ଟିଏସ୍‌ଏଲ୍‌ପିଏଲ୍‌ ନିଯୁକ୍ତି ବିଜ୍ଞପ୍ତି ପ୍ରସଙ୍ଗ ବିଧାନସଭାରେ ଉଠିଲା

ଭୁବନେଶ୍ବର, ୧ା୪(ବ୍ୟୁରୋ): ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ (ଟିଏସ୍‌ଏଲ୍‌ପିଏଲ୍‌) କୁ ନେଇ ଗୃହରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଉକ୍ତ କମ୍ପାନୀର କାରଖାନା ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତର ବିଲେଇପଦା ଏବଂ ଝାଡ଼ଖଣ୍ଡର ଜାମ୍‌ଶେଦପୁରଠାରେ ରହିଛି। କିନ୍ତୁ ବିଲେଇପଦା କାରଖାନା ପାଇଁ ଆବଶ୍ୟକ ନିଯୁକ୍ତି ନିମନ୍ତେ ବାହାରିଥିବା ବିଜ୍ଞପ୍ତିରେ ଝାଡ଼ଖଣ୍ଡ ଡୋମିସାଇଲ ନିୟମ ଅନୁଯାୟୀ ଆବେଦନ କରିବାକୁ କୁହାଯାଇଥିଲା। ଏଥିରେ ଓଡ଼ିଶାକୁ ଅଣଦେଖା କରାଯାଇଥିବାରୁ ବିରିକଳା ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ୧୩ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଶୁକ୍ରବାର ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।
ସାଲୁଜା ପ୍ରଶ୍ନକାଳରେ କହିଛନ୍ତି ଯେ, ରାଜ୍ୟରେ ମେକ୍‌ ଇନ୍‌ ଓଡ଼ିଶା ବା ଓଡ଼ିଶା କନ୍‌କ୍ଲେଭ୍‌ କରନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ୍‌ରୁ ଇନ୍‌ଭେଷ୍ଟମେଣ୍ଟ ଆଣନ୍ତୁ ସେସବୁ ନେଇ ବିରୋଧୀ ସଦସ୍ୟ ଦଳ ମତ ନିର୍ବିଶେଷରେ ସ୍ବାଗତ କରୁଛନ୍ତି। କୌଣସି ଦଳ ଏହାକୁ ବିରୋଧ କରନ୍ତି ନାହିଁ। ହେଲେ ସ୍ଥାନୀୟ ଯୁବତୀ ଯୁବକ ଯେଉଁମାନେ ଚାକିରି ଆଶାରେ ଅଛନ୍ତି ସେମାନେ କ’ଣ କରିବେ। ରାଜ୍ୟରେ ୮ ଲକ୍ଷ ୮୦ ହଜାର ୧୭୫ ବେକାର ଯୁବତୀ ଯୁବକ ୪୦ଟି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆବେଦନ କରିଛନ୍ତି। ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମାରେ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ୍‌ ଏକ ପ୍ଲାଣ୍ଟ ବସାଇବାକୁ ଯାଉଛି। ଓଡ଼ିଶା ସରକାରଙ୍କଠାରୁ ଏବଂ ଆମ ରାଜ୍ୟରୁ ଯାହାସବୁ ସୁବିଧା ନେବା କଥା ସେମାନେ ପାଉଛନ୍ତି। ବିରିକଳା ପାଖରେ ଏହି ପ୍ଲାଣ୍ଟ ବସିବ। ଆଶ୍ଚର୍ଯ୍ୟର ବିଷୟ, ସେହି ଟାଟା କମ୍ପାନୀ ଚାକିରି ବିଜ୍ଞାପନରେ ଉଲ୍ଲେଖ କରିଛି ଯେ, ଝାଡ଼ଖଣ୍ଡର ମୂଳବାସିନ୍ଦା ଏଥିରେ ଆବେଦନ କରିପାରିବେ। ଏହିଭଳି ନ ହେବା ଦରକାର। ଓଡ଼ିଶାର ବେକାର ଯୁବତୀ ଯୁବକ ଯେଉଁମାନେ ପଢ଼ିଛନ୍ତି ସେମାନଙ୍କୁ ଚାକିରି ଦିଆଯାଉ। ନ ହେଲେ ବଲାଙ୍ଗୀର ଜାଲ୍‌ ସାର୍ଟିଫିକେଟ ଏବଂ ବଣିକ କୋଚିଂ ଯେମିତି ଚାଲିଛି ସେହିଭଳି ପରିସ୍ଥିତି ଉପୁଯିବ ବୋଲି ସାଲୁଜା କହିଛନ୍ତି। ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା ଉପରେ ଉତ୍ତର ରଖି କହିଛନ୍ତି, ମାନ୍ୟବର ସଦସ୍ୟ ଯେଉଁ ପରାମର୍ଶ ଦେଉଛନ୍ତି, ସେନେଇ ସରକାର ସଚେତନ ଅଛନ୍ତି। ଏହାସହ ଗୃହକୁ ମଧ୍ୟ ବିଶ୍ୱାସ ଦେବାକୁ ଚାହୁଁଛି ଯେ, ଆଇନ ପରିସର ଭିତରେ ଯେତିକି ଓଡ଼ିଆ ଯୁବତୀ ଯୁବକ ଚାକିରି ପାଇବା କଥା ନିଶ୍ଚୟ ପାଇବେ। କେବଳ ସେତିକି ନୁହେଁ, ଓଡ଼ିଆ ଯୁବତୀ ଯୁବକଙ୍କୁ ଅଧିକ ଗୁରୁତ୍ୱ ଦେବା ଲାଗି କେତେକ ଶିଳ୍ପକୁ ନିର୍ଦ୍ଦେଶ ଦେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri