Posted inଫୁରସତ

ଦେବତାଙ୍କ ଦ୍ୱୀପ ବାଲି ଦ୍ୱୀପ

ଦ୍ୱୀପର ଦେଶ ଭାବେ ପରିଚିତ ଇଣ୍ଡୋନେସିଆର ଏକ ପ୍ରସିଦ୍ଧ ଦ୍ୱୀପ ହେଉଛି ବାଲି। ସମୁଦ୍ରତଟର ଆକର୍ଷଣ ସାଙ୍ଗକୁ ପର୍ଯ୍ୟଟକ ଏଠାରେ ଅନେକ ମନ୍ଦିର, ଗୁମ୍ଫା, ଝରଣା, ସଂଗ୍ରହାଳୟ ଆଦି ଦେଖିବାର ସୂଯୋଗ ପାଇପାରିବେ। ତା’ସହିତ ବହୁ ଦୁଃସାହସିକ
ଜଳକ୍ରୀଡ଼ାର ମଜା ମଧ୍ୟ ନେଇପାରିବେ…

ସ୍ବର୍ଗସମ ସୁନ୍ଦର ତଥା ମନମୋହକ ଆକର୍ଷଣ ପାଇଁ ଇଣ୍ଡୋନେସିଆର ଏହି ବାଲିଦ୍ୱୀପରେ ସବୁବେଳେ ପର୍ଯ୍ୟଟକଙ୍କର ଭିଡ଼ ଜମିଥାଏ। ଖାସ୍‌ କରି ବିଦେଶୀ ପର୍ଯ୍ୟଟକଙ୍କ ତୁଳନାରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଏଠାରେ ଢେର୍‌ ଅଧିକ ରହିଥିବା ଦେଖିବାକୁ ମିଳେ। ଏହା ପଛରେ ଦୁଇଟି କାରଣ ରହିଛି। ଗୋଟିଏ ହେଲା ବାଲି ଦ୍ୱୀପରେ ଦେଖିବାକୁ ମିଳୁଥିବା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ଝଲକ୍‌ ଏବଂ ଅନ୍ୟଟି ହେଲା ଏଠାକାର ମୁଦ୍ରା। ସୂଚନାନୁଯାୟୀ, ବାଲିରେ ପ୍ରଚଳିତ ହେଉଥିବା ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଢେର୍‌ ଅଧିକ। ତେଣୁ ଭାରତୀୟଙ୍କୁ ଖୁବ୍‌ କମ୍‌ ଖର୍ଚ୍ଚରେ ଏଠାରେ ବୁଲିବାକୁ ସୁବିଧା ହୋଇଥାଏ।

ବାଲି ଦ୍ୱୀପର ଇତିହାସ
ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତି ସମଗ୍ର ବିଶ୍ୱରେ ବେଶ୍‌ ସୁନାମ ଅର୍ଜନ କରିପାରିଛି। ଇତିହାସରୁ ଯାହା ଜଣାଯାଏ, କଳିଙ୍ଗରେ ଅନେକ ବଡ଼ ବଡ଼ ବନ୍ଦର ଥିଲା ଏବଂ ବହୁ ପ୍ରକାର ଜାହାଜ ତିଆରି ହେଉଥିଲା। ଆଉ ସେହି ଜାହାଜଗୁଡ଼ିକ ସାହାଯ୍ୟରେ ଉତ୍କଳୀୟମାନେ ସମୁଦ୍ର ପଥରେ ଜାଭା, ସୁମାତ୍ରା, ବାଲି ପ୍ରଭୃତି ଦ୍ୱୀପକୁ ଯାଇ ବାଣିଜ୍ୟ କାରବାର କରୁଥିଲେ। ତେବେ ସବୁ ଦ୍ୱୀପ ଅପେକ୍ଷା ବାଲିଦ୍ୱୀପ ସହ କଳିଙ୍ଗର ସମ୍ପର୍କ ଅତ୍ୟନ୍ତ ବଳିଷ୍ଠ ଥିଲା। ଜାଭା ଓ ବାଲିଦ୍ୱୀପରେ ପ୍ରଚଳିତ କିମ୍ବଦନ୍ତୀରୁ ଜଣାଯାଏ ଯେ, ସର୍ବପ୍ରଥମେ କଳିଙ୍ଗର ହିନ୍ଦୁମାନେ ସେଠାରେ ବସତି ସ୍ଥାପନ କରିଥିଲେ। କଳିଙ୍ଗର ରାଜପୁତ୍ର ୧୫ରୁ ୨୦ ହଜାର ହିନ୍ଦୁ ପରିବାରକୁ ବାଲି ଓ ଜାଭା ଦ୍ୱୀପରେ ବସବାସ ପାଇଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ଭାରତର ଅନ୍ୟାନ୍ୟ ରାଜ୍ୟର ହିନ୍ଦୁମାନେ ବି ଯାଇ ଏଠାରେ ବସତି ସ୍ଥାପନ କରିଥିଲେ। କିଛିବର୍ଷ ପରେ ମୁସ୍‌ଲିମ୍‌ମାନେ ଇଣ୍ଡୋନେସିଆ ଉପରେ ଆକ୍ରମଣ କରିଥିଲେ ହେଁ; ବାଲି ଦ୍ୱୀପ ପର୍ଯ୍ୟନ୍ତ କିନ୍ତୁ ପହଁଞ୍ଚତ୍ପାରି ନଥିଲେ। ହେଲେ ଏହି ଆକ୍ରମଣ ପରେ ଜାଭା ଦ୍ୱୀପର ନିବାସୀ ମଧ୍ୟ ଭୟଭିତ ହୋଇ ଆସି ବାଲି ଦ୍ୱୀପରେ ରହିବାକୁ ଲାଗିଲେ। ଏହିପରି ଭାବରେ ବାଲିରେ ହିନ୍ଦୁଧର୍ମ ସୁରକ୍ଷିତ ରହିଲା। ପରବର୍ତ୍ତୀ ସମୟରେ ବାଲିରେ ଡଚ୍‌ମାନଙ୍କର ସତ୍ତା କାୟା ବିସ୍ତାର କରିବାକୁ ଲାଗିଲା। ଏଥିରେ ବାଲିର ରାଜନୀତି ପ୍ରଭାବିତ ହେଲା ସତ କିନ୍ତୁ ଧର୍ମ ଓ ସଂସ୍କୃତି ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ। ବହୁ ସଂଘର୍ଷ ପରେ ଡଚ୍‌ମାନଙ୍କ କବଳରୁ ବାଲି ସ୍ବାଧୀନତା ପାଇଲା। ତେଣୁ କରି ଆଜି ବି ବାଲିଦ୍ୱୀପରେ ହିନ୍ଦୁଧର୍ମ ଓ ସଂସ୍କୃତିର ସତ୍ତା ଦେଖିବାକୁ ମିଳିଥାଏ।

କାହିଁକି ଦେବତାଙ୍କ ଦ୍ୱୀପ
ବାଲିରେ ଅନେକ ମନ୍ଦିର ଦେଖିବାକୁ ମିଳିଥାଏ। କୁହାଯାଏ, ଏଠାକାର ପ୍ରତି ବର୍ଗ କି.ମି.ର ପରିଧି ଭିତରେ ଏତେ ସଂଖ୍ୟାର ମନ୍ଦିର ରହିଥାଏ ଯେ, ଯାହା ଅନ୍ୟ କେଉଁଠି ଦେଖିବା ସମ୍ଭବ ନୁହେଁ। ତେଣୁ ବାଲି ଦ୍ୱୀପକୁ ଅନେକେ ‘ଦେବତାଙ୍କ ଦ୍ୱୀପ’ ବୋଲି ବି ସମ୍ବୋଧନ କରିଥାନ୍ତି। ଖାସ୍‌କରି ଏଠାକାର ସମୁଦ୍ର ନିକଟସ୍ଥ ବିଶାଳ ଚଟାଣ ଉପରେ ତିଆରି ହୋଇଥିବା ତନାହ ଲୋଟ୍‌ ମନ୍ଦିର ହେଉଛି ବାଲିଦ୍ୱୀପର ସବୁଠୁ ବଡ଼ ଆର୍କଷଣ। ଏହାଛଡ଼ା ବାଲିରେ ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଗଣେଶ, କୃଷ୍ଣ, ରାମ ତଥା ମାତା ସରସ୍ବତୀଙ୍କୁ ସମର୍ପିତ ମନ୍ଦିର ଥିବାର ମଧ୍ୟ ସୂଚନା ରହିଛି। ଆଉ ଏହିସବୁ ମନ୍ଦିରରେ ହିନ୍ଦୁଧର୍ମ ଉପରେ ଆଧାରିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଷଣ ହେଉଥିବାର ନଜିର ମଧ୍ୟ ରହିଛି।

ଅନ୍ୟାନ୍ୟ ଆକର୍ଷଣ
ଉଲଓ୍ବାଟୁ ମନ୍ଦିର, ମାଉଣ୍ଟ ବାଟୁର, ଉବୁଦ୍‌ ମଙ୍କି ଫରେଷ୍ଟ, ଉବୁଦ୍‌ ଆର୍ଟ ଆଣ୍ଡ କଲ୍‌ଚର୍‌, କୁଟା ବିଚ୍‌ ହେଉଛି ବାଲି ଦ୍ୱୀପ ନିକଟସ୍ଥ ଅନ୍ୟାନ୍ୟ ଆକଷଣୀୟ ପର୍ଯ୍ୟଟନସ୍ଥଳୀ। ତା’ଛଡ଼ା ବାଲି ବାସିନ୍ଦା ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଚିତ୍ରକଳା ଆଦିରେ ଖୁବ୍‌ ନିପୁଣ। ସେମାନଙ୍କ ହାତ ତିଆରି ସାମୁକାର ଆଭୂଷଣ, ମୂର୍ତ୍ତି, ଚିତ୍ର, ଘରକରଣା ଜିନିଷ, କାଠ ଓ ବାଉଁଶରେ ତିଆରି ବିଭିନ୍ନ ବାଦ୍ୟଯନ୍ତ୍ର, କାଚ, କ୍ଲେ ଏବଂ କ୍ରୁସ୍‌ କାମରେ ତିଆରି ଅନେକ ସୁନ୍ଦର ସୁନ୍ଦର ଜିନିଷ ଏଠାରେ ବେଶ୍‌ ସୁଲଭ ଦରରେ ମିଳିଥାଏ। ମନୋରଞ୍ଜନ ପାଇଁ ଏଠାରେ ପର୍ଯ୍ୟଟକଙ୍କୁ ବିଭିନ୍ନ ଜଳକ୍ରୀଡ଼ାର ସୂଯୋଗ ମଧ୍ୟ ପ୍ରଦାନ କରାଯାଇଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ଏପ୍ରିଲ୍‌ରୁ ଅକ୍ଟୋବର ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଭଲ ସମୟ। ତା’ଛଡ଼ା ଏଠାକୁ ଯିବାପାଇଁ ଫ୍ଲାଇଟ୍‌ ହେଉଛି ସବୁଠୁ ଭଲ ମାଧ୍ୟମ। ସୂଚନାନୁଯାୟୀ, ଦେଶର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଫ୍ଲାଇଟ୍‌ ଇଣ୍ଡୋନେସିଆର ନଗୁରାହ ରାୟ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ଆଡ଼େ ଯାଇଥାଏ। ପର୍ଯ୍ୟଟକ ସେଥିରେ ଯାଇ ଉକ୍ତ ସ୍ଥାନରେ ପହଁଞ୍ଚତ୍ବା ପରେ ସେଠାରୁ ସ୍ଥାନୀୟ ସାଧନର ସାହାଯ୍ୟରେ ଆରାମରେ ଯାଇ ବାଲି ଦ୍ୱୀପରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?