Posted inଖେଳ

ଉଦ୍‌ଘାଟନୀ ଲଙ୍କା ପ୍ରିମିୟର ଲିଗ୍‌ ସ୍ଥଗିତ

କଲମ୍ବୋ, ୧୨ା୮ (ପି.ଟି.)-ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ପ୍ରଥମ ସଂସ୍କରଣକୁ ସ୍ଥଗିତ ରଖିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)। ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୁନଶ୍ଚ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପାଇଁ ଟପ୍‌ ବିଦେଶୀ ଖେଳାଳିମାନେ ଟୁର୍ନାମେଣ୍ଟ ପାଇଁ ଉପଲବ୍ଧ ହେଉନାହାନ୍ତି। ଏହି ଟୁର୍ନାମେଣ୍ଟ ଅଗଷ୍ଟ ୨୮ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। ବର୍ତ୍ତମାନ ଆଇପିଏଲ୍‌ ଶେଷ ହେବାପରେ ନଭେମ୍ବର ମଧ୍ୟ ଭାଗରେ ଇଭେଣ୍ଟର ଆୟୋଜନ ପାଇଁ ସ୍ଥିର କରାଯାଇଥିବା ଏସ୍‌ଏଲ୍‌ସି ସଭାପତି ଶାମି ସିଲ୍‌ଭା ପ୍ରକାଶ କରିଛନ୍ତି। ଶ୍ରେଷ୍ଠ ମୁକ୍ତବୃତ୍ତ ଟି୨୦ ଖେଳାଳିଙ୍କୁ ଏଥିରେ ସାମିଲ କରିବା ଲାଗି ପ୍ରୟାସ ଚାଲିଥିବା ସେ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ହେବ। ଅନ୍ୟପକ୍ଷରେ ସେପ୍ଟେମ୍ବର ୨୦ରେ ଶେଷ ହେବାକୁଥିବା ଏଲ୍‌ପିଏଲ୍‌ରେ ମୋଟ ୨୩ଟି ମ୍ୟାଚ୍‌ ଖେଳାଯାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri