ସଂସଦରେ ଉଠିବ ପରୀ, ମମିତା ପ୍ରସଙ୍ଗ

ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ସଂସଦର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ମୁଖ୍ୟତଃ ୩ କୃଷି ଆଇନ ଉଚ୍ଛେଦ ବିଲ୍‌ ପାସ୍‌ ହେବାକୁ ଥିବାବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଏଥର ସଂସଦରେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ମୁହଁ ଖୋଲିବାକୁ ରାଜ୍ୟର ଏମ୍‌ପିମାନେ ପ୍ରସ୍ତୁତ ହୋଇଛନ୍ତି। ଏଥର ପାର୍ଲାମେଣ୍ଟରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହଁ ଖୋଲିବାକୁ ଭାଜପା ମତ ରଖିଛି। ସେହିପରି ଅପହରଣ ଓ ହତ୍ୟା ଘଟଣାରୁ ଆରମ୍ଭ କରି ମମିତା ମେହେର ହତ୍ୟା ଘଟଣା ପର୍ଯ୍ୟନ୍ତ ସମସ୍ତ ବିଷୟ ପାର୍ଲାମେଣ୍ଟରେ ଉଠିବ ବୋଲି ଭାଜପା କହିଛି। ସେହିପରି ବିଭିନ୍ନ ପଡ଼ୋଶୀ ରାଜ୍ୟ ସହ ରହିଥିବା ସୀମା ବିବାଦ ପ୍ରସଙ୍ଗରେ ମଧ୍ୟ ଦଳ ମୁହଁ ଖୋଲିବାକୁ ପ୍ରସ୍ତୁତ ହୋଇଛି। ଅନ୍ୟପଟେ ବିଜେଡି ଉଷୁନା ଚାଉଳ ସଂଗ୍ରହ, ମହିଳାଙ୍କ ପାଇଁ ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହ ରାଜ୍ୟ ବିଧାନ ପରିଷଦ ପ୍ରସଙ୍ଗ ଉଠାଇବ ବୋଲି କହିଛି। ସେହିପରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ମମିତା ମେହେର ହତ୍ୟା ଘଟଣା ଉଠାଇବ ବୋଲି କଂଗ୍ରେସ ମତ ରଖିଛି।

ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସବୁଠାରୁ ବଡ଼ ପ୍ରସଙ୍ଗ। ପରୀଠାରୁ ଆରମ୍ଭ କରି ମମିତା ମେହେର ହତ୍ୟା ପ୍ରସଙ୍ଗ କଥା ଆଲୋଚନା ହେବ। ଓଡ଼ିଶାରେ ଦେଖାଦେଉଥିବା ନାରୀ ନିର୍ଯାତନା ସବୁଠାରୁ ବଡ଼ ପ୍ରସଙ୍ଗ। ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିବା ଲାଗି ଆମେ ଏଥର ବ୍ୟାପକ ପ୍ରସ୍ତୁତି କରିଛୁ। ଏସବୁ ପ୍ରସଙ୍ଗକୁ ଲୋକ ସଭାରେ ଶାଣିତ ଭାବେ ଭାଜପା ଉପସ୍ଥାପିତ କରିବ।
କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳା ସବୁଠାରୁ ବଡ଼ ପ୍ରସଙ୍ଗ। ମମିତା ମେହେର ହତ୍ୟା ଘଟଣା ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ମନ୍ତ୍ରୀଙ୍କ ସମ୍ପୃକ୍ତି କଥା ଆସୁଛି। ଯେପର୍ଯ୍ୟନ୍ତ ସେମାନଙ୍କୁ ବରଖାସ୍ତ କରାଯିବ ନାହିଁ ଏବଂ ଏହି ଘଟଣାରେ ନିରପେକ୍ଷ ତଦନ୍ତ ହେବ ନାହିଁ ସେକଥା କଂଗ୍ରେସ ଉଠାଇବ। ସେହିପରି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ରହିଥିବା ସୀମା ବିବାଦ ଘଟଣାରେ ଯେଉଁ ମୁଖ୍ୟ ଶାସନ ସଚିବ ସ୍ତରୀୟ କମିଟି କରାଯାଇଛି, ସେଥିରେ କେହି ଲୋକପ୍ରତିନିଧି ନାହାନ୍ତି। ଯଦି ଏହି ଘଟଣାରେ ଲୋକଙ୍କ ସ୍ବାର୍ଥ ହାନି ଘଟିବ ତେବେ ରାସ୍ତାଠାରୁ ଲୋକ ସଭା ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନ ହେବ ବୋଲି ଉଲାକା କହିଛନ୍ତି।

ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚଳିତବର୍ଷ କେନ୍ଦ୍ର ସରକାର ଏକ ଆଦେଶନାମା ଜାରି କରିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରୁ ଆଉ ଉଷୁନା ଚାଉଳ ପ୍ରୋକ୍ୟୁର କରିବେ ନାହିଁ। ଏହାଦ୍ୱାରା ଧାନ ସଂଗ୍ରହ ଉପରେ ଏକ ନାକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି। ଏହାଦ୍ୱାରା ସବୁଠାରୁ ଅଧିକ କ୍ଷତି ଚାଷୀମାନଙ୍କର ହିଁ ହେବ। ଏ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି କେନ୍ଦ୍ରକୁ ଅନୁରୋଧ କରିବୁ। ଏହିପରି ଯେଉଁସବୁ ଚାଷୀ ଏବଂ ଓଡ଼ିଶା ସମ୍ବଳିତ ପ୍ରଶ୍ନ ରହିଛି ତାହା ଉପସ୍ଥାପିତ କରିବୁ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?