ମାନ୍ୟତା ମିଳିଲେ ଗୁରୁତ୍ୱ ବଢ଼ିବ

ବାଲେଶ୍ୱର ଅଫିସ, ୨୧।୭: ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସରକାର ସମୁଦ୍ର ଉପକୂଳରେ ଜଙ୍ଗଲ ସୃଷ୍ଟି କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବିଶେଷ କରି ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଜରିଆରେ ବନୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରକୃତିର ବରଦାନ ଭାବେ ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତକୁ ଲାଗିଥିବା ବଙ୍ଗୋପସାଗର ଅଞ୍ଚଳରେ ପ୍ରାୟ ୧୫୦ ଏକର ଜମିରେ ୮ରୁ ୧୦ବର୍ଷ ପୂର୍ବରୁ ଏକ ବିରାଟ ହେନ୍ତାଳ ବଣ ସୃଷ୍ଟି ହୋଇଛି। ସେଠାରେ କୁମ୍ଭୀରମାନଙ୍କର ଅଭୟାରଣ୍ୟ ପାଲଟିଗଲାଣି। ହେନ୍ତାଳ ବଣକୁ ଲାଗିଥିବା କଣ୍ଟିଆଚରା ନଦୀ ମୁହାଣରେ ମାଛ ଧରୁଥିବା ୪ଶହରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସେଠାରେ ବହୁ କୁମ୍ଭୀର, ବଡ଼ ବଡ଼ ସାପ, ସାମୁଦ୍ରିକ ଜନ୍ତୁ ଦେଖିଥିବା କୁହନ୍ତି। ଏହାର ପୁନରୁଦ୍ଧାର କରାଯାଇପାରିଲେ ଏକ ପ୍ରାକୃତିକ ମନୋହର ପର୍ଯ୍ୟଟନସ୍ଥଳୀ ହୋଇପାରିବ। ପିକନିକ୍‌ ଋତୁ ଆସିଲେ ଶତାଧିକ ପର୍ଯ୍ୟଟକ ଏଠାକୁ ଆସି ନଦୀ ଓ ସମୁଦ୍ରର ମିଳନସ୍ଥଳକୁ ଉପଭୋଗ କରିଥାନ୍ତି। ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱରଠାରୁ ଭଦ୍ରକ ଜିଲାର ସୀମା ତାଳପଦା ଅଞ୍ଚଳ ଦୀର୍ଘ ୭୦/୮୦ କି.ମି. ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ବଙ୍ଗୋପସାଗର ଉପକୂଳରେ ହେନ୍ତାଳ ବଣ, ଝାଉଁବଣ ସୃଷ୍ଟି କରାଯାଇଛି। ଜଳେଶ୍ୱର ଓ ଚାନ୍ଦିପୁର ବେଳାଭୂମି ଅଞ୍ଚଳରେ ୯୦ରୁ ଊର୍ଦ୍ଧ୍ୱ ଝାଉଁବଣ ସୃଷ୍ଟି
କରାଯାଇଥିବା ବେଳେ ହେନ୍ତାଳ ବଣ ପାଇଁ ବାଲେଶ୍ୱର ବନବିଭାଗ ପ୍ରକଳ୍ପ ରିପୋର୍ଟ ସରକାରଙ୍କୁ ପଠାଯାଇଛି। ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଫେରିଛନ୍ତି। ଏହାସତ୍ତ୍ୱେ ଚୂଡାନ୍ତ ରିପୋର୍ଟ ଦେବାରେ ବାଧକ ସାଜିଛି ମହାମାରୀ କରୋନା। ତାଳପଦାର ହେନ୍ତାଳବଣକୁ ‘ବନୀ ଜଙ୍ଗଲ’ର ମାନ୍ୟତା ଦେଇ ଏହାର ପୁନରୁଦ୍ଧାର କରାଗଲେ ଇଞ୍ଚୁଡ଼ି, ତୁଣ୍ଡୁରା, ତାଳପଦା, ଶ୍ରୀଜଙ୍ଗ, ରସାଳପୁର, କୁଳିଗାଁ, ମହାରାଜପୁର ଆଦି ପଞ୍ଚାୟତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା କୁହନ୍ତି, ସରକାରଙ୍କର ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଯୋଜନା ଅନୁସାରେ ଚାନ୍ଦିପୁର ଏବଂ ଜଳେଶ୍ୱର ଉପକୂଳ ଅଞ୍ଚଳରେ ୯୦ରୁ ଊର୍ଦ୍ଧ୍ୱ ଝାଉଁ ଜଙ୍ଗଲ ସୃଷ୍ଟି ହେବା ସହ ଅନ୍ୟତ୍ର ବହୁ ଗଛ ଲଗାଯିବା କାର୍ଯ୍ୟ ହାତକୁ ନେଇଛୁ। ତାଳପଦା ନିକଟସ୍ଥ ହେନ୍ତାଳ ବଣକୁ ପୁନରୁଦ୍ଧାର କରିବା ପାଇଁ ସ୍ବତନ୍ତ୍ର ଭାବେ ଏକ ପ୍ରକଳ୍ପ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ମହାମାରୀ କରୋନା ପାଇଁ ଏଥିରେ ଅସୁବିଧା ସୃଷ୍ଟି ହୋଇଛି। ଅନୁମୋଦନ ପାଇଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri