Posted inଫୁରସତ

ସମୁଦ୍ରରେ ବିଲୀନ ହେବ ଏହି ଦ୍ୱୀପ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ସାରା ବିଶ୍ୱରେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷଜ୍ଞଙ୍କ ଦ୍ୱାରା ଏହା ମଧ୍ୟ ସତର୍କ କରାଯାଉଛି ଯେ, ଏହି କାରଣରୁ ବରଫ ତରଳି ଯିବ ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ଫଳରେ ସମୁଦ୍ର ମଧ୍ୟରେ ଏବଂ ପାର୍ଶ୍ୱରେ ଥିବା ଦ୍ୱୀପ ପାଣିରେ ବିଲୀନ ହୋଇଯିବ। ଆମେରିକୀୟ ବୈଜ୍ଞାନିକ ବେନୋ ଗୁଟେନବର୍ଗଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡ଼ିଛି ଯେ, ସମୁଦ୍ର ଜଳ ଅତି ଦ୍ରୁତ ଗତିରେ ବଢ଼ୁଛି। ଏଥିପାଇଁ ଗୁଟେନବର୍ଗ ଗତ ୧୦୦ ବର୍ଷର ତଥ୍ୟ ଅଧ୍ୟୟନ କରିଥିଲେ। ବରଫ ତରଳିବାରୁ ସମୁଦ୍ରର ଜଳକୁ ବୃଦ୍ଧି ଘଟୁଛି। ୯୦ ଦଶକରେ ନାସା ମଧ୍ୟ ଏହା ନିଶ୍ଚିତ କରିଛି।

ସମୁଦ୍ରରେ ଜଳ ସ୍ତରର ବୃଦ୍ଧି ହେତୁ ସବୁଠାରୁ ବଡ଼ ବିପଦ ହେଉଛି ସୁନ୍ଦର ଦ୍ୱୀପପୁଞ୍ଜ ସବୁ ପାଣିରେ ବୁଡ଼ିଯିବେ। ଏପରି ଅନେକ ଦ୍ୱୀପ ଅଛି, ଯାହା ଆଗାମୀ ୬୦ ବର୍ଷ ମଧ୍ୟରେ ପାଣିରେ ବୁଡ଼ିଯିବେ। ଜାଣନ୍ତୁ ଏସବୁ ଦ୍ୱୀପ ବିଷୟରେ…

ମାଳଦ୍ୱୀପ:
ପର୍ଯ୍ୟଟକମାନଙ୍କ ପାଇଁ ସ୍ବର୍ଗ କୁହାଯାଉଥିବା ଏହି ମାଳଦ୍ୱୀପ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ଏହି ଦ୍ୱୀପକୁ ଭାରତ ମହାସାଗରର ଗର୍ବ ମଧ୍ୟ କୁହାଯାଏ। ଏଠାରେ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ରିସର୍ଟ ଏବଂ ଏପରିକି ଅଣ୍ଡର ଓ୍ବାଟର ହୋଟେଲ ଅଛି । କିନ୍ତୁ ଓ୍ବାଲର୍‌ଡ ବ୍ୟାଙ୍କ ସମେତ ଅନେକ ସଂସ୍ଥା ଏହାକୁ ନେଇ ଭୟ କରୁଛନ୍ତି। କାରଣ ଜଳସ୍ତର ବୃଦ୍ଧି ଘଟୁଥିବାରୁ ୨୧୦୦ ମସିହା ସୁଦ୍ଧା ଏହି ଦ୍ୱୀପପୁଞ୍ଜ ପାଣିରେ ବୁଡ଼ି ଯାଇପାରେ।

ସେହିପରି ଆଉ କିଛି ଦ୍ୱୀପ ଯଥା ପଲାଉ, ମାଇକ୍ରୋନେସିଆ, ଫିଜି, ସୋଲେମନ ଦ୍ୱୀପ ସମୁଦ୍ର ମଧ୍ୟରେ ଲୀନ ହେବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri