ପାଶ୍ଚାତ୍ୟର ସମ୍ବେଦନହୀନ ଆଭିମୁଖ୍ୟ

ଗାଜାରେ ୪ ମାସ ହେଲାଣି ଯୁଦ୍ଧ ଚାଲିିଛି। ଇସ୍ରାଏଲ୍‌ର ଭୟଙ୍କର ସାମରିକ ଅଭିଯାନ ଏବଂ ପାଶ୍ଚାତ୍ୟ ସରକାରଗୁଡ଼ିକର ଏହାକୁ ନିରନ୍ତର ସମର୍ଥନକୁ ନେଇ ମଧ୍ୟପ୍ରାଚ୍ୟ ଏବଂ ଗରିବ ତଥା ନିମ୍ନ ବିକାଶଶୀଳ ଦେଶଗୁଡ଼ିକ(ଗ୍ଲୋବାଲ ସାଉଥ୍‌) ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମତରେ ଏହା କେବଳ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଯୁଦ୍ଧ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ମଧ୍ୟ ଏଥିରେ ଭୂମିକା ରହିଛି। ବିନାଶର ପରିଣାମ ପ୍ରତି ବାଇଡେନ୍‌ଙ୍କ ଉଦାସୀନତା ପ୍ରକାଶ ପାଇଛି। ପାଶ୍ଚାତ୍ୟ ନେତାଙ୍କ ପାଇଁ ଆରବର ଜୀବନ କେତେ ଶସ୍ତା ହୋଇଯାଇଛି ତାହା ଏଥିରୁ ପ୍ରମାଣିତ ହୋଇଛି। ମୁଁ ମୋର ନୂତନ ପୁସ୍ତକ ‘ହ୍ବାଟ ରିୟଲି ଓ୍ବେଣ୍ଟ ରଙ୍ଗ୍‌’ ପ୍ରକୃତରେ କ’ଣ ଭୁଲ୍‌ ହୋଇଛିରେ ଦର୍ଶାଇଛି ଯେ, ମଧ୍ୟପ୍ରାଚ୍ୟରେ ଗଣତନ୍ତ୍ରରେ ବିଫଳତା ଯୋଗୁ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ବିଶେଷକରି ବ୍ରିଟେନ ପ୍ରାୟ ଏକ ଶତାବ୍ଦୀ ଧରି ହସ୍ତକ୍ଷେପବାଦୀ, ସାମରିକବାଦୀ ଏବଂ ଗଣତାନ୍ତ୍ରିକ ବିରୋଧୀ ବୈଦେଶିକ ନୀତି ଆପଣାଇଛନ୍ତି ଯାହା ମଧ୍ୟପ୍ରାଚ୍ୟର ଲୋକଙ୍କ ସ୍ବାର୍ଥକୁ ଅଧିକ ଅଣଦେଖା କରିଛି। ପାଶ୍ଚାତ୍ୟ ନିଷ୍ପତ୍ତିଗୁଡିକ ଐତିହାସିକ ଭାବରେ ଯାହା କିଛି ପଦକ୍ଷେପ ନେଇଛି ସେଥିରେ କେବଳ ବାମବାଦ ଫେରାଇ ଆଣିବା ଏବଂ ଉଦାରବାଦୀ ପୁଞ୍ଜିବାଦର ପ୍ରାଧାନ୍ୟକୁ ସୁରକ୍ଷିତ ରଖିବା ପାଇଁ ଇଚ୍ଛୁକ ହୋଇଛି।
