ତଦନ୍ତ ସରିଲା, ଅଡୁଆ ବଢ଼ିଲା

ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ସୁବାସୀ ଜଙ୍ଗଲରେ ୨୦୨୦ ଅଗଷ୍ଟ ୨୭ରେ ଏକ ୧୫ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ହାତୀଟିର ଦୁଇଟି ଦାନ୍ତକୁ କାଟି ରଖିବା ପରେ ତାହାକୁ ପୋତି ଦେଇଥିଲେ। ଏପରିକି ଘଟଣାକୁ ମଧ୍ୟ ଲୁଚାଇ ଦିଆଯାଇଥିଲା। ତେବେ ବର୍ଷକ ପରେ ଅର୍ଥାତ୍‌ ଗତ କିଛିଦିନ ତଳେ ଏହାର ଭିଡିଓ ଭାଇରାଲ ହେବାରୁ ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଛି। ବନ କର୍ମଚାରୀମାନେ ମୃତଦେହକୁ ଲୁଣ ପକାଇ ଗାତରେ ପୋତୁଥିବା ଉକ୍ତ ଭିଡିଓରେ ରହିଥିବାବେଳେ ଏଥିରେ ବନ ବିଭାଗର କାର୍ଯ୍ୟକଳାପ ପୂରା ସନ୍ଦେହ ଘେରକୁ ଆସିଛି। ଇତିମଧ୍ୟରେ ଆର୍‌ସିସିଏଫ୍‌ ଅକ୍ଷୟ ପଟ୍ଟନାୟକ ଘଟଣାର ତଦନ୍ତ କରିଛନ୍ତି। ଏପଟେ ଗତ ୧ ତାରିଖରେ ଆଠଗଡ଼ ରେଞ୍ଜର କାଟି ରଖାଯାଇଥିବା ଦୁଇଟି ଯାକ ହାତୀ ଦାନ୍ତ ଆଣି ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛନ୍ତି। ଖୋଦ୍‌ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ ପୂରା ଘଟଣା ଉପରେ ନଜର ରଖିଥିବାବେଳେ ହାତିଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା, କାହିଁକି ତରବରିଆ ଭାବେ ଦାନ୍ତ କଟାଯାଇ ପୋତିଦିଆଗଲା, ଏଥିପାଇଁ କିଏ ଦାୟୀ, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସ୍ପଷ୍ଟ କରୁନି ବିଭାଗ। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟରେ ରୋଗ ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। କିନ୍ତୁ ଶିକାରୀ ଗୁଳିରେ ଉକ୍ତ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାରୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ପୂରା ଘଟଣାକୁ ତର୍ଜମା କଲେ ଏଥିରେ ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ ଅଫିସରଙ୍କର ବି ସମ୍ପୃକ୍ତି ଥିବା ଜଣାପଡିବା ପରେ ବିଭାଗ ପାଇଁ ଅଡୁଆ ବଢ଼ିଛି। ତେଣୁ ମାମଲାକୁ ବିଭାଗୀୟ ତଦନ୍ତ ବଦଳରେ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ବନ୍ୟପ୍ରାଣୀ ପ୍ରେମୀମାନେ ଦାବି କରୁଛନ୍ତି।
ମିଳିଥିବା ସୂଚନାନୁସାରେ, ଏହି ସ୍ପର୍ଶକାତର ଘଟଣାରୁ ବଡ଼ ଅଫିସରଙ୍କୁ ଖସାଇବାକୁ ଉଦ୍ୟମ ହେଉଛି। ଆଠଗଡ଼ ରେଞ୍ଜରଙ୍କ ବିରୋଧରେ ପ୍ରାୟ ସବୁ ପ୍ରମାଣ ଯାଉଛି। କାରଣ ହାତୀ ଦାନ୍ତକୁ ନେଇ ନିଜ ଅଫିସରେ ରଖିବା, ୟୁଡି କେସ୍‌ ନ କାଟିବା ଆଦି ନିଶ୍ଚିତ ଗୁରୁତର ଅବହେଳା କରାଯାଇଛି। ସେହିଭଳି ତତ୍କାଳୀନ ଡିଏଫ୍‌ଓଙ୍କ ବିନା ଅନୁମତିରେ ଜଣେ ଭେଟେରିନାରୀ ଡାକ୍ତର ଯାଇ ମୃତ ହାତୀର ବ୍ୟବଚ୍ଛେଦ ମଧ୍ୟ କରିପାରିବେ ନାହିଁ। ତେଣୁ ଡିଏଫ୍‌ଓ ମଧ୍ୟ ଏହି ଘଟଣା ସମ୍ପର୍କରେ ନିଶ୍ଚୟ ଜାଣିଥିବେ, ତାଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ଜଳଜଳ ଦିଶୁଛି। ସେପଟେ ତଦନ୍ତକାରୀ ଅଧିକାରୀଙ୍କୁ ଆଠଗଡ଼ ରେଞ୍ଜର ଅତ୍ୟନ୍ତ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ତତ୍କାଳୀନ ଡିଏଫ୍‌ଓଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟସବୁ ନଥିପତ୍ର ହାତେ ହାତେ ଦେଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ସବୁକିଛି କରାଯାଇଥିଲା ବୋଲି ରେଞ୍ଜର କହିଥିଲେ। ସବୁଠାରୁ ଗୁରୁତର କଥା ହେଲା ହାତୀ ଦାନ୍ତ ଦୁଇଟିକୁ ଡିଏଫ୍‌ଓଙ୍କ ଅଫିସରେ ନ ଦେଇ ରେଞ୍ଜ ଅଫିସରେ ସିଲ୍‌ କରି ଲକର ଭିତରେ ରଖିବାକୁ କୁଆଡେ ଡିଏଫ୍‌ଓ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ରେଞ୍ଜରଙ୍କର ଏ ସମସ୍ତ ବୟାନ ତଦନ୍ତ ଅଧିକାରୀ ରେକର୍ଡ କରିଥିବା ମଧ୍ୟ ଜଣାପଡିଛି। ଏହାପରେ ବନ ବିଭାଗ ରେଞ୍ଜ ଅଧକାରୀଙ୍କୁ ନିଲମ୍ବନ ବା ଗିରଫ ପାଇଁ ନିର୍ଦ୍ଦେଶ ଦେଇ ମାମଲାକୁ ରଫା ଦଫା କରିବା ପାଇଁ ଯେଉଁ ମସୁଧା କରୁଥିଲା ତାହା ଆହୁରି ଗୋଳମାଳିଆ ହୋଇଯାଇଛି। ବଡ଼ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ନା ଘଟଣାକୁ ପୂର୍ବର ଅନେକ ହାତୀ ମୃତ୍ୟୁ ଭଳି ସମୟକ୍ରମେ ଚପାଇ ଦେବେ ତାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଲାଣି।
ଏ ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଆଠଗଡ଼ ରେଞ୍ଜର ସତରେ ତତ୍କାଳୀନ ଡିଏଫ୍‌ଓଙ୍କୁ ଜଣାଇ ଥିଲେ କି ନାହିଁ, ଯଦି ହଁ ତେବେ ତତ୍କାଳୀନ ଡିଏଫ୍‌ଓ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନ ଥିଲେ ତାହା ଏବେ ତଦନ୍ତ ସାପେକ୍ଷ। ଏହିଭଳି ଘଟଣା ଖାଲି ରାଜ୍ୟ ନୁହେଁ, ହୁଏତ ସାରା ଦେଶରେ ପ୍ରଥମ। ତେଣୁ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କଲେ ସତ୍ୟ ପଦାକୁ ଆସିବ। ମୋ ମତରେ ଏହି ଘଟଣା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କର ଧାରା ୧୬୪ ଅନୁଯାୟୀ କୋର୍ଟଙ୍କ ସମ୍ମୁଖରେ ଷ୍ଟେଟ୍‌ମେଣ୍ଟ ରେକର୍ଡ କରାଯିବା ନିହାତି ଆବଶ୍ୟକ ବୋଲି ଶୁଭେନ୍ଦୁ କହିଛନ୍ତି।
ଏ ନେଇ ଆର୍‌ସିସିଏଫ୍‌ ଅକ୍ଷୟ ପଟ୍ଟନାୟକ କହିଛନ୍ତି, ତଦନ୍ତ ସରିଯାଇଛି ଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ରିପୋର୍ଟ ବି ଦାଖଲ କରାଯାଇସାରିଛି। ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ନେବେ। ଅନ୍ୟପକ୍ଷରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲଙ୍କୁ ପଚାରିବାରୁ ସେ ଛୁଟିରେ ଓ ରାଜ୍ୟ ବାହାରେ ଥିବା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?