Posted inଫୁରସତ

କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକକୁ ଅଟକାଇଲେ ପୋଲିସ

ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି ଯାହାକୁ ଦେଖିଲେ ଖୁସି ଲାଗିବ। ଜଣେ ଟ୍ରାଫିକ ପୋଲିସ ଗୋଟିଏ କୁକୁରକୁ ରାସ୍ତା ପାର କରାଇବା ପାଇଁ ପୁରା ଟ୍ରାଫିକ୍‌କୁ ଅଟକାଇ ଦେଉଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ସେତେବେଳ ପର୍ଯ୍ୟନ୍ତ କୁକୁରଟି ଟ୍ରାଫିକ୍‌ ପୋଲିସ ନିକଟରେ ଛିଡାହୋଇ ରହିଥିଲା। ଟ୍ରାଫିକ ଅଟକିବା ପରେ କୁକୁରଟି ରାସ୍ତା ପାର ହେଉଛି। ତା’ପରେ ଟ୍ରାଫିକ୍‌ ପୋଲିସ ସମସ୍ତ ଗାଡିଗୁଡିକୁ ଯିବାକୁ ଅନୁମତି ଦେଉଛନ୍ତି। ତେବେ ଏହି ଭିଡିଓଟି କେଉଁସ୍ଥାନର ଏବଂ କେବେ ଶୁଟ୍‌ ହୋଇଛି ତାହା ଜଣାପଡ଼ି ନାହିଁ। ଏହି ଭିଡିଓକୁ ଦେଖିବା ପରେ ଲୋକେ ବିଭିନ୍ନ କମେଣ୍ଟ କରୁଛନ୍ତି। ଜଣେ ଲେଖିଛନ୍ତି, କୁକୁର ନିୟମ ପାଳନ କରୁଛି, ହେଲେ ଲୋକମାନେ ତାହା କେବେ ଶିଖିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସ ଆଗରେ ହାର୍‌ ମାନିଛି ସବୁ ବାଧା: ଏମିତି ଗିଟାର ବଜାଉଛନ୍ତି ଦିବ୍ୟାଙ୍ଗ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି

କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି...

ନଦୀ ପାର ହେଉଛି ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବ୍ରାଜିଲର ଜିଙ୍ଗୁ ନଦୀରେ ଏକ ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା ନଦୀ ପାର ହେଉଥିବା...

ଫୁଙ୍କାଗଲା ୧୮ ହଜାର ବର୍ଷ ପୁରାତନ ଶଙ୍ଖ 

ପ୍ୟାରିସ୍‌,୧୩।୨: ଫ୍ରାନ୍ସର ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଅଫ୍‌ ଟୋଉଲଉସ୍‌ରେ ରଖାଯାଇଥିବା ୧୮ ହଜାର ବର୍ଷ ପୁରାତନ ଶଙ୍ଖକୁ ଫୁଙ୍କା ଯାଇଛି। ଏହାକୁ ୧୯୩୧ରେ ପାଇରନିସ୍‌ ପାହାଡ଼ର...

ବ୍ୟକ୍ତିତ୍ୱ: ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ଭାରତର ପ୍ରଥମ ଲେଖିକା ମିମି ମଣ୍ଡଲ

ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ...

ବିବିଧ କଳାରେ ନିପୁଣ ଫରେଷ୍ଟର

ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି...

୬୦ ବର୍ଷୀୟ ପୂର୍ବତନ ସିଇଓ ଚାକିରି ପାଇଁ କଲେ ଏମିତି କାମ: ମିଳିଲା ଅନେକ ଅଫର

ବୟସ କେବଳ ଏକ ସଂଖ୍ୟା ମାତ୍ର। ଯଦି କୌଣସି ବ୍ୟକ୍ତିର କିଛି କରିବାକୁ ଆଗ୍ରହ ଥାଏ, ତେବେ ସେ ଯେକୌଣସି ବୟସରେ କିଛି ବି ହାସଲ...

ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ...

Advertisement


Archives

Model This Week