Posted inଫୁରସତ

ଡିଜିଟାଲ ଯୁଗରେ ବି ଚିଠିର ଗୁରୁତ୍ୱ

ଏବେ ଡିଜିଟାଲର ଯୁଗ। ଆଖି ପିଛୁଳାକେ ପୃଥିବୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଖବର ପଠାଯାଇ ପାରୁଛି। ଇଣ୍ଟରନେଟ ଖବର ଆଦାନ ପ୍ରଦାନର ମାଧ୍ୟମକୁ ଅଧିକ ସହଜ କରିଛି। ହେଲେ ଏବେ ମଧ୍ୟ ଚିଠିର ଗୁରୁତ୍ୱ ରହିଛି। ବର୍ତ୍ତମାନ ବହୁ ସଂଖ୍ୟକ ଲୋକ ଚିଠିରେ ଭାବର ଆଦାନ ପ୍ରଦାନ କରିଥା’ନ୍ତି। ଭାବର ଆଦାନ ପ୍ରଦାନରେ ଚିଠିର ଗୁରୁତ୍ୱକୁ ଉପଲବ୍ଧ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୯ରେ ବିଶ୍ୱ ଡାକ ଦିବସ ପାଳନ କରାଯାଇଥାଏ। ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ୧୮୭୪ରେ ସ୍ବିଜରଲାଣ୍ଡରେ ଆରମ୍ଭ ହୋଇଥିଲା। ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ପକ୍ଷରୁ ବିଶ୍ୱ ଯୋଗାଯୋଗ ବିପ୍ଳବର ଆରମ୍ଭ କରାଯାଇଥିଲା, ଯାହାକି ସମଗ୍ର ବିଶ୍ୱରେ ଅନ୍ୟମାନଙ୍କୁ ଚିଠି ଲେଖିବାକୁ ପ୍ରୋସାହିତ କରିଥାଏ। ପରବର୍ତ୍ତୀ ସମୟରେ ବିଶ୍ୱ ଡାକ ଦିବସ ୧୯୬୯ରେ ଆରମ୍ଭ ହୋଇଥିଲା। ସେହି ଦିନଠାରୁ, ବିଶ୍ୱର ବିଭିନ୍ନ ଦେଶ ଡାକସେବାର ଗୁରୁତ୍ୱକୁ ଉପଲବ୍ଧି କରିବାକୁ ଏହି ଦିବସ ପାଳନ କରିଥା’ନ୍ତି। କେତେକ ଦେଶରେ ଏହି ଦିବସ ପାଳନ ଅବସରରେ ଡାକଘରଗୁଡ଼ିକରେ ସ୍ବତନ୍ତ୍ର ଷ୍ଟାମ୍ପ ସଂଗ୍ରହ ପ୍ରଦର୍ଶନୀ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri