Posted inଖେଳ

ଆଇପିଏଲ୍‌ରେ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଳେ ଖେଳାଳିଙ୍କଠାରୁ ଡୋପ୍‌ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ହେବ। ଏଥିପାଇଁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ୩ଜଣ ଉଚ୍ଚ ପଦାଧିକାରୀ ଏବଂ ୬ଜଣ ଡୋପ୍‌ କଣ୍ଟ୍ରୋଲ ଅଫିସର ୟୁଏଇ ଯିବେ। ନଭେମ୍ବର ୧୦ରେ ଶେଷ ହେବାକୁଥିବା ଏହି ଟି୨୦ ଇଭେଣ୍ଟରେ ୬୦ଟି ମ୍ୟାଚ ଖେଳାଯିବ। ପ୍ରତିଯୋଗିତା ସମୟରେ ଏବଂ ପ୍ରତିଯୋଗିତା ବାହାରେ ଏଜେନ୍ସି ତରଫରୁ ଅତି କମ୍‌ରେ ୫୦ ସାମ୍ପଲ ସଂଗ୍ରହ ଲାଗି ଟାର୍ଗେଟ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନେ ୟୁଏଇର ନ୍ୟାଶନାଲ ଆଣ୍ଟି ଡୋପିଂ ଅର୍ଗାନାଇଜେଶନର ସହାୟତା ନେଇ ପାରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନାଡାର ୯ ଜଣିଆ ଟିମ୍‌ ମ୍ୟାଚ ଖେଳାଯିବାକୁ ଥିବା ତିନୋଟି ଭେନ୍ୟୁରେ କାର୍ଯ୍ୟକରିବେ। ପ୍ରତିଟିମ୍‌ରେ ଜଣେ ଅଫିସିଆଲ ଏବଂ ୨ଜଣ ଲେଖାଏଁ ଡୋପ୍‌ କଣ୍ଟ୍ରୋଲ ଅଫିସର ରହିବେ। ଭାରତ ବାହାରେ ଡୋପ୍‌ ସାମ୍ପଲ ସଂଗ୍ରହ କରିବାକୁ ଥିବାରୁ ଏବାବଦରେ ଖର୍ଚ୍ଚ ନାଡା ଅବା ବିସିସିଆଇ କିମ୍ବା ଉଭୟେ ବହନ କରିବେ ତାହା ସ୍ପଷ୍ଟ ହୋଇନାହିଁ। ଭାରତରେ କିନ୍ତୁ ନାଡା ସାମ୍ପଲ ସଂଗ୍ରହ, ପରିବହନ ଏବଂ ଟେଷ୍ଟିଂ ବାବଦରେ ସମସ୍ତ ଖର୍ଚ୍ଚବହନ କରିଥାଏ। ନାଡା ଅଫିସରମାନଙ୍କୁ ବିସିସିଆଇ ଦ୍ୱାରା ସୃଷ୍ଟି କରାଯାଇଥିବା ବାୟୋ ବବଲ ପରିବେଶରେ ରହିବାକୁ କୁହାଯିବ। ୟୁଏଇରେ ପୃଥକ୍‌ ପୃଥକ୍‌ ୫ଟି ଡୋପ୍‌ କଣ୍ଟ୍ରୋଲ ଷ୍ଟେଶନ ପ୍ରତିଷ୍ଠା ପାଇଁ ନାଡା ବିସିସିଆଇକୁ କହିଛି। ତନ୍ମଧ୍ୟରେ ତିନୋଟି ଭେନ୍ୟୁ ଯଥା ଆବୁଧାବି, ଶାରଜା ଓ ଦୁବାଇରେ ହେବାକୁଥିବା ବେଳେ ଅନ୍ୟ ଦୁଇଟି ପ୍ରାକ୍ଟିସ ସ୍ଥଳ ଦୁବାଇ ଓ ଆବୁଧାବିରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?