Posted inଫୁରସତ

ସମୁଦ୍ରରେ ବିଲୀନ ହେବ ଏହି ଦ୍ୱୀପ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ସାରା ବିଶ୍ୱରେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷଜ୍ଞଙ୍କ ଦ୍ୱାରା ଏହା ମଧ୍ୟ ସତର୍କ କରାଯାଉଛି ଯେ, ଏହି କାରଣରୁ ବରଫ ତରଳି ଯିବ ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ଫଳରେ ସମୁଦ୍ର ମଧ୍ୟରେ ଏବଂ ପାର୍ଶ୍ୱରେ ଥିବା ଦ୍ୱୀପ ପାଣିରେ ବିଲୀନ ହୋଇଯିବ। ଆମେରିକୀୟ ବୈଜ୍ଞାନିକ ବେନୋ ଗୁଟେନବର୍ଗଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡ଼ିଛି ଯେ, ସମୁଦ୍ର ଜଳ ଅତି ଦ୍ରୁତ ଗତିରେ ବଢ଼ୁଛି। ଏଥିପାଇଁ ଗୁଟେନବର୍ଗ ଗତ ୧୦୦ ବର୍ଷର ତଥ୍ୟ ଅଧ୍ୟୟନ କରିଥିଲେ। ବରଫ ତରଳିବାରୁ ସମୁଦ୍ରର ଜଳକୁ ବୃଦ୍ଧି ଘଟୁଛି। ୯୦ ଦଶକରେ ନାସା ମଧ୍ୟ ଏହା ନିଶ୍ଚିତ କରିଛି।

ସମୁଦ୍ରରେ ଜଳ ସ୍ତରର ବୃଦ୍ଧି ହେତୁ ସବୁଠାରୁ ବଡ଼ ବିପଦ ହେଉଛି ସୁନ୍ଦର ଦ୍ୱୀପପୁଞ୍ଜ ସବୁ ପାଣିରେ ବୁଡ଼ିଯିବେ। ଏପରି ଅନେକ ଦ୍ୱୀପ ଅଛି, ଯାହା ଆଗାମୀ ୬୦ ବର୍ଷ ମଧ୍ୟରେ ପାଣିରେ ବୁଡ଼ିଯିବେ। ଜାଣନ୍ତୁ ଏସବୁ ଦ୍ୱୀପ ବିଷୟରେ…

ମାଳଦ୍ୱୀପ:
ପର୍ଯ୍ୟଟକମାନଙ୍କ ପାଇଁ ସ୍ବର୍ଗ କୁହାଯାଉଥିବା ଏହି ମାଳଦ୍ୱୀପ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ଏହି ଦ୍ୱୀପକୁ ଭାରତ ମହାସାଗରର ଗର୍ବ ମଧ୍ୟ କୁହାଯାଏ। ଏଠାରେ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ରିସର୍ଟ ଏବଂ ଏପରିକି ଅଣ୍ଡର ଓ୍ବାଟର ହୋଟେଲ ଅଛି । କିନ୍ତୁ ଓ୍ବାଲର୍‌ଡ ବ୍ୟାଙ୍କ ସମେତ ଅନେକ ସଂସ୍ଥା ଏହାକୁ ନେଇ ଭୟ କରୁଛନ୍ତି। କାରଣ ଜଳସ୍ତର ବୃଦ୍ଧି ଘଟୁଥିବାରୁ ୨୧୦୦ ମସିହା ସୁଦ୍ଧା ଏହି ଦ୍ୱୀପପୁଞ୍ଜ ପାଣିରେ ବୁଡ଼ି ଯାଇପାରେ।

ସେହିପରି ଆଉ କିଛି ଦ୍ୱୀପ ଯଥା ପଲାଉ, ମାଇକ୍ରୋନେସିଆ, ଫିଜି, ସୋଲେମନ ଦ୍ୱୀପ ସମୁଦ୍ର ମଧ୍ୟରେ ଲୀନ ହେବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri