‘ହରିତ୍‌ ପୃଥିବୀ ନିର୍ମାଣ ଉପରେ ଗୁରୁତ୍ୱ’

ବାଲେଶ୍ୱର ଅଫିସ, ୧।୩ – ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ଜାତୀୟ ବିଜ୍ଞାନଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ଯୋଗଦେଇ ଆଧୁନିକ ପୃଥିବୀରେ ସମ୍ପ୍ରତି ବୈଜ୍ଞାନିକମାନଙ୍କର ଅଭାବ ନାହଁି, କିନ୍ତୁ ବିଜ୍ଞାନକୁ ବିଶ୍ୱର କଲ୍ୟାଣକର ପରିସ୍ଥିତି ଉଦ୍ଦେଶ୍ୟରେ ଉପଯୋଗ କରିବାର ବିଜ୍ଞାନୀ ମନସ୍କଙ୍କ ଅଭାବ ଲକ୍ଷ୍ୟ କରାଯାଉଛି। ହରିତ୍‌ ପୃଥିବୀ ନିର୍ମାଣ ବିଜ୍ଞାନ ଦିବସର ପ୍ରତିଶ୍ରୁତି ହେଉ ବୋଲି ମତ ଦେଇଥିଲେ।
ଭାବେ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗଦେଇ ବିଜ୍ଞାନ ଏବଂ ପ୍ରକୃତି କିପରି ପରସ୍ପର ପରିପୂରକ ତାହା ଦର୍ଶାଇ ଜିଜ୍ଞାସୁ ମନୋବୃତ୍ତି ଜଣେ ସାଧାରଣ ମନୁଷ୍ୟକୁ ସୁଦ୍ଧା ବୈଜ୍ଞାନିକର ସ୍ତରକୁ ଉନ୍ନୀତ ହେବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଭିକାରୀ ଚରଣ ଗୁରୁ ଯୋଗଦେଇ ବିଜ୍ଞାନ ଅନୁସନ୍ଧିତ୍ସୁ ମନ ନେଇ ନିରନ୍ତର ସାଧନା ଓ ପ୍ରୟୋଗର ବିଷୟ। ସମ୍ପ୍ରତି ମନୁଷ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଲାଭ କରି ଉନ୍ନତିର ଚରମ ସୋପାନ ଆରୋହଣ କରିଛି ବୋଲି ଯେତେ ସାବ୍ୟସ୍ତ କଲେ ମଧ୍ୟ ପ୍ରକୃତିର ଶକ୍ତି ଉପରେ ସିଏ କେବେ ବିଜୟଲାଭ କରିପାରିବ ନାହଁି। ବରଂ ମାଟି, ପାଣି, ପବନ ଆଦି ପ୍ରାକୃତିକ ଉପାଦାନର ସୁରକ୍ଷା ନିମିତ୍ତ ପ୍ରତିଟି ମନୁଷ୍ୟ ବିଶେଷତଃ ଶିକ୍ଷିତ ମନୁଷ୍ୟ ପ୍ରତିଶ୍ରୁତିବଦ୍ଧ ହୋଇପାରିଲେ ପୃଥିବୀରେ ଏକ ସୁସ୍ଥ ଓ ସୁନ୍ଦର ଜୀବନ ବଞ୍ଚତ୍ବା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଜାତୀୟ ବିଜ୍ଞାନ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ଉପସ୍ଥାପନା କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପଦାର୍ଥ ବିଜ୍ଞାନ ଓ କ୍ଷେପଣାସ୍ତ୍ର ବିଭାଗର ବିଭାଗ ମୁଖ୍ୟ ଡ. ସନ୍ତୋଷ ଅଗ୍ରୱାଲା, ଅଧ୍ୟାପକ ଡ. ବିବେକାନନ୍ଦ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିଟି ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ଶ୍ରେଷ୍ଠ ବିବେଚିତ ହୋଇଥିବା ଜଣେ ଲେଖାଏଁ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା। ଏଥିରେ ଅନୁସନ୍ଧିତ୍ସୁ ଓ ଗବେଷକ ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରକଳ୍ପ ଉପସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri