Posted inଫୁରସତ

ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍ବାମୀ ନେଲେ ଅଜବ ପଦକ୍ଷେପ, ଯାହା ଆଗରୁ କେବେ ଶୁଣି ନ ଥିବେ

ଇଟାଲୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜ ମନକୁ ଶାନ୍ତ କରିବା ପାଇଁ ଘରୁ ବାହାରି ଚାଲିଗଲେ। ସେ ଏତେ ରାଗି ଯାଇଥିଲେ ଯେ କୌଣସି ଗାଡ଼ି ମୋଟରରେ କେଉଁଆଡ଼େ ନ ଯାଇ ସିଧା ୪୫୦ କିଲୋମିଟର ପାଦରେ ଚାଲିଚାଲି ଗଲେ। ଏହି ବ୍ୟକ୍ତିଙ୍କ ଏପରି ପଦକ୍ଷେପ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ହସର ଖୋରାକ ମଧ୍ୟ ଯୋଗାଇଛି।

ଇଟାଲୀର ସୋସିଆଲ ମିଡିଆରେ ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କୁ ‘ଫରେଷ୍ଟ ଗମ୍ପ’ ବୋଲି ଡାକୁଛନ୍ତି। ସେ ୧୯୯୪ରେ ଏକ ଫିଲ୍ମର ହିରୋ ଥିଲେ। ସେତେବେଳେ ସେ ସମଗ୍ର ଆମେରିକାରେ ୧ ହଜାର ମାଇଲ ଦୌଡ଼ିଥିଲେ। ଇଟାଲୀୟ ବ୍ୟକ୍ତିଙ୍କ ଏହି ଅନନ୍ୟ ଯାତ୍ରାରେ ପୋଲିସ ଅପରାହ୍ନରେ ଆଡ୍ରିୟାଟିକ ଉପକୂଳରେ ପାନୋରେ ଅଟକି ଥିଲା। ବ୍ୟକ୍ତି ଜଣକ ଏକ ସପ୍ତାହ ଚାଲି ଚାଲି ଏଠାରେ ପହଞ୍ଚିଥିଲେ। କରୋନା ପାଇଁ ସେତେବେଳେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ତେବେ କର୍ଫ୍ୟୁ ଉଲ୍ଲଂଘନ କରି ୪୮ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ୪୮୫ ଆମେରିକୀୟ ଡଲାର ଜରିମାନା କରାଯାଇଥିଲା।

ଏହି କାହାଣୀ ପ୍ରଥମେ ଇଟାଲୀର ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିଲା। ପରେ ସୋସିଆଲ ମିଡିଆରେ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ହିରୋ ବୋଲି କହିବା ସହ ତାଙ୍କ ଉପରେ ଲାଗିଥିବା ଜରିମାନାକୁ ସମାଲୋଚନା କରିଥିଲେ।

ଜଣେ ୟୁଜର କହିଥିଲେ ତାଙ୍କୁ ଭଲ ଏବଂ ନୂତନ ଜୋତା ନୁହେଁ, ପୁରସ୍କାର ପାଇବା ଉଚିତ୍‌। ହିଂସା ନୁହେଁ, କ୍ରୋଧକୁ ଶାନ୍ତ କରିବାକୁ ପଦଯାତ୍ରାରେ ଯାଇଥିବାରୁ ଜଣେ ୟୁଜର ତାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ।

ଯେତେବେଳେ ପୋଲିସ ତାଙ୍କ ଡାଟାବେସରେ ପରିଚୟ ଯାଞ୍ଚ କଲା, ସେତେବେଳେ ସେ