ଖୋଜାଚାଲିଛି ୫୨ ମୃତକଙ୍କ ପରିଚୟ

ଭୁବନେଶ୍ୱର,୩।୭(ଅଭିଜିତ ଦାସ): ଗତ ଜୁନ୍‌ ୨ରେ କରମଣ୍ଡଳ ଟ୍ରେନ୍‌ ହାଓଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। କିଏ ପରିବାର ସହ ଯାଉଥିଲା ତ ଆଉ କିଏ ସାଙ୍ଗସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ। କିନ୍ତୁ ବାହାନଗା ରେଳଷ୍ଟେଶନ ନିକଟରେ ସବୁକିଛି ଛାରଖାର ହୋଇଗଲା। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଏକ୍ସପ୍ରେସ ଟ୍ରେନ୍‌ ମଧ୍ୟରେ ଧକ୍କା ହେବା ଦ୍ୱାରା ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ୨୯୩କୁ ବୃଦ୍ଧି ହୋଇଥିବାବେଳେ ଅନେକ ଯାତ୍ରୀ ଏବେବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଇତିମଧ୍ୟରେ ଟ୍ରେନ୍‌ ଦୁର୍ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଲୋମଟାଙ୍କୁରା ଦୃଶ୍ୟ ଲୋକଙ୍କ ମନରୁ ଲିଭିନାହିଁ।
ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିହ୍ନଟ ଓ ହସ୍ତାନ୍ତର ଲାଗି ବିଭିନ୍ନ ପର୍ଯ୍ୟାୟରେ ୧୬୨ଟି ମୃତଦେହ ଏମ୍‌ସ ପରିସରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୮୧ଟିି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାକି ୮୧ଟି ମଧ୍ୟରୁ ୫୯ଟି ମୃତଦେହ ଏମ୍‌ସ ପରିସରରେ ଥିବା ୩ଟି କଣ୍ଟେନରରେ ସଂରକ୍ଷିତ ରଖାଯାଇଛି। ଇତିମଧ୍ୟରେ ଜୁନ୍‌ ୨୯ ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟରେ ୨୯ଟି ଡିଏନ୍‌ଏ ନମୁନାର ଟେଷ୍ଟିଂ ରିପୋର୍ଟ ଆସିଥିଲା। ୩୦ ତାରିଖଠାରୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ପ୍ରଥମ ଦିନ ୬ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଜୁଲାଇ ୧ରେ ୧୩ ଏବଂ ୨ ତାରିଖରେ ୩ ମୃତଦେହ ଦାବିଦାରଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରବିବାର ରାତି ସୁଦ୍ଧା ସମୁଦାୟ ୨୨ ମୃତଦେହ ହସ୍ତାନ୍ତର କରାଯାଇଥିବା ବେଳେ ଏବେବି ୫୨ଟିର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଦୁର୍ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ପରିବାରବର୍ଗ ନିଜ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଇପାରୁନାହାନ୍ତି। ୫୨ଟି ମୃତଦେହ ଡିଏନଏ ରିପୋର୍ଟ କେବେ ଆସିବ ତାହାର ଉତ୍ତର କୌଣସି ଅଧିକାରୀଙ୍କ ପାଖରେ ନାହିଁ। ମୃତଦେହ ନେବା ଲାଗି ଦୂରଦୂରାନ୍ତରୁ ଆସୁଥିବା ପରିବାରବର୍ଗଙ୍କୁ କର୍ତ୍ତୃପକ୍ଷଙ୍କ ତରଫରୁ କେବଳ ଆଶ୍ୱାସନା ଦିଆଯାଉଛି। ଅନ୍ୟପକ୍ଷରେ ବାହାନଗା ରେଳଷ୍ଟେଶନ ନିକଟରେ ଏବେବି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିରହିଛି କରମଣ୍ଡଳ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଏବଂ ବଗି। ପୂର୍ବରୁ ରେଲଓ୍ବେର ସୂଚନା ଅନୁଯାୟୀ କ୍ଷତିଗ୍ରସ୍ତ ୨ ଇଞ୍ଜିନ ଓ ୧୭ଟି ବଗି ନିଲାମ ହେବ। ସ୍ଥାନୀୟ ଲୋକ ଓ ଟ୍ରେନ୍‌ରେ ଯାତ୍ରା କରଥିବା ଯାତ୍ରୀଙ୍କ ମନରୁ ଭୟ ଦୂର ଲାଗି ସେଗୁଡ଼ିକୁ କଳା ପଲିଥିନ୍‌ ଘୋଡାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସେଗୁଡିକ ଟ୍ରାକ୍‌ ନିକଟରେ ପଡ଼ିରହିଛି। ଏ ସମ୍ପର୍କରେ ଖଡଗପୁର ଡିସିଏମ୍‌ ରାଜେଶ କୁମାର କହିଛନ୍ତି, ସିବିଆଇ ଏବଂ କୋର୍ଟଠାରୁ ଅନୁମତି ମିଳିସାରିଛି। କେବଳ ନିଲାମିକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri