Posted inଖେଳ

କୋହଲିଙ୍କ ପାଇଁ ପ୍ରେରଣା ମେରୀକମ୍‌

ନୂଆଦିଲ୍ଲୀ, ୧୬ା୧୦ (ପି.ଟି.)-ପିତୃତ୍ୱ ଲାଭ କଲେ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବ ନାହିଁ ତ ଏହି ଦ୍ୱନ୍ଦ୍ୱରେ ଥିଲେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି। ଏକଥା ବିଚାର କରୁଥିବା ବେଳେ ୬ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌ସି ମେରୀକମ୍‌ ତାଙ୍କ ପ୍ରେରଣା ପାଲଟିଛନ୍ତି। ଭାରତୀୟ ଅଧିନାୟକ ଘୋଷଣା କରିଥିଲେ ଯେ, ସେ ମେରୀକମ୍‌ଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହାଁନ୍ତି। ୪ ସନ୍ତାନ ଜନନୀ ହୋଇଥିଲେ ମଧ୍ୟ ଚାମ୍ପିୟନ ମହିଳା ବକ୍ସରଙ୍କ ବକ୍ସିଂ କ୍ୟାରିୟର ପ୍ରଭାବିତ ହୋଇନାହିଁ। କୋହଲି ଏବଂ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ସ୍ତ୍ରୀ ଆସନ୍ତାବର୍ଷ ଜାନୁୟାରୀରେ ସେମାନଙ୍କର ପ୍ରଥମ ସନ୍ତାନ ଲାଭ କରିବେ ବୋଲି ଆଶା କରାଯାଉଛି। ସନ୍ତାନ ଲାଭ କରିବା ପରେ ମଧ୍ୟ ବ୍ୟସ୍ତବହୁଳ କ୍ୟାରିୟରକୁ ବଜାୟ ରଖିହେବ। ମେରୀକମ୍‌ ଏକ୍ଷେତ୍ରରେ ହେଉଛନ୍ତି ଶ୍ରେଷ୍ଠ ଉଦାହରଣ ବୋଲି ବୁଧବାର ପୁମା ଇଣ୍ଡିଆ ଇନଷ୍ଟାଗ୍ରାମ୍‌ରେ ଲାଇଭ୍‌ ଚାଟ୍‌ ବେଳେ କୋହଲି କହିଛନ୍ତି। ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ପୂର୍ବରୁ ୬ଥର ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ଷ୍ଟାର ଦମ୍ପତିଙ୍କୁ ବଧାଇ ଜଣାଇଥିଲେ। ୩୭ ବର୍ଷୀୟା ମେରୀକମ୍‌ ଜଣେ ମା’ ହୋଇଥିଲେ ମଧ୍ୟ ବିଭିନ୍ନ ଚାମ୍ପିୟନଶିପ୍‌ ପାଇଁ ଟ୍ରେନିଂ ଜାରି ରଖିପାରୁଛନ୍ତି। ସେ କିପର ସନ୍ତୁଳନ ରକ୍ଷା କରିପାରୁଛନ୍ତି ଏ ବିଷୟରେ ଜାଣିବାକୁ ଚାହିଁଥିଲେ ଭାରତୀୟ ଅଧିନାୟକ। ମେରୀକମ୍‌ ଏବେ ମଧ୍ୟ ବକ୍ସିଂ ରିଙ୍ଗ୍‌ରେ ତାଙ୍କ ପ୍ରାଧାନ୍ୟ ବଜାୟ ରଖିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ପରିବାରର ସହଯୋଗ ଯୋଗୁ ଏହା ହୋଇପାରୁଛି ବୋଲି ମହିଳା ବକ୍ସର ଜଣକ କହିଛନ୍ତି। ବିବାହ ପରେ ମୋ ସ୍ବାମୀ ମୋତେ ସମସ୍ତ ପ୍ରକାର ସହଯୋଗ କରି ଆସିଛନ୍ତି। ସେ ଯାହା ଚାହଁିଛନ୍ତି ତାହା ଯୋଗାଇ ଦେଇଛନ୍ତି। ବାପାଙ୍କର ମଧ୍ୟ ମୋ ପ୍ରତି ସମର୍ଥନ ରହିଆସିଛି। ତା’ ଛଡ଼ା ପିଲାମାନେ ମଧ୍ୟ। କୋହଲି କହିଥିଲେ କେବଳ ଦେଶର ମହିଳାଙ୍କ ପାଇଁ ନୁହେଁ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ। ନାନା ବାଧାବିଘ୍ନ ଓ ଚ୍ୟାଲେଞ୍ଜ ସହ ସୀମିତ ସମ୍ବଳ, ସୁବିଧା ଏବଂ ସୁଯୋଗର ଉପଯୋଗ କରି ମେରୀକମ୍‌ ଯେଉଁ ବଡ଼ ସଫଳତା ହାସଲ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ବୋଲି କୋହଲି ତାଙ୍କ ଇନଷ୍ଟାଗ୍ରାମ୍‌ ଚାଟ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ…

୨୦୨୭ ବିଶ୍ୱକପ୍‌ ପୂର୍ୱରୁ ବିସିସିଆଇର ବଡ଼ ନିଷ୍ପତ୍ତି: ଆଉ ବର୍ଷେ ମୁଖ୍ୟ ଚୟନକର୍ତ୍ତା ରହିବେ ଅଗରକର

ନୂଆଦିଲ୍ଲୀ,୧୯ା୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ନବୀକରଣ କରାଯାଇଛି। ସେ ଆସନ୍ତାବର୍ଷ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ।…

ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ

ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri