତି ଷ୍ଟଣ୍ଟ କରୁଛନ୍ତି ବୃଦ୍ଧ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

ରାଷ୍ଟ୍ରପତି ହେବାପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଗୋଟବାୟା ରାଜପାକ୍‌ସେ

କଲମ୍ବୋ,୨୦।୧୧: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତକୁ ଆସିବେ ବୋଲି ଜଣାପଡିଛି। ଭାରତର ବର୍ହିିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର...

ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି...

କରୋନାରୁ ଆରୋଗ୍ୟ ହେଲେ ୧୦୧ ବର୍ଷୀୟ ବୃଦ୍ଧ

ରୋମ୍‌,୨୮।୩- କରୋନା ମହାମାରୀରେ ଇଟାଲୀ ସର୍ବାଧିକ ପ୍ରଭାବିତ ଦେଶ। ଏହି ଦେଶରେ କରୋନା ସଂକ୍ରମଣ ଯୋଗୁ ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ...

ସଚେତନତାକୁ ଗୁରୁତ୍ୱ

‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଏହା ଆମେ ସମସ୍ତେ ଏଇ ବିଗତ ଦୁଇ ବର୍ଷର କରୋନା ମହାମାରୀ ଜନିତ ଭୟଙ୍କର ପରିସ୍ଥିତି ମଧ୍ୟରେ ଭଲ ଭାବରେ ଅନୁଭବ...

ରୁଷିଆର ଅସ୍ତ୍ରବିରତି ଘୋଷଣା

ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା...

Advertisement
Archives

Model This Week