ଏହି ଯୁଗ୍ମ ଲକ୍ଷ୍ୟକୁ ଅନୁସରଣକରି ଆମେରିକା ମଧ୍ୟପ୍ରାଚ୍ୟର ନେତାମାନଙ୍କ ସମ୍ମୁଖରେ ପାଶ୍ଚାତ୍ୟ ନେତୃତ୍ୱାଧୀନ ଆଞ୍ଚଳିକ ପ୍ରତିରକ୍ଷା ମିଳିତ ମଞ୍ଚରେ ଯୋଗଦେଇ ବିଶ୍ୱର ପୁଞ୍ଜି ପାଇଁ ଅର୍ଥନୀତିକୁ ଖୋଲିବାକୁ କିମ୍ବା ଶତ୍ରୁ ଭାବରେ ରହିବା ଲାଗି ବିକଳ୍ପ ରଖୁଛି। ସ୍ଥିରତା ବଜାୟ ରଖିବା ଏବଂ ଶସ୍ତା ତେଲର ନିରବଚ୍ଛିନ୍ନ ପ୍ରବାହକୁ ସୁରକ୍ଷିତ ରଖିବା ବାହାନାରେ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟର ଏକଚ୍ଛତ୍ରବାଦୀଙ୍କ ସହ ବୁଝମଣା କରି ଗଣତାନ୍ତ୍ରିକ ଆନ୍ଦୋଳନର ବିନାଶରେ ସକ୍ରିୟ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ୧୯୫୦ ଦଶନ୍ଧି ଆରମ୍ଭରେ ଯେତେବେଳେ ଉଦାରବାଦୀ ଗଣତାନ୍ତ୍ରିକ ନେତା ମହମ୍ମଦ ମୋସାଡେଗ୍‌ ଇରାନର ପ୍ରଧାନମନ୍ତ୍ରୀ ହୋଇ ଦେଶର ତେଲକୁ ଜାତୀୟକରଣ କରିଥିଲେ, ସିଆଇଏ ଏବଂ ଏମ୍‌୧୬ ଗୁପ୍ତରେ ଯୋଜନା କରି ତାଙ୍କ ସ୍ଥାନରେ ଶାହାଙ୍କୁ ବସାଇଥିଲେ। ସେହି ସ୍ବାର୍ଥଜଡ଼ିତ ହସ୍ତକ୍ଷେପ ଇରାନର ଗଣତାନ୍ତ୍ରିକ ବିକାଶର ପଥରୋଧ କରିଥିଲା ଏବଂ ୧୯୭୯ ଇସ୍‌ଲାମିକ ବିପ୍ଳବ ପାଇଁ ବାଟ ଦେଖାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଧର୍ମୀୟ ପଦ୍ଧତିର ଶାସନରେ ପରିଣତ ହୋଇଛି। ସେହିଭଳି ୧୯୫୦ ଦଶକରେ ଗାମାଲ ଅବ୍‌ଦେଲ ନାସେ ଆମେରିକା ପ୍ରତି ସକାରାତ୍ମକ ମନୋଭାବ ପୋଷଣକରି ଇଜିପ୍ଟର ରାଷ୍ଟ୍ରପତି ହୋଇଥିଲେ। ନାସେଙ୍କୁ ଅପମାନିତ କରିବାକୁ ତଥା ତାଙ୍କୁ ବହିଷ୍କାର କରିବାକୁ ଚେଷ୍ଟାକରି ଆମେରିକା ଏବଂ ବ୍ରିଟେନ ନୀଳ ନଦୀରେ ଥିବା ଆସୱାନ ହାଇ ଡ୍ୟାମ୍‌ ପ୍ରକଳ୍ପ ପାଇଁ ସମର୍ଥନ ବନ୍ଦ କରିଦେଇଥିଲେ। ଏହାର ପରିଣାମ ସ୍ବରୂପ ୧୯୫୬ର ସୁଏଜ ସଙ୍କଟ ଦେଖାଦେବା ସହ ଯୁଦ୍ଧ ସୃଷ୍ଟି କରିଥିଲା। ଶେଷରେ ଆରବର ସବୁଠୁ ଜନବହୁଳ ଦେଶର ସବୁଠାରୁ ଲୋକପ୍ରିୟ ନେତା ପାଶ୍ଚାତ୍ୟର ପରମ ଶତ୍ରୁ ପାଲଟିଯାଇଥିଲେ।
