ପ୍ରବାସୀଙ୍କ ପ୍ରଭାବ

ନେଦରଲାଣ୍ଡ୍ସର ସବୁଠୁ ଲୋକପ୍ରିୟ ପାର୍ଟିର ଏବକାର ନେତା ଗୀର୍ଟ ୱାଇଲ୍ଡର୍ସଙ୍କୁ ଅଣଦେଖାକରି ଜଣେ ସାମ୍ବାଦିକ ଭାବେ ମୁଁ ଜୀବନର ସବୁଠୁ ବଡ଼ ଭୁଲ୍‌ କରିଛି। ସମ୍ଭବତଃ ସେ ନେଦରଲାଣ୍ଡ୍ସର ପ୍ରଥମ ଦକ୍ଷିଣପନ୍ଥୀ ପ୍ରଧାନମନ୍ତ୍ରୀ ହେବେ ।
ମୁଁ ୨୦୦୫ରେ ମୋ ପୁସ୍ତକ ‘ମର୍ଡର ଇନ୍‌ ଆମଷ୍ଟରଡାମ୍‌’ ପାଇଁ ସାକ୍ଷାତ୍‌କାର ନେଇଥିଲି। ଏହି ବହିଟି ଜଣେ ମୁସଲମାନ ଉଗ୍ରପନ୍ଥୀଙ୍କ ଦ୍ୱାରା ହତ୍ୟା ହୋଇଥିବା ଫିଲ୍ମ ନିର୍ମାତା ଥେଓ ଭାନ୍‌ ଗୋହଙ୍କ ଉପରେ ପର୍ଯ୍ୟବସିତ। ୱାଇଲ୍ଡର୍ସ ୨୦୦୬ରେ ଦି ପାର୍ଟି ଫର୍‌ ଫ୍ରିଡମ(ପିଭିଭି) ଗଠନ କରିଥିଲେ ବି ଭବିଷ୍ୟତରେ ସକ୍ରିୟ ରାଜନୀତି କରିବାର କୌଣସି ଆଗ୍ରହ ନ ଥିବା ଲକ୍ଷ୍ୟକରି ମୋ ବହିରେ ସ୍ଥାନ ଦେଇ ନ ଥିଲି। କିନ୍ତୁ ଅଧିକାଂଶ ଲୋକଙ୍କ ଭଳି ତାଙ୍କ ଅଜବ ହେୟାରଷ୍ଟାଇଲ ମୋତେ ପ୍ରଭାବିତ କରିଥିଲା। ଜଣେ ଦୃଢ଼ ବ୍ୟକ୍ତିତ୍ୱ ଓ ସାଂସଦ ଭାବେ ତାଙ୍କ କେଶକୁ କଳା ବଦଳରେ ଧଳା ରଖିବାକୁ ଚାହିଁଥିଲେ। ଏହା ଥିଲା ତାଙ୍କ ଭିଜୁଆଲ ବ୍ରାଣ୍ଡିଂ। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଓ ବୋରିସ୍‌ ଜନ୍‌ସନଙ୍କ ସଫଳତା ଭିଜୁଆଲ ବ୍ରାଣ୍ଡିଂର ଗୁରୁତ୍ୱକୁ ଦର୍ଶାଇଛି। ଅଜବ ହେୟାର ସଂସ୍କୃତି ଦ୍ୱାରା ସୃଷ୍ଟି ଭିଜୁଆଲ ବ୍ରାଣ୍ଡିଂରେ ଏକ ଅଦ୍ଭୁତ ବ୍ୟକ୍ତିତ୍ୱ ରହିଛି। ତେବେ ୱାଇଲ୍ଡର୍ସଙ୍କ କେଶଶୈଳୀ ଭିନ୍ନ ବୋଲି ଉପସ୍ଥାପିତ କରାଯାଇପାରେ। ୨୦୦୯ରେ ଲିଜି ଭାନ୍‌ ଲିଓବିନ୍‌ ନାମକ ଜଣେ ଡଚ୍‌ ମାନବବିଜ୍ଞାନୀ ତଥା ଇଣ୍ଡୋନେସିଆର ବିଶେଷଜ୍ଞ ଯୁକ୍ତି ବାଢ଼ିଥିଲେ, ୱାଇଲ୍ଡର୍ସ ତାଙ୍କ ୟୁରାସିଆନ(ୟୁରୋପ ଓ ଏସିଆ ନିବାସୀ) ପୃଷ୍ଠଭୂମିକୁ ଲୁଚାଇବାକୁ ଚାହିଁ ଆସୁଥାଇପାରନ୍ତି । ହେଲେ ତାଙ୍କ ମାତାଙ୍କ ମା’ ଆଂଶିକ ଇଣ୍ଡୋନେସୀୟ । ତାଙ୍କ ଜେଜେ ଓ ଜେଜେମା’ଙ୍କୁ ଦୁର୍ବଳ ଆର୍ଥିକ ଅବସ୍ଥା ଯୋଗୁ ଡଚ୍‌ ଇଷ୍ଟ୍‌ଇଣ୍ଡିଜ ( ପରେ ଇଣ୍ଡୋନେସିଆ ହୋଇଛି) ଛାଡ଼ିବାକୁ ପଡ଼ିଥିଲା।
ଅବଶ୍ୟ ୱାଇଲ୍ଡର୍ସଙ୍କ ବିରୋଧରେ ଏସବୁ କହିବା ଅନ୍ୟାୟ ହେବ। ଜାତି କିଛି ବି ବୁଝାଇ ନ ପାରେ। କିନ୍ତୁ ପୂର୍ବର ଡଚ୍‌ ଇଷ୍ଟ୍‌ ଇଣ୍ଡିଜରେ ଥିବା ୟୁରାସିଆନ୍‌ଙ୍କ ମଧ୍ୟରେ ଦକ୍ଷିଣପନ୍ଥୀ ଓ ମୁସଲମାନ ବିରୋଧୀ ମାନସିକତାର ଏକ ଇତିହାସ ଅଛି, ଯାହା ରାଜନୀତି ଦୃଷ୍ଟିକୋଣରୁ ତାଙ୍କୁ ସାହାଯ୍ୟ କରିଥାଇପାରେ। ସେମାନଙ୍କୁ ୟୁରାସିଆନ କିମ୍ବା ଇଣ୍ଡୋଜ କୁହାଯାଏ। ସେମାନଙ୍କୁ ଇଣ୍ଡୋନେସୀୟ କିମ୍ବା ଡଚ୍‌ ଉପନିବେଶିକ ନେତୃତ୍ୱମାନେ କେବେ ବି ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ନ ଥିଲେ। ସେମାନେ ଥିଲେ ପ୍ରବାସୀ। ବହୁ ସମୟରେ ଅଧିକ ଶିକ୍ଷିତ ବ୍ୟକ୍ତି ହିଁ ଦେଶର ନାଗରିକ ହେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ। ବହୁ ସମୟରେ ଡଚ୍‌ ଇଷ୍ଟ୍‌ ଇଣ୍ଡିଜରେ ସଂଖ୍ୟାବହୁଳ ସମ୍ପ୍ରଦାୟ ମୁସଲମାନଙ୍କ ପ୍ରତି ଘୃଣା ଭାବ ଏବଂ ଚରମ ଡଚ୍‌ ଜାତୀୟତାବାଦ ସୃଷ୍ଟି ହୋଇଥିଲା। ୧୯୩୦ ଦଶନ୍ଧିରେ ଉପନିବେଶରେ ଡଚ୍‌ ନାଜି ପାର୍ଟିର ଅନେକ ସଦସ୍ୟଙ୍କର ୟୁରାସିଆନ୍‌ ପୃଷ୍ଟଭୂମି ଥିଲା। ୱାଇଲ୍ଡର୍ସ ଜଣେ ଫାସୀବାଦୀ ହୋଇ ନ ପାରନ୍ତି, କିନ୍ତୁ ସାର୍ବଭୌମତା, ଜାତୀୟତା ବୋଧ ଏବଂ ସଂସ୍କୃତି ଓ ଧର୍ମୀୟ ନୈତିକତା ପ୍ରତି ତାଙ୍କ ଅନୁରାଗର ପ୍ରବାସୀଙ୍କ ବଂଶାନୁକ୍ରମ ସହ ସମ୍ପର୍କ ରହିଛି। ଇତିହାସକୁ ଦେଖିଲେ ଚରମ ରାଷ୍ଟ୍ରବାଦୀମାନେ ବହୁ ସମୟରେ ବିଭିନ୍ନ ଅଞ୍ଚଳରୁ ସାମ୍ନାକୁ ଆସିଛନ୍ତି। କୋରସିକାରୁ ନେପୋଲିଅନ, ଜର୍ଜିଆରୁ ଷ୍ଟାଲିନ, ଅଷ୍ଟ୍ରିଆରୁ ହିଟଲର ଆସିଛନ୍ତି। ଯେଉଁମାନେ ଦେଶୀୟ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଚାହଁି ଆସିଛନ୍ତି , ସେମାନେ ଲଗାତର ଜନ ଆକ୍ରୋଶର ଶିକାର ହୋଇଛନ୍ତି।
ନେଦରଲାଣ୍ଡ୍ସରେ ୱାଇଲ୍ଡର୍ସ କେବଳ ଜଣେ ବିରଳ ବ୍ୟକ୍ତିତ୍ୱ ନୁହନ୍ତି। ୧୯୮୦ରେ ହେନେରୀ ବ୍ରୁକ୍‌ମ୍ୟାନ ବିଶେଷକରି ମୁସଲମାନ ପ୍ରବାସୀଙ୍କୁ ବିରୋଧ କରିବା ପାଇଁ ଦକ୍ଷିଣପନ୍ଥୀ ଡଚ୍‌ ସେଣ୍ଟର ପାର୍ଟି ଗଠନ କରିଥିଲେ। ବ୍ରୁକ୍‌ମ୍ୟାନଙ୍କର ବଂଶର ଆଧାର ଥିଲା ୟୁରାସିଆନ୍‌। ଅନ୍ୟ ଜଣେ ଦକ୍ଷିଣପନ୍ଥୀ ରାଜନେତା ରୀତା ଭରଡଙ୍କ୍‌ ମଧ୍ୟ ଥିଲେ ୟୁରାସିଆନ, ଯିଏ ୨୦୦୭ରେ ପ୍ରାଉଡ୍‌ ଅଫ୍‌ ନେଦରଲାଣ୍ଡ୍ସ୍‌ ପାର୍ଟି ଗଠନ କରିଥିଲେ। ବ୍ରିଟେନ୍‌ର ପୂର୍ବତନ ସ୍ବରାଷ୍ଟ୍ର ସଚିବ ସୁଏଲା ବ୍ରେଭରମ୍ୟାନ୍‌ଙ୍କୁ ୱାଇଲ୍ଡର୍ସଙ୍କ ସହ ତୁଳନା କରାଯାଇପାରେ। ତାଙ୍କ ମାତାପିତା ପ୍ରଥମେ ଆଫ୍ରିକାରେ ଭାରତୀୟ ଭାବେ ରହିଥିଲେ। ପରେ ସେମାନେ ଆଫ୍ରିକୀୟ- ଭାରତୀୟ ଭାବେ ବ୍ରିଟେନ୍‌ରେ ରହିଲେ। ଜଣେ ପ୍ରବାସୀ ଶିଶୁ ଭାବେ ପ୍ରବାସୀ ଏବଂ ଶରଣାର୍ଥୀଙ୍କ ପ୍ରତି ତାଙ୍କର ବିରୋଧାମତ୍କ ଭାବନା ବ୍ରିଟେନ୍‌ ଉପରେ ଏକ ପ୍ରକାର ଆକ୍ରମଣ ଥିଲା, ଯାହା ଚିନ୍ତାଜନକ ମନେହୁଏ। କିନ୍ତୁ ସେଠାରେ ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାର ଇଚ୍ଛା ତାଙ୍କ ରାଜନୀତିରେ ଏକ ଭୂମିକା ନେଇଛି। ବ୍ରିଟେନ ପାର୍ଲାମେଣ୍ଟରେ ବ୍ରେଭରମ୍ୟାନ୍‌ଙ୍କ ପ୍ରବେଶ ଏବଂ କଞ୍ଜରଭେଟିଭ ପାର୍ଟିରେ ତାଙ୍କ ଉତ୍ଥାନରୁ ଜଣାପଡ଼େ ଯେ, ବ୍ରିଟେନର ଦ୍ୱାର ବାହାର ବ୍ୟକ୍ତିଙ୍କ ପାଇଁ ଉନ୍ମୁକ୍ତ। ଉଲ୍ଲେଖନୀୟ, ଇମିଗ୍ରେଶନ ବା ଅପ୍ରବାସନ ଉପରେ ତାଙ୍କର କଠୋର ଦକ୍ଷିଣପନ୍ଥୀ ଦୃଷ୍ଟିକୋଣ କଞ୍ଜରଭେଟିଭ ରାଜନୀତିରେ ମୁଖ୍ୟ ଧାରା ପାଲଟିଛି। କଞ୍ଜରଭେଟିଭ ପାର୍ଟିର ଶ୍ୱେତାଙ୍ଗ ସପକ୍ଷବାଦୀମାନେ ଏକ ପ୍ରବାସୀ ବିରୋଧୀ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ଜଣେ ଅପ୍ରବାସୀ କନ୍ୟାଙ୍କୁ ଉପଯୋଗକରି ଖୁସିଥିଲେ। ଅପେକ୍ଷାକୃତ ଏହି ସମୟ ପର୍ଯ୍ୟନ୍ତ ଚରମ ରାଷ୍ଟ୍ରବାଦୀ ଦଳ ଓ ରାଜନେତାମାନେ ମୁଖ୍ୟଧାରା ରକ୍ଷଣଶୀଳ ଦଳରୁ ବଞ୍ଚିତ ହୋଇଥିଲେ କିମ୍ବା ବାଦ୍‌ ପଡ଼ିଥିଲେ, ଯାହା ୧୯୬୮ରେ ବ୍ରିଟିଶ ରାଜନେତା ଏନୋଚ୍‌ ପାଓ୍ବେଲଙ୍କ କ୍ଷେତ୍ରରେ ଘଟିଥିଲା। ବ୍ରିଟେନ୍‌ର ଏହି ରାଜନେତା ଅନୁମାନ କରିଥିଲେ ଯେ ଅଧିକ ଅଣଶ୍ୱେତାଙ୍ଗ ଅପ୍ରବାସନ ଯୋଗୁ ରକ୍ତର ନଦୀ ବହିବ। ଫଳରେ ସେମାନଙ୍କ ପାରିବାରିକ ପୃଷ୍ଠଭୂମି ଯାହା ହେଉନା କାହିଁକି ସେମାନଙ୍କୁ ବହିରାଗତ ରାଜନୈତିକ ବ୍ୟକ୍ତି ଭାବେ ବିବେଚନା କରାଯାଉଥିଲା। ଅଧିକରୁ ଅଧିକ ଅସନ୍ତୁଷ୍ଟ ଭୋଟରଙ୍କ ପାଇଁ ଏହା ସେମାନଙ୍କର ଏକ ବହୁମୂଲ୍ୟ ଆବେଦନ ଥିଲା। ୨୦୧୬ରେ ବ୍ରେକ୍‌ଜିକ୍ଟରମାନେ ଏବଂ ଟ୍ରମ୍ପ୍‌ ଏଥିରୁ ଉପକୃତ ହୋଇଥିଲେ ଏବଂ ୱାଇଲ୍ଡର୍ସ ଆଜି ଏଥିରୁ ଉପକୃତ ହେଉଛନ୍ତି । କିନ୍ତୁ ବିଗତ କିଛି ଦଶନ୍ଧି ହେଲା ପାରମ୍ପରିକ ଋଢ଼ିବାଦୀ ଦଳଗୁଡ଼ିକ ବିଦ୍ୱେଷ ଭାବ ପ୍ରଦର୍ଶନ ବିନା ଏଭଳି ପରିଣାମ ସବୁ ଘଟିପାରିଲା ନାହିଁ। ସେମାନଙ୍କର ଭୋଟରଙ୍କୁ କାଳେ ଚରମ ଦକ୍ଷିଣପନ୍ଥୀ ନେଇଯିବେ ସେହି ଭୟରେ ସେମାନେ ସ୍ଥିତିରୁ ଲାଭ ଉଠାଉଥିବା ବିଦେଶୀଙ୍କ ବିରୋଧରେ ପକ୍ଷପାତ ନୀତି ଧରିଲେ। ଇହୁଦୀ ଓ ଖ୍ରୀଷ୍ଟିଆନ, ସହର କିମ୍ବା କୌଣସି ସ୍ଥାନରୁ ଲୋକଙ୍କ ପ୍ରତି ମୁସଲମାନମାନେ ବିପଦ ବୋଲି କହିଲେ। କିନ୍ତୁ ଏହା କେବଳ ବାକ୍‌ପଟୁତା ଥିଲା ଏବଂ ରକ୍ଷଣଶୀଳ ଦଳଗୁଡ଼ିକ କେବଳ ଧନୀ ଏବଂ ବଡ଼ ବ୍ୟବସାୟର ସ୍ବାର୍ଥ ପାଇଁ ଲାଗିପଡ଼ିଲେ। ଯେଉଁମାନଙ୍କୁ ବାହାର ଲୋକ ଭାବେ ବ୍ୟବହାର କରାଯାଉଥିଲା ସେମାନଙ୍କ କ୍ରୋଧ ବଢ଼ିଗଲା ଏବଂ ସେମାନେ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିଦେବା ଲାଗି ଜଣେ ବାହାରର ବ୍ୟକ୍ତିଙ୍କୁ ଚାହିଁଲେ।
ନେଦରଲାଣ୍ଡ୍ସରେ ଋଢ଼ିବାଦୀ ଦଳଗୁଡ଼ିକ ବିଶେଷକରି ପାର୍ଟି ଅଫ୍‌ ଫ୍ରିଡମ୍‌ ଆଣ୍ଡ୍‌ ଡେମୋକ୍ରାସି (ଭିଭିଡି) ଅତୀତରେ ଏଭଳି ସମସ୍ୟା ସାମ୍ନା କରିଥିଲେ ଓ ୱାଇଲ୍ଡର୍ସଙ୍କୁ ଶାସନ କରିବାକୁ ବାଟ ଛାଡ଼ି ନ ଥିଲା। ଭିିଭିଡି ଅନ୍ତର୍ଜାତୀୟବାଦ, ୟୁରୋପୀୟ ସଂଘ, ୟୁକ୍ରେନ୍‌କୁ ସାମରିକ ସହଯୋଗ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପଦକ୍ଷେପ ସପକ୍ଷରେ ଛିଡ଼ା ହୋଇଥିଲେ ବି ୱାଇଲ୍ଡର୍ସ ଏସବୁକୁ ବିରୋଧ କରୁଛନ୍ତି। ପରିବର୍ତ୍ତନ ଏୟା ହୋଇଛି ଯେ, ଭିଭିଡି ଏହାର ଦକ୍ଷିଣପନ୍ଥୀ ସପକ୍ଷବାଦୀଙ୍କୁ ସୁରକ୍ଷା ଦେବା ଆଶାରେ ଅପ୍ରବାସନ ଉପରେ ଏକ କଠୋର ଆଭିମୁଖ୍ୟ ଗ୍ରହଣକଲେ ମଧ୍ୟ ସୂଚାଇ ଦେଇଛି ଯେ କ୍ରୋଧିତ ପ୍ରବାସୀଙ୍କ ଶାସନ କରିବା ସମ୍ଭବ ହୋଇପାରେ ।
ବର୍ତ୍ତମାନ ଦ୍ୱାର ଖୋଲିଗଲା ଏବଂ ଅପ୍ରବାସନ ଏକ ନିର୍ବାଚନ ପ୍ରସଙ୍ଗ ହୋଇଗଲା, ୱାଇଲ୍ଡର୍ସ ବିପୁଳ ବିଜୟ ହାସଲ କରିବାକୁ ସକ୍ଷମ ହେଲେ । ହେଲେ ବିଡ଼ମ୍ବନା ହେଉଛି ଯେ, ଭିଭିଡି ନେତା ଡିଲାନ୍‌ ୟିଶିଲଗୋଜ, ଯିଏକି ଏହା କରିବାକୁ ଅନୁମତି ଦେଇଥିଲେ, ସେ ଆଙ୍କାରରେ ଜଣେ ତୁର୍କୀ ମାତା ଏବଂ କୁର୍ଦ୍ଦ ପିତାଙ୍କଠାରୁ ଜନ୍ମ ନେଇଥିଲେ। ସେ ଠିକ୍‌ ସେହିଭଳି ଜଣେ ଡଚ୍‌ ନାଗରିକ ଯାହାଙ୍କୁ ୱାଇଲ୍ଡର୍ସ ରୋକିବାକୁ ଶପଥ ନେଇଛନ୍ତି।

  • ଇଆନ ବୁରୁମା
    ପ୍ରତିଷ୍ଠିତ ଲେଖକ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?