Posted inଖେଳ

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ ଏକ ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟକ୍ରମ ଥିଲା। ଏଥିରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ସାମିଲ ରହିଥିଲା। ଜୁନ୍‌ରେ ଏହି ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଏହାକୁ ଘୁଞ୍ଚାଇଦିଆଯାଇଥିଲା। ତେବେ ସେପ୍ଟେମ୍ବରରେ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଘୋଷଣା କରିଛି। ଏଥିପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା ଚାଲୁ ରହିଛି ବୋଲି ଇସିବି ତରଫରୁ କୁହାଯାଇଛି।
ଆଗାମୀ ଗ୍ରୀଷ୍ମରେ ଦକ୍ଷିଣ ଆଫ୍ରିକା ବିଳମ୍ବରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବାକୁ ଇସିବି ବେଶ୍‌ ଆଶାବାଦୀ ରହିଛି। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆରେ ମହିଳା ଟି୨୦ ବିଶ୍ୱକପ୍‌ ବେଶ୍‌ ସଫଳତାର ଆୟୋଜନ ହୋଇଥିଲା। ତେବେ ମହାମାରୀ ବ୍ୟାପିବା ପରେ ମାର୍ଚ୍ଚରୁ ହିଁ ସାରା ବିଶ୍ୱରେ ସବୁ ପ୍ରକାର କ୍ରୀଡ଼ା କାର୍ଯ୍ୟକଳାପ ଠପ୍‌ ହୋଇଯାଇଥିଲା। ଇତିମଧ୍ୟରେ ଭାରତରେ ସଂକ୍ରମଣ ବଢିବାରେ ଲାଗିଛି। ଖେଳାଳିମାନେ କେତେବେଳେ ଟ୍ରେନିଂ ପାଇଁ ଏକାଠି ହେବେ ସେ ନେଇ ମଧ୍ୟ କିଛି ସ୍ପଷ୍ଟ କରାଯାଇ ନାହଁ। ଭାରତ ଏପର୍ଯ୍ୟନ୍ତ ୧୧ ଲକ୍ଷ କୋଭିଡ୍‌-୧୯ ସଂକ୍ରମଣର ଶିକାର ହୋଇଛନ୍ତି ଓ ଏଥିରେ ୨୮,୦୦୦ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିମ୍ବଦନ୍ତୀ ପର୍ବତାରୋହୀଙ୍କ ପରଲୋକ

କାଠମାଣ୍ଡୁ, ୨୨ା୯ (ପି.ଟି.)-କିମ୍ବଦନ୍ତୀ ନେପାଳୀ ପର୍ବତାରୋହୀ ଅଙ୍ଗ୍‌ରିଟା ଶେର୍ପାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ଅକ୍ସିଜେନ୍‌ ସିଲିଣ୍ଡରର ସହାୟତା ନ ନେଇ ୧୯୮୩ରୁ ୧୯୯୬...

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଝଟକା: ଭାରତ ଫେରିଲେ ଟିମ୍‌ର ଏହି ପ୍ରମୁଖ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୯।୮: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଆଉ ଏକ ଝଟକା ଲାଗିଛି। ଟିମ୍‌ର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ୍‌ରୁ ବାହାର ହୋଇଛନ୍ତି। ଦଳ ପାଇଁ...

ପୁଣି ଆଇପିଏଲ୍‌ ହେଲେ ଖେଳିବେ ଆର୍ଚର

ଲଣ୍ଡନ, ୧୫ା୫ (ପି.ଟି.)- ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ ଇଂଲଣ୍ଡ ସ୍ପିଡ୍‌ଷ୍ଟର ଜୋଫ୍ରା ଆର୍ଚର କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌ ପାଇଁ ବର୍ତ୍ତମାନ ସସ୍‌ପେଣ୍ଡ...

ଅଷ୍ଟ୍ରେଲିଆନ ଓପନ୍‌ : ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ଜେଭେରେଭ, ଥିମ୍‌

ମେଲବୋର୍ନ,୧୩।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଶୁକ୍ରବାର ପଞ୍ଚମ ଦିବସରେ ପ୍ରବେଶ କରିଛି। ଉଭୟ ପୁରୁଷ ଓ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ...

ପେଟ ପୋଷିବା ପାଇଁ ବାର୍‌ରେ କାମ କରୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ହିରୋ ଥିଲେ ଅଧିନାୟକ ଜୋ ରୁଟ୍‌। ଭାରତ ବିପକ୍ଷରେ ୧୦୦ତମ...

ଫିଟ୍‌ ହୋଇପାରିବେନି ଶ୍ରେୟସ୍‌! ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୫।୫: ଭାରତୀୟ କ୍ରିକେଟ ଟିମ୍‌ର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଫିଟ୍‌ ହେବାରେ ବିଳମ୍ବ ହେବ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ବେଳେ...

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର...

ଚେତନ ଶର୍ମାଙ୍କ ପରେ ସାମିଙ୍କ ହ୍ୟାଟ୍ରିକ

ସାଉଥାମ୍ପ୍‌ଟନ, ୨୩।୬ (ପି.ଟି.)- ବିଶ୍ୱକପ୍‌ରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭...

Advertisement
Archives

Model This Week