ଆମେରିକାର ନେତୃତ୍ୱାଧୀନ ପାଶ୍ଚାତ୍ୟ ନିଶ୍ଚିତ ଭାବରେ ଏକ ସମ୍ବେଦନହୀନ ଆଭିମୁଖ୍ୟ ଗ୍ରହଣ କରିଛି। ପାଶ୍ଚାତ୍ୟ ଅଧିକାରୀମାନେ ମଧ୍ୟପ୍ରାଚ୍ୟର ଇସ୍‌ଲାମ ଏବଂ ଆରବ ସଂସ୍କୃତିର ମିଶ୍ରଣ ଗଣତନ୍ତ୍ର ସହିତ ଅସଙ୍ଗତ ବୋଲି କହି ମଧ୍ୟପ୍ରାଚ୍ୟରେ ସେମାନଙ୍କର ନବ-ସାମ୍ରାଜ୍ୟ ମିଶନକୁ ଯୁକ୍ତିଯୁକ୍ତ ବୋଲି କହିଆସୁଛନ୍ତି। ଏଥିପାଇଁ କ୍ରୂର ଶକ୍ତିଶାଳୀ ନେତାମାନେ ଆବଶ୍ୟକ ବୋଲି ପାଶ୍ଚାତ୍ୟ ମନେକରୁଛି। ଯେପର୍ଯ୍ୟନ୍ତ ଆମେରିକାର ନିର୍ଦ୍ଦେଶ ପାଳନ ହେଉ ନ ଥିବ ସେ ପର୍ଯ୍ୟନ୍ତ ଦମନ ଏବଂ ମାନବିକ ଅଧିକାରର ଉଲ୍ଲଂଘନକୁ ଅଣଦେଖା କରାଯାଉଥିବ। ଏହି ଅଞ୍ଚଳର ଲୋକମାନଙ୍କର ଜୀବନ ଏବଂ ଅଧିକାରର ମୂଲ୍ୟ କମ୍‌। ଆଫଗାନିସ୍ତାନ ଏବଂ ଇରାକର ଦଶନ୍ଧି ଧରି ଚାଲିଥିବା ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଥିଲା। ହେଲେ ବାରାକ ଓବାମା ଆମେରିକାର ପ୍ରଥମ ରାଷ୍ଟ୍ରପତି ଏକ ଭିନ୍ନ ଆଭିମୁଖ୍ୟରେ ସୂଚିତ କରିଥିଲେ। ୨୦୧୪ରେ ୱେଷ୍ଟ ପଏଣ୍ଟରେ ଥିବା ଆମେରିକୀୟ ମିଲିଟାରି ଏକାଡେମୀରେ ଭାଷଣ ଦେଇ ସେ ଆମେରିକାର ଚିରାଚରିତ ଯୁଦ୍ଧକାଳୀନ ପ୍ରସ୍ତୁତି ଏବଂ ପ୍ରଥମେ ଗୁଳି ଚଳାଇବା ଏବଂ ପରେ ପ୍ରଶ୍ନ ପଚାରିବା ପ୍ରବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଯୁକ୍ତି କରିଥିଲେ ଯେ ଏହି ଅଞ୍ଚଳରେ ଆମେରିକାର ବଡ଼ ତ୍ରୁଟି କଠୋରତାରୁ ନୁହେଁ ବରଂ ପରିଣାମ ବିଷୟରେ ଚିନ୍ତା ନ କରି ଅନ୍ତର୍ଜାତୀୟ ସମର୍ଥନ ଏବଂ ବୈଧତା ବିନା ସାମରିକ ଦୁଃସାହସିକ କାର୍ଯ୍ୟରେ ଆଗେଇ ଯିବାର ଇଚ୍ଛା ଯୋଗୁ ଘଟୁଛି। ଦୁଃଖର ବିଷୟ, ଆମେରିକାର ନେତୃତ୍ୱରେ ଶୀତଳ ଯୁଦ୍ଧ ପିଢ଼ିର ନେତା ବାଇଡେନ୍‌ଙ୍କ ବିଚାରରେ ଓବାମାଙ୍କର ଦୃଷ୍ଟିକୋଣର ମୂଲ୍ୟ କିଛି ନ ଥିବା ପରି ମନେହୁଏ। ଗତ ଅକ୍ଟୋବର ପର୍ଯ୍ୟନ୍ତ ବାଇଡେନ୍‌ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପାଇଁ ଅଳ୍ପ ସମୟ ଓ କମ୍‌ ଧ୍ୟାନ ଦେଇଥିଲେ। ପାଲେଷ୍ଟାଇନ୍‌ର ଚିରସ୍ଥାୟୀ ଦୁଃଖଦ ସ୍ଥିତିକୁ ସେ ସହଜରେ ଗ୍ରହଣ କରିଥିଲେ ମଧ୍ୟ ଆବ୍ରହାମ ଚୁକ୍ତିନାମାକୁ ବିସ୍ତାର କରିବାକୁ ଚେଷ୍ଟା କରିଥିଲେ। ଟ୍ରମ୍ପ ପ୍ରଶାସନ ଦ୍ୱାରା ହୋଇଥିବା ଏହି ଚୁକ୍ତିନାମାଗୁଡିକ ସୁରକ୍ଷା ସହାୟତା ଏବଂ ସୁରକ୍ଷା ବଦଳରେ ଆରବର ଏକଚ୍ଛତ୍ରବାଦ ଦେଶଗୁଡ଼ିକ ସହ ଇସ୍ରାଏଲର ସମ୍ପର୍କକୁ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ଦ୍ୱାରା ପାଲେଷ୍ଟାଇନ୍‌ ରାଷ୍ଟ୍ର ପାଇଁ ଏହି ଅଞ୍ଚଳର ପ୍ରତିବଦ୍ଧତା ଶେଷ ହୋଇଥିଲା।
୭ ଅକ୍ଟୋବର ୨୦୨୩ରେ ହାମାସ୍‌ର କ୍ରୂର ଆକ୍ରମଣ ପରଠାରୁ ବାଇଡେନ୍‌ ଓ ନେତାନ୍ୟାହୁଙ୍କ ଆଭିମୁଖ୍ୟର ମୂର୍ଖତା ପ୍ରକାଶ ପାଇଥିଲା। ଏବର ଯୁଦ୍ଧର ପରିଣାମ ବିଷୟରେ ଚିନ୍ତା କରାଯାଇ ନ ଥିଲା କି ତାହାକୁ ରୋକିବା ଲାଗି ପ୍ରୟାସ ମଧ୍ୟ କରାଯାଇ ନ ଥିଲା। ଏହା ପରିବର୍ତ୍ତେ, ବାଇଡେନ୍‌ ଏବଂ ତାଙ୍କର ୟୁରୋପୀୟ ସହଯୋଗୀମାନେ ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ସମର୍ଥନ କରିଛନ୍ତି। ଏପରିକି ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ଆଶାତୀତ ଭାବେ ବଢିିଚାଲିଥିବାବେଳେ ମାନବିକ ସଙ୍କଟ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। କିନ୍ତୁ ବାଇଡେନ୍‌ ଏହି ରକ୍ତପାତ ବନ୍ଦ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ଏହି ସମୟରେ, ଇସ୍ରାଏଲ୍‌-ଲେବାନନ୍‌ ସୀମାରେ ସଂଘର୍ଷ ଏବଂ ୟେମେନ୍‌ର ହୁଟି ଏବଂ ଇରାକର ଇରାନ ସମର୍ଥିତ ଉଗ୍ରବାଦୀଙ୍କ ଉପରେ ଆମେରିକା ନେତୃତ୍ୱରେ ଏୟାର ଷ୍ଟ୍ରାଇକ୍‌ ଜାରି ରଖିଛି। ଏଥିରୁ ବୁଝାପଡ଼ୁଛି, ଏହି ସଂଘର୍ଷ ଆହୁରି ବଢ଼ିପାରେ। ଆମେରିକା ଏବଂ ବ୍ରିଟେନ ଧୀରେ ଧୀରେ ପୁନର୍ବାର ଏହି ଅଞ୍ଚଳରେ ପ୍ରବେଶ କରୁଛନ୍ତି। ଟ୍ରମ୍ପଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ପ୍ରତିନିଧିତ୍ୱ କରିବାକୁ ବାଇଡେନ୍‌ ଦାବି କରିଛନ୍ତି, କିନ୍ତୁ ମଧ୍ୟପ୍ରାଚ୍ୟକୁ ନେଇ ସେମାନଙ୍କ ଦୃଷ୍ଟିକୋଣରେ ପ୍ରଭେଦ ରହିଛି। ସେଠାରେ ଏବଂ ଗ୍ଲୋବାଲ ସାଉଥର ଅଧିକାଂଶ ଦେଶ ବାଇଡେନ୍‌ଙ୍କୁ ଅନ୍ୟ ଜଣେ ଆମେରିକୀୟ ରାଷ୍ଟ୍ରପତି ଭାବରେ ମନେରଖିବ, ଯିଏ ଆରବବାସୀଙ୍କ ଜୀବନକୁ ମୂଲ୍ୟହୀନ କରିଛନ୍ତି। ସେ ଗଣତନ୍ତ୍ରର ସମର୍ଥକ ବୋଲି ପ୍ରଚାର କରୁଥିବା ବେଳେ ଦମନ ତଥା ହିଂସାକୁ ସମର୍ଥନ କରିଛନ୍ତି।
ନେତାନ୍ୟାହୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ନେଇ ନିକଟରେ ହୁଏତ ବାଇଡେନ୍‌ ଦୁଃଖ ପ୍ରକାଶ କରିପାରନ୍ତି। ଆମେରିକାର ରାଜନୈତିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସିଦ୍ଧହସ୍ତ ନେତାନ୍ୟାହୁ ନିକଟରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ବାଇଡେନ୍‌ଙ୍କ ସମର୍ଥନକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଜୋର୍ଡାନ(ନଦୀ)ର ପଶ୍ଚିମ ଅଞ୍ଚଳ ଇସ୍ରାଏଲର ସୁରକ୍ଷା ନିୟନ୍ତ୍ରଣ ରହିବା ଆବଶ୍ୟକ। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଅଭିଯାନ ଆରମ୍ଭ ସମୟର ଥିଲା, ଯେଉଁଥିରେ ଟ୍ରମ୍ପ ଥିଲେ ତାଙ୍କର ପସନ୍ଦୀୟ ପ୍ରାର୍ଥୀ। ଯଦି ବାଇଡେନ୍‌ ଶେଷରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହୁଅନ୍ତି, ତେବେ ବିଡ଼ମ୍ବନା ବିଷୟ ଯେ ମଧ୍ୟପ୍ରାଚ୍ୟ ଏହାର ଆଧୁନିକ ଇତିହାସର ଯେକୌଣସି ସମୟ ତୁଳନାରେ ଅଧିକ ଅସ୍ଥିର ହେବ। ପାଶ୍ଚାତ୍ୟର ରଣନୀତି ଏକ ବିରାଟ ବିଫଳତା ଏବଂ ଏହି ଧାରା ଆମ ଦୁନିଆକୁ ବହୁତ ଦିନ ପର୍ଯ୍ୟନ୍ତ ଗୋରାକ୍ରାନ୍ତ କରି ରଖିବ।

  • ଫଓ୍ବାଜ୍‌ ଏ. ଜର୍ଜେସ୍‌
    ପ୍ରାଧ୍ୟାପକ, ଅନ୍ତର୍ଜାତୀୟ ସମ୍ପର୍କ,
    ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?