Posted inଫୁରସତ

ଦ୍ୱୀପ, ଯେଉଁଠି ମହିଳା ଯିବା ମନା

ଜାପାନର ଏକ ଦ୍ୱୀପ ହେଉଛି ଓକିନୋସିମା। ଏହି ଦ୍ୱୀପ ସହ ଜଡିତ ରହିଛି ଅନେକ ରୋଚକ ନିୟମ। ଯାହା ସମ୍ପର୍କରେ ଜାଣିଲେ ଯେ କେହି ବି ଚକିତ ହୋଇଯିବେ। ଏ ହେଉଛି ଏମିତି ଏକ ଦ୍ୱୀପ ଯେଉଁଠି ମହିଳାମାନେ ଯିବା ସମ୍ପୂର୍ଣ୍ଣଭାବେ ମନା। ଆଉ ପୁରୁଷଙ୍କୁ ଯିବାକୁ ହେଲେ କିଛି କଡା ନିୟମ ପାଳନ କରିବାକୁ ହୁଏ। ଏହି ଦ୍ୱୀପକୁ ୟୁନେସ୍କା ଦ୍ୱାରା ଓ୍ବାଲର୍‌ଡ ହେରିଟେଜ୍‌ର ମାନ୍ୟତା ମିଳିଛି। ୭୦୦ ବର୍ଗ ମିଟର ପରିମିତ ଉକ୍ତ ଦ୍ୱୀପ ବିଷୟରେ କୁହାଯାଏ ଯେ, ଚତୁର୍ଥରୁ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଏହା କୋରିଆର ପ୍ରାୟ ଦ୍ୱୀପ ଓ ଚାଇନା ମଧ୍ୟରେ ବାଣିଜ୍ୟର କେନ୍ଦ୍ର ଥିଲା। ଏଠାରେ ‘ମୁନାକାତା ତାଇଶା ଓକିତ୍ସୁ’ ନାମକ ଏକ ମନ୍ଦିର ବି ଅଛି, ଯେଉଁଠି ସମୁଦ୍ର ଦେବୀଙ୍କୁ ପୂଜା କରାଯାଏ। ୧୭ ଶତାବ୍ଦୀରେ ଏଠାରେ ଜାହାଜଗୁଡିକର ସୁରକ୍ଷା ପାଇଁ ପୂଜା କରାଯାଉଥିଲା। ସେଥିପାଇଁ ଧାର୍ମିକ ରୂପରେ ଉକ୍ତ ଦ୍ୱୀପକୁ ପବିତ୍ର ବୋଲି ଧରାଯାଏ। ଆଉ ଏଠାରେ ଆଜି ବି ଧର୍ମ ସମ୍ବନ୍ଧୀୟ ଅନେକ କଟକଣା ରହିଛି। ସେଥିପାଇଁ ଏଠାରେ ମହିଳାଙ୍କ ପ୍ରବେଶକୁ ବାରଣ କରାଯାଏ। ଆଉ ପୁରୁଷଙ୍କୁ ଯିବାକୁ ହେଲେ ପ୍ରଥମେ ସେମାନଙ୍କୁ ନିର୍ବସ୍ତ୍ର ହୋଇ ସ୍ନାନ କରିବାକୁ ହୁଏ। ଏହି ଦ୍ୱୀପରେ ଏତେ ଶକ୍ତ କଟକଣା ରହିଛି ଯେ, ବର୍ଷକ ମଧ୍ୟରେ କେବଳ ୨୦୦ ପୁରୁଷ ହିଁ ଉକ୍ତ ଦ୍ୱୀପକୁ ଯାଇପାରନ୍ତି। ଆଉ ସେଠାକୁ ଯାଉଥିବା ଲୋକ ସେଠାରୁ କୌଣସି ଜିନିଷ ନିଜ ସହ ଆଣିପାରିବେ ନାହିଁ। ଏମିତି ଘାସ ଟିକେ ବି ଆଣିପାରିବେ ନାହିଁ। ତା’ସହ ଏଠାକୁ ଆସିଥିବା ନେଇ କାହାକୁ କହିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri