Posted inଖେଳ

ଭାରତ-ଶ୍ରୀଲଙ୍କା ସିରିଜ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ

ନୂଆଦିଲ୍ଲୀ, ୧୦ା୭ (ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଶିବିରରେ କରୋନା ପଜିଟିଭ ମାମଲା ଦେଖା ଦେବାରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ସିରିଜର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବର୍ତ୍ତମାନ ଜୁଲାଇ ୧୩ ପରିବର୍ତ୍ତେ ଜୁଲାଇ ୧୭ରୁ ଆରମ୍ଭ ହେବ। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ରୁ ଫେରିବା ପରେ ଶ୍ରୀଲଙ୍କା ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର ଏବଂ ଡାଟା ଆନାଲିଷ୍ଟ ଜି.ଟି. ନିରୋଶାନ କୋଭିଡ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଶ୍ରୀଲଙ୍କା କ୍ରିକେଟ ଦଳର କ୍ୱାରାଣ୍ଟାଇନ ସମୟକୁ ଆଉ ୩ ଦିନ ବୃଦ୍ଧି କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ପ୍ରଥମେ ତିନୋଟି ଅନ୍ତର୍ଜାତୀୟ ଦିନିକିଆ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଖେଳାଯାଇଥାନ୍ତା। ସେହିପରି ତିନୋଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜୁଲାଇ ୨୧, ୨୩ ଓ ୨୫ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବ୍ରାରଙ୍କୁ ୭ ଉଇକେଟ: ଇଂଲଣ୍ଡ ୨୮୧

ମୁଲ୍‌ତାନ, ୧୦ା୧୨ (ଏପି): ସ୍ଥାନୀୟ ମୁଲ୍‌ତାନ କ୍ରିକେଟ ଷ୍ଟାଡିୟମ ପାକିସ୍ତାନ ଓ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି।...

ତାମିମଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ

ମୀରପୁର, ୨।୨- ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ...

ପୁରୁଷ ସିଙ୍ଗଲ୍ସ: ଜୋକୋଭିଚ୍‌- କାରାସେଭ ସେମିଫାଇନାଲ

ମେଲବୋର୍ନ,୧୭।୨(ଏପି): ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଏଥିରେ ଟପ୍‌ ସିଡ୍‌ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌ ଓ...

ଫିଫା ବିଶ୍ୱକପ୍‌ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ

ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ...

ସିରାଜଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡକୁ ୧୨ ରନ୍‌ରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ୍‌,୧୮।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୨ ରନ୍‌ରେ ପରାସ୍ତ କରିଛି। ୩୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା...

ପାରାଲିସିସ୍‌ରେ ପୀଡ଼ିତ ୩ ଥର ଅଲିମ୍ପିକ୍‌ ରୋଇଂ ଚାମ୍ପିୟନ

ଲଣ୍ଡନ,୧।୧୧(ଏଏଫ୍‌ପି)- ଟ୍ରିପଲ ଅଲିମ୍ପିକ୍‌ ରୋଇଂ (ନୌଚାଳନା) ଚାମ୍ପିୟନ ପିଟ ରିଡ୍‌ ପକ୍ଷାଘାତରେ ପୀଡ଼ିତ ହୋଇଛନ୍ତି। ମେରୁଦଣ୍ଡରେ ଷ୍ଟ୍ରୋକ୍‌ ଯୋଗୁ ତାଙ୍କ ଛାତି ତଳ ସମ୍ପୂର୍ଣ୍ଣ ଅକ୍ଷମ...

ସୌରଭ ଗାଙ୍ଗୁଲି ନେଗେଟିଭ୍‌

କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ...

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଖେଳିବେ ରବିନସନ

ଲଣ୍ଡନ,୨୧।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ବୁଧବାର ଘୋଷିତ...

Advertisement
Archives

Model This Week