ଖୋଜାଚାଲିଛି ୫୨ ମୃତକଙ୍କ ପରିଚୟ

ଭୁବନେଶ୍ୱର,୩।୭(ଅଭିଜିତ ଦାସ): ଗତ ଜୁନ୍‌ ୨ରେ କରମଣ୍ଡଳ ଟ୍ରେନ୍‌ ହାଓଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। କିଏ ପରିବାର ସହ ଯାଉଥିଲା ତ ଆଉ କିଏ ସାଙ୍ଗସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ। କିନ୍ତୁ ବାହାନଗା ରେଳଷ୍ଟେଶନ ନିକଟରେ ସବୁକିଛି ଛାରଖାର ହୋଇଗଲା। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଏକ୍ସପ୍ରେସ ଟ୍ରେନ୍‌ ମଧ୍ୟରେ ଧକ୍କା ହେବା ଦ୍ୱାରା ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ୨୯୩କୁ ବୃଦ୍ଧି ହୋଇଥିବାବେଳେ ଅନେକ ଯାତ୍ରୀ ଏବେବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଇତିମଧ୍ୟରେ ଟ୍ରେନ୍‌ ଦୁର୍ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଲୋମଟାଙ୍କୁରା ଦୃଶ୍ୟ ଲୋକଙ୍କ ମନରୁ ଲିଭିନାହିଁ।
ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିହ୍ନଟ ଓ ହସ୍ତାନ୍ତର ଲାଗି ବିଭିନ୍ନ ପର୍ଯ୍ୟାୟରେ ୧୬୨ଟି ମୃତଦେହ ଏମ୍‌ସ ପରିସରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୮୧ଟିି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାକି ୮୧ଟି ମଧ୍ୟରୁ ୫୯ଟି ମୃତଦେହ ଏମ୍‌ସ ପରିସରରେ ଥିବା ୩ଟି କଣ୍ଟେନରରେ ସଂରକ୍ଷିତ ରଖାଯାଇଛି। ଇତିମଧ୍ୟରେ ଜୁନ୍‌ ୨୯ ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟରେ ୨୯ଟି ଡିଏନ୍‌ଏ ନମୁନାର ଟେଷ୍ଟିଂ ରିପୋର୍ଟ ଆସିଥିଲା। ୩୦ ତାରିଖଠାରୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ପ୍ରଥମ ଦିନ ୬ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଜୁଲାଇ ୧ରେ ୧୩ ଏବଂ ୨ ତାରିଖରେ ୩ ମୃତଦେହ ଦାବିଦାରଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରବିବାର ରାତି ସୁଦ୍ଧା ସମୁଦାୟ ୨୨ ମୃତଦେହ ହସ୍ତାନ୍ତର କରାଯାଇଥିବା ବେଳେ ଏବେବି ୫୨ଟିର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଦୁର୍ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ପରିବାରବର୍ଗ ନିଜ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଇପାରୁନାହାନ୍ତି। ୫୨ଟି ମୃତଦେହ ଡିଏନଏ ରିପୋର୍ଟ କେବେ ଆସିବ ତାହାର ଉତ୍ତର କୌଣସି ଅଧିକାରୀଙ୍କ ପାଖରେ ନାହିଁ। ମୃତଦେହ ନେବା ଲାଗି ଦୂରଦୂରାନ୍ତରୁ ଆସୁଥିବା ପରିବାରବର୍ଗଙ୍କୁ କର୍ତ୍ତୃପକ୍ଷଙ୍କ ତରଫରୁ କେବଳ ଆଶ୍ୱାସନା ଦିଆଯାଉଛି। ଅନ୍ୟପକ୍ଷରେ ବାହାନଗା ରେଳଷ୍ଟେଶନ ନିକଟରେ ଏବେବି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିରହିଛି କରମଣ୍ଡଳ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଏବଂ ବଗି। ପୂର୍ବରୁ ରେଲଓ୍ବେର ସୂଚନା ଅନୁଯାୟୀ କ୍ଷତିଗ୍ରସ୍ତ ୨ ଇଞ୍ଜିନ ଓ ୧୭ଟି ବଗି ନିଲାମ ହେବ। ସ୍ଥାନୀୟ ଲୋକ ଓ ଟ୍ରେନ୍‌ରେ ଯାତ୍ରା କରଥିବା ଯାତ୍ରୀଙ୍କ ମନରୁ ଭୟ ଦୂର ଲାଗି ସେଗୁଡ଼ିକୁ କଳା ପଲିଥିନ୍‌ ଘୋଡାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସେଗୁଡିକ ଟ୍ରାକ୍‌ ନିକଟରେ ପଡ଼ିରହିଛି। ଏ ସମ୍ପର୍କରେ ଖଡଗପୁର ଡିସିଏମ୍‌ ରାଜେଶ କୁମାର କହିଛନ୍ତି, ସିବିଆଇ ଏବଂ କୋର୍ଟଠାରୁ ଅନୁମତି ମିଳିସାରିଛି। କେବଳ ନିଲାମିକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri