ଟିଏସ୍‌ଏଲ୍‌ପିଏଲ୍‌ ନିଯୁକ୍ତି ବିଜ୍ଞପ୍ତି ପ୍ରସଙ୍ଗ ବିଧାନସଭାରେ ଉଠିଲା

ଭୁବନେଶ୍ବର, ୧ା୪(ବ୍ୟୁରୋ): ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ (ଟିଏସ୍‌ଏଲ୍‌ପିଏଲ୍‌) କୁ ନେଇ ଗୃହରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଉକ୍ତ କମ୍ପାନୀର କାରଖାନା ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତର ବିଲେଇପଦା ଏବଂ ଝାଡ଼ଖଣ୍ଡର ଜାମ୍‌ଶେଦପୁରଠାରେ ରହିଛି। କିନ୍ତୁ ବିଲେଇପଦା କାରଖାନା ପାଇଁ ଆବଶ୍ୟକ ନିଯୁକ୍ତି ନିମନ୍ତେ ବାହାରିଥିବା ବିଜ୍ଞପ୍ତିରେ ଝାଡ଼ଖଣ୍ଡ ଡୋମିସାଇଲ ନିୟମ ଅନୁଯାୟୀ ଆବେଦନ କରିବାକୁ କୁହାଯାଇଥିଲା। ଏଥିରେ ଓଡ଼ିଶାକୁ ଅଣଦେଖା କରାଯାଇଥିବାରୁ ବିରିକଳା ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ୧୩ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଶୁକ୍ରବାର ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।
ସାଲୁଜା ପ୍ରଶ୍ନକାଳରେ କହିଛନ୍ତି ଯେ, ରାଜ୍ୟରେ ମେକ୍‌ ଇନ୍‌ ଓଡ଼ିଶା ବା ଓଡ଼ିଶା କନ୍‌କ୍ଲେଭ୍‌ କରନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ୍‌ରୁ ଇନ୍‌ଭେଷ୍ଟମେଣ୍ଟ ଆଣନ୍ତୁ ସେସବୁ ନେଇ ବିରୋଧୀ ସଦସ୍ୟ ଦଳ ମତ ନିର୍ବିଶେଷରେ ସ୍ବାଗତ କରୁଛନ୍ତି। କୌଣସି ଦଳ ଏହାକୁ ବିରୋଧ କରନ୍ତି ନାହିଁ। ହେଲେ ସ୍ଥାନୀୟ ଯୁବତୀ ଯୁବକ ଯେଉଁମାନେ ଚାକିରି ଆଶାରେ ଅଛନ୍ତି ସେମାନେ କ’ଣ କରିବେ। ରାଜ୍ୟରେ ୮ ଲକ୍ଷ ୮୦ ହଜାର ୧୭୫ ବେକାର ଯୁବତୀ ଯୁବକ ୪୦ଟି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆବେଦନ କରିଛନ୍ତି। ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମାରେ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ୍‌ ଏକ ପ୍ଲାଣ୍ଟ ବସାଇବାକୁ ଯାଉଛି। ଓଡ଼ିଶା ସରକାରଙ୍କଠାରୁ ଏବଂ ଆମ ରାଜ୍ୟରୁ ଯାହାସବୁ ସୁବିଧା ନେବା କଥା ସେମାନେ ପାଉଛନ୍ତି। ବିରିକଳା ପାଖରେ ଏହି ପ୍ଲାଣ୍ଟ ବସିବ। ଆଶ୍ଚର୍ଯ୍ୟର ବିଷୟ, ସେହି ଟାଟା କମ୍ପାନୀ ଚାକିରି ବିଜ୍ଞାପନରେ ଉଲ୍ଲେଖ କରିଛି ଯେ, ଝାଡ଼ଖଣ୍ଡର ମୂଳବାସିନ୍ଦା ଏଥିରେ ଆବେଦନ କରିପାରିବେ। ଏହିଭଳି ନ ହେବା ଦରକାର। ଓଡ଼ିଶାର ବେକାର ଯୁବତୀ ଯୁବକ ଯେଉଁମାନେ ପଢ଼ିଛନ୍ତି ସେମାନଙ୍କୁ ଚାକିରି ଦିଆଯାଉ। ନ ହେଲେ ବଲାଙ୍ଗୀର ଜାଲ୍‌ ସାର୍ଟିଫିକେଟ ଏବଂ ବଣିକ କୋଚିଂ ଯେମିତି ଚାଲିଛି ସେହିଭଳି ପରିସ୍ଥିତି ଉପୁଯିବ ବୋଲି ସାଲୁଜା କହିଛନ୍ତି। ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା ଉପରେ ଉତ୍ତର ରଖି କହିଛନ୍ତି, ମାନ୍ୟବର ସଦସ୍ୟ ଯେଉଁ ପରାମର୍ଶ ଦେଉଛନ୍ତି, ସେନେଇ ସରକାର ସଚେତନ ଅଛନ୍ତି। ଏହାସହ ଗୃହକୁ ମଧ୍ୟ ବିଶ୍ୱାସ ଦେବାକୁ ଚାହୁଁଛି ଯେ, ଆଇନ ପରିସର ଭିତରେ ଯେତିକି ଓଡ଼ିଆ ଯୁବତୀ ଯୁବକ ଚାକିରି ପାଇବା କଥା ନିଶ୍ଚୟ ପାଇବେ। କେବଳ ସେତିକି ନୁହେଁ, ଓଡ଼ିଆ ଯୁବତୀ ଯୁବକଙ୍କୁ ଅଧିକ ଗୁରୁତ୍ୱ ଦେବା ଲାଗି କେତେକ ଶିଳ୍ପକୁ ନିର୍ଦ୍ଦେଶ ଦେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?