ଉଠିଲା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପ୍ରସଙ୍ଗ

ଭୁବନେଶ୍ୱର,୧।୬ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମୌସୁମୀ ବର୍ଷା ଆସିବା ପୂର୍ବରୁ ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନଗୁଡିକୁ ପରିଷ୍କାର କରିବା, ଜଳବନ୍ଦୀ ଅଞ୍ଚଳରେ ପମ୍ପଯୋଗେ ଜଳ ନିଷ୍କାସନ କରିବା, ଡେଙ୍ଗୁ ମୁକାବିଲା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଭୁବନେଶ୍ୱରରେ ଗୋଷ୍ଠୀ ଭିତ୍ତିକ ବର୍ଜ୍ୟ ପରିଚାଳନାକୁ ଦୃଢୀଭୁତ କରିବା, ଏହାର ଫଳ ସ୍ବରୂପ ବର୍ଜ୍ୟ ପୃଥକୀକରଣ ଏବଂ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ପ୍ରତି ୱାର୍ଡରେ ୧୦ ଜଣ ସ୍ବଚ୍ଛ ସାଥୀ ନିଯୁକ୍ତ ହେବା ନେଇ ନିଷ୍ପତ୍ତି ହୋଇଥିଲା। ଏବେ ପ୍ରତି ୱାର୍ଡରେ ୪ ଜଣ ଲେଖାଏ ସ୍ବଚ୍ଛ ସାଥୀ ରହିଥିବାବେଳେ ଆଉ ୬ ଜଣଙ୍କୁ ନିଯୁକ୍ତ କରାଯିବ। ସେହିପରି ବର୍ଷା ଆସିବା ପୂର୍ବରୁ ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରିବା, ୩୮ ନମ୍ବର ୱାର୍ଡରେ ଜି+୧ ଗଣେଶ ମାର୍କେଟ ନିର୍ମାଣ ହେବା, ବିଏମ୍‌ସି ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା। କଞ୍ଜରଭେନ୍ସି ଲେନ୍‌ଗୁଡିକରେ ପେଭର ବ୍ଲକ ରାସ୍ତା ନିର୍ମାଣ କରିବା, ବିନା ରସିଦରେ କୌଣସି ଜରିମାନା ଆଦାୟ ନ କରିବା, ବିଏମ୍‌ସିର ବିଭିନ୍ନ ଉନ୍ନୟନମୂଳକ କାମ କରିବା ପାଇଁ କର୍ମଚାରୀଙ୍କର ଅଭାବ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା, ପ୍ରତ୍ୟେକ ହୋଲଡିଂରୁ ଟିକସ ଆଦାୟ କରିବା, ୟୁନିଟ-୨ ଓ ୩ରେ ଥିବା ସରକାରୀ କ୍ୱାର୍ଟରଗୁଡିକରୁ ବାହାରୁ ଥିବା ଅଳିଆକୁ ଉଠାଇବା ଲାଗି ଆର୍‌ ଆଣ୍ଡ ବି କୁ ଲିଖିତ ଭାବେ ଜଣାଇବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟରେ ପାଇଖାନା ନିର୍ମାଣ ହେବା ସହ ବିପଦ ସଂକୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହଗୁଡିକ ତୁରନ୍ତ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଭୁବନେଶ୍ୱର ଉତ୍ତର ବିଧାୟକଙ୍କ ପ୍ରତିନିଧି କୁନ୍ତିଲତା ମହାରଣା, ମଧ୍ୟ ବିଧାୟକଙ୍କ ପ୍ରତିନିଧି ମିଲନ କୁମାର ପାଇକରାୟ ଏବଂ ଏକାମ୍ର ବିଧାୟକ ତଥା ମନ୍ତ୍ରୀ (ଏସ୍‌ଏସ୍‌ଇପିଡି)ଙ୍କ ପ୍ରତିନିଧି ଦାଶରଥି ଗରାବଡୁ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ସମେତ ସମସ୍ତ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।
୨୦ ତାରିଖ ସୁଦ୍ଧା ଷ୍ଟାଣ୍ଡିଂ କମିଟି ନିର୍ବାଚନ
ବିଏମ୍‌ସି ଇତିହାସରେ ପ୍ରଥମ କରି ଷ୍ଟାଣ୍ଡିଂ କମିଟି ବୈଠକ ନ ବସି କର୍ପୋରେଶନ ବୈଠକ ଅନୁଷ୍ଠିତ ହେଲା। ନିୟମ ଅନୁଯାୟୀ, ପ୍ରତି ମାସରେ ବିଏମ୍‌ସିର କର୍ପୋରେସନ ବୈଠକ ହେବ ଏବଂ ଏହା ପୂର୍ବରୁ ସମସ୍ତ ଷ୍ଟାଣ୍ଡିଂ କମିଟିର ବୈଠକ ସରିବ। ଏଥିରେ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ କର୍ପୋରେଶନରେ ମୋହର ମାରିବ। ମାତ୍ର ବିଏମ୍‌ସିରେ ପ୍ରଥମ ଥର ପାଇଁ ଏହି ନିୟମରେ ବିଚ୍ୟୁତି ଘଟିଛି। ଯାହାକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅପରପକ୍ଷେ ମ୍ୟୁନିସିପାଲିଟି ଆକ୍ଟ ଅନୁଯାୟୀ ଷ୍ଟାଣ୍ଡିଂ କମିଟି କାର୍ଯ୍ୟକାଳ ୧ବର୍ଷ ୩ମାସ ପର୍ଯ୍ୟନ୍ତ ରହି ପାରିବ। ତେଣୁ ଜୁନ୍‌ ୨୦ ତାରିଖ ଯାଏ ଅବଧି ରହିଥିବା ମେୟର ସଫେଇ ଦେଇଥିଲେ। ଜୁନ୍‌ ୨୦ ସୁଦ୍ଧା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ମେୟର କହିଥିଲେ। କମିଟିର କାର୍ଯ୍ୟକାଳ ସରିବା ପରେ ଦୁଇ ଥର ନିର୍ବାଚନ କରାଯିବା ନେଇ ବିଏମସି ବିଜ୍ଞପ୍ତି ଜାରି କରିଥିଲା। ମାତ୍ର ବିଭିନ୍ନ କାରଣବଶତଃ ଏହାକୁ ଏବେ ଅନିର୍ଦ୍ଦିଷ୍ଟ କାଳ ଯାଏ ଘୁଞ୍ଚାଇ ଦିଆଯାଇଥିବା ମେ’ ୩୦ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?