ପାନ୍ଥନିବାସକୁ ଘରୋଇକରଣ ଉଦ୍ୟମ ପ୍ରସଙ୍ଗ: ପୁନର୍ବିଚାର ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର(ବ୍ୟୁରୋ),୧୫।୯: ଲାଭରେ ଚାଲିବା ସତ୍ତ୍ୱେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥ ନିବାସଗୁଡ଼ିକୁ ଘରୋଇ ହୋଟେଲ ସଂସ୍ଥା ହାତକୁ ଟେକିଦେବାକୁ ଚକ୍ରାନ୍ତ କରାଯାଉଛି। ରାଜ୍ୟ ପର୍ଯ୍ୟଟନ ବିଭାଗର କେତେଜଣ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଫାଇଦା ପାଇଁ ପାନ୍ଥ ନିବାସଗୁଡ଼ିକୁ ଲିଜ୍‌ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ଅଭିଯୋଗ କରିଛି। ସଂଘ କହିଛି, ଲୋକଙ୍କୁ ସୁଲଭ ମୂଲ୍ୟରେ ତଥା ଭରସାଯୋଗ୍ୟ ଆତିଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ସରକାର ପାନ୍ଥନିବାସର ପରିକଳ୍ପନା କରିଥିଲେ। ଅବସର ବିନୋଦନ ନିମନ୍ତେ ପାନ୍ଥନିବାସ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତଙ୍କ ପ୍ରଥମ ପସନ୍ଦ ରହିଆସିଛି। ୨୦୦୩-୦୪ରୁ ରାଜ୍ୟର ସମସ୍ତ ପାନ୍ଥନିବାସ ନିୟମିତ ଲାଭରେ ଚାଲିଛି। ଏସବୁ ସତ୍ତ୍ୱେ ପ୍ରଥମେ ୫ ଓ ପରବର୍ତ୍ତୀ ସମୟରେ ସମସ୍ତ ୨୧ଟି ପାନ୍ଥନିବାସକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ କାହିଁକି ଭିତିରି ଷଡ଼ଯନ୍ତ୍ର କରାଯାଉଛି ତାହାକୁ ନେଇ ସଂଘ ପ୍ରଶ୍ନ କରିଛି।
ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି, ୧୯୯୯-୨୦୦୦ରୁ ନିଗମ ସରକାରଙ୍କଠାରୁ କୌଣସି ଇକ୍ୟୁଟି ଶେୟାର ପାଇନାହିଁ। ଏହାପରେ ବି ନିୟମିତ ଲାଭ କରି ଆସିଛି। ୨୦୧୭-୧୮ରେ ୨୧ ପାନ୍ଥନିବାସର କାରବାର ୩୧କୋଟି ୨୪ ଲକ୍ଷରୁ ୨୦୧୮-୧୯ରେ ୩୯ କୋଟି ୩୯ ଲକ୍ଷରେ ପହଞ୍ଚତ୍ଥିଲା। ୨୦୧୯-୨୦ରେ କରୋନା ସତ୍ତ୍ୱେ ୩୩କୋଟି ୨୬ଲକ୍ଷରୁ ଅଧିକ କାରବାର କରିଛି। ଫଳରେ ପାନ୍ଥନିବାସ ପରିଚାଳନା କରୁଥିବା ଓଟିଡିସି ୨୦୧୮-୧୯ରେ ସରକାରଙ୍କୁ ୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏବେ ଯେଉଁ ୫ଟି ପାନ୍ଥନିବାସକୁ ୩୦ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଦେବାକୁ ଉଦ୍ୟମ ହୋଇଛି ସେଗୁଡ଼ିକ ବି ଲାଭରେ ଚାଲିଛି। ଯେଉଁଥିପାଇଁ ଅଭିବୃଦ୍ଧି କ୍ଷେତ୍ରରେ ପାନ୍ଥନିବାସଗୁଡ଼ିକ ସରକାରଙ୍କ ବ୍ରୋଞ୍ଜ୍‌ ଉଦ୍ୟୋଗ ତାଲିକାରୁ ରୌପ୍ୟକୁ ଉନ୍ନୀତ ହୋଇଛି। ଏହାସତ୍ତ୍ୱେ ସରକାରଙ୍କ ଏହି ଲାଭକରୀ ସଂସ୍ଥାକୁ ସାମୟିକ ଭାବେ ବିକିଦେବାକୁ ଯୋଜନା କରିବା ଦୁର୍ଭାଗ୍ୟଜନକ ବୋଲି ସଂଘ ସଭାପତି ଶିବାନନ୍ଦ ରାୟ କହିଛନ୍ତି। ଯଦି ପର୍ଯ୍ୟଟନ ବିଭାଗ ଓଡ଼ିଶାକୁ ନାମୀ ହୋଟେଲକୁ ଆଣିବାକୁ ଚାହୁଁଛନ୍ତି ତା’ହେଲେ ସରକାର ଅନ୍ୟ ସ୍ଥାନରେ ସେମାନଙ୍କୁ ଜାଗା ଦେଇପାରିବେ। କିନ୍ତୁ ସେପରି ନକରି ପାନ୍ଥନିବାସ ଉପରେ ଆଖି ପକାଇବା ଠିକ୍‌ ହେବନି। ପାନ୍ଥନିବାସ ବେସରକାରୀ ହୋଟେଲ ଦ୍ୱାରା ପରିଚାଳିତ ହେଲେ ଏହା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ ବାହାରକୁ ଚାଲିଯିବ। ତେଣୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ସଚିବ, ଓଟିଡିସି ଅଧ୍ୟକ୍ଷା ଏ ବାବଦରେ ପୁନର୍ବିଚାର କରନ୍ତୁ। ନଚେତ୍‌ ସଂଘ ରାସ୍ତାକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri