Posted inଫୁରସତ

ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍ବାମୀ ନେଲେ ଅଜବ ପଦକ୍ଷେପ, ଯାହା ଆଗରୁ କେବେ ଶୁଣି ନ ଥିବେ

ଇଟାଲୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜ ମନକୁ ଶାନ୍ତ କରିବା ପାଇଁ ଘରୁ ବାହାରି ଚାଲିଗଲେ। ସେ ଏତେ ରାଗି ଯାଇଥିଲେ ଯେ କୌଣସି ଗାଡ଼ି ମୋଟରରେ କେଉଁଆଡ଼େ ନ ଯାଇ ସିଧା ୪୫୦ କିଲୋମିଟର ପାଦରେ ଚାଲିଚାଲି ଗଲେ। ଏହି ବ୍ୟକ୍ତିଙ୍କ ଏପରି ପଦକ୍ଷେପ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ହସର ଖୋରାକ ମଧ୍ୟ ଯୋଗାଇଛି।

ଇଟାଲୀର ସୋସିଆଲ ମିଡିଆରେ ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କୁ ‘ଫରେଷ୍ଟ ଗମ୍ପ’ ବୋଲି ଡାକୁଛନ୍ତି। ସେ ୧୯୯୪ରେ ଏକ ଫିଲ୍ମର ହିରୋ ଥିଲେ। ସେତେବେଳେ ସେ ସମଗ୍ର ଆମେରିକାରେ ୧ ହଜାର ମାଇଲ ଦୌଡ଼ିଥିଲେ। ଇଟାଲୀୟ ବ୍ୟକ୍ତିଙ୍କ ଏହି ଅନନ୍ୟ ଯାତ୍ରାରେ ପୋଲିସ ଅପରାହ୍ନରେ ଆଡ୍ରିୟାଟିକ ଉପକୂଳରେ ପାନୋରେ ଅଟକି ଥିଲା। ବ୍ୟକ୍ତି ଜଣକ ଏକ ସପ୍ତାହ ଚାଲି ଚାଲି ଏଠାରେ ପହଞ୍ଚିଥିଲେ। କରୋନା ପାଇଁ ସେତେବେଳେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ତେବେ କର୍ଫ୍ୟୁ ଉଲ୍ଲଂଘନ କରି ୪୮ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ୪୮୫ ଆମେରିକୀୟ ଡଲାର ଜରିମାନା କରାଯାଇଥିଲା।

ଏହି କାହାଣୀ ପ୍ରଥମେ ଇଟାଲୀର ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିଲା। ପରେ ସୋସିଆଲ ମିଡିଆରେ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ହିରୋ ବୋଲି କହିବା ସହ ତାଙ୍କ ଉପରେ ଲାଗିଥିବା ଜରିମାନାକୁ ସମାଲୋଚନା କରିଥିଲେ।

ଜଣେ ୟୁଜର କହିଥିଲେ ତାଙ୍କୁ ଭଲ ଏବଂ ନୂତନ ଜୋତା ନୁହେଁ, ପୁରସ୍କାର ପାଇବା ଉଚିତ୍‌। ହିଂସା ନୁହେଁ, କ୍ରୋଧକୁ ଶାନ୍ତ କରିବାକୁ ପଦଯାତ୍ରାରେ ଯାଇଥିବାରୁ ଜଣେ ୟୁଜର ତାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ।

ଯେତେବେଳେ ପୋଲିସ ତାଙ୍କ ଡାଟାବେସରେ ପରିଚୟ ଯାଞ୍ଚ କଲା, ସେତେବେଳେ ସେ ଜାଣିବାକୁ ପାଇଲା ଯେ ତାଙ୍କ ସ୍ତ୍ରୀ ସ୍ବାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ତାଙ୍କ ସ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲା। ପରେ ତାଙ୍କୁ ନେବା ପାଇଁ ପାନୋ ଆସିଥିଲା।

ବ୍ୟକ୍ତି ଜଣକ ପୋଲିସକୁ କହିଥିଲେ, ମୁଁ ଏଠାକୁ ଚାଲି ଚାଲି ଆସିଛି। ସେ କହିଥିଲେ ବାଟରେ ଲୋକମାନେ ମୋତେ ଖାଦ୍ୟ, ପାଣି ଓ ଶୀତବସ୍ତ୍ର ଦେଇଥିଲେ। ଦିନକୁ ହାରାହାରି ୬୦ କିଲୋମିଟର ଚାଲୁଥିଲେ। ମୁଁ ଭଲ ଅଛି, ଟିକିଏ ଥକି ଯାଇଛି ବୋଲି କହିଥିଲେ। ପୋଲିସ ତାଙ୍କୁ ରାତିରେ ଖୋଜାଖୋଜି କରିବା ପରେ ଉପକୂଳ ରାଜପଥରେ ଥଣ୍ଡାରେ ଥରୁଥିବା ଦେଖିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri