ଏପ୍ରିଲ ୨୫ରୁ ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା

ଭୁବନେଶ୍ୱର, ୫।୩(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହେବ। ଦଶମ ପରୀକ୍ଷା ୨୫ରୁ ଆରମ୍ଭ ହୋଇ ମେ’ ୨୩ ରେ ସରିବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହେବ ଓ ଏହାର ଅବଧି ଦେଢ଼ଘଣ୍ଟା ଧାର୍ଯ୍ୟ କରାଯାଇଛି। ତେବେ ପ୍ରଥମ ଦିନ ଇଂଲିଶ ପରୀକ୍ଷା ରହିଛି। ପରୀକ୍ଷା ଆରମ୍ଭର ୧୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୧୦ଟା ୫୦ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ସେହିପରି ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ଜୁନ ୬ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହେବାକୁ ଥିବାବେଳେ ୧ଟା ୫୦ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୦ ମିନିଟ୍‌ ସମୟ ଦିଆଯିବ। ଏହି ପରୀକ୍ଷା ଅବଧି ମଧ୍ୟ ଦେଢ଼ ଘଣ୍ଟା ଧାର୍ଯ୍ୟ କରାଯାଇଛି। ଏନେଇ ସିଆଇଏସ୍‌ସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ଓ କାର୍ଯ୍ୟସୂଚୀ ସିଆଇଏସ୍‌ସିଇର ଓ୍ବେବ୍‌ସାଇଟ୍‌ cisce.orgରେ ଉପଲବ୍ଧ ରହିଛି। ଛାତ୍ରୀଛାତ୍ରମାନେ ଏହି ଓ୍ବେବ୍‌ସାଇଟ୍‌କୁ ଯାଇ ଆବଶ୍ୟକ ସୂଚନା ପାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୬ଜଣ

ପୁରୀ ଅଫିସ, ୧୬।୧୦:ଶ୍ରୀମନ୍ଦିର ଭିତରେ ପାନ ଖାଇ ମଙ୍ଗଳବାର ୬ଜଣ ଧରାପଡ଼ିଛନ୍ତି। ମଙ୍ଗଳବାର ବାହାର ଦେଉଳିରେ କେତେଜଣ ଖଜା ତିଆରି କରୁଥିଲେ। ଶ୍ରୀମନ୍ଦିର ସ୍କ୍ବାଡ ସେଠାରେ...

ସାତକୋଶିଆରେ ହାତୀଛୁଆର ମୃତ୍ୟୁ

ଅନୁଗୋଳ ଅଫିସ,୨୮।୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ...

ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଶୁକ୍ରବାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ...

ଅଯଥାରେ ବିଭ୍ରାନ୍ତି କରୁଛି କଂଗ୍ରେସ: ପୃଥ୍ବୀରାଜ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରସଙ୍ଗକୁ ନେଇ କଂଗ୍ରେସ ଅଯଥାରେ ବିଭ୍ରାନ୍ତି କରୁଛି। ରାଜ୍ୟ ଭାଜପା ଏହି ପ୍ରସଙ୍ଗରେ ଲୋକମାନଙ୍କ ପାଖକୁ ଯିବା ସହ ସେମାନଙ୍କୁ...

‘ମା’ମାନଙ୍କ ଆତ୍ମବିଶ୍ୱାସ ମିଶନଶକ୍ତିକୁ ୧ ନଂ କରାଇଛି’

ଭୁବନେଶ୍ୱର,୨ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍‌ଭେନସନ୍‌ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ...

୪୫ ଦିନ ହେଲାଣି ମଣ୍ଡିରୁ ଉଠୁନି ଧାନ: ମାଲକାନଗିରି-ବାଲିମେଳା ରାସ୍ତା ଅବରୋଧ କଲେ ଚାଷୀ

କୋରୁକୋଣ୍ଡା,୬।୨(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବାରମ୍ବାର ଚାଷୀ ମହଲରେ ଉତ୍ତେଜନା ଦେଖିବାକୁ ମିଳୁଛି। ବୁଧବାର ଜିଲାର ଗୋବିନ୍ଦପାଲିଠାରେ ମଣ୍ଡିରୁ ଧାନ ଉଠୁ ନ ଥିବା ହେତୁ ମାଲକାନଗିରି-ଜୟପୁର...

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ...

ରାଜଧାନୀରେ କରୋନା ରୋଗୀ ଚିହ୍ନଟ ଗୁଜବ ମିଥ୍ୟା: ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ): ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା...

Advertisement
Archives

Model This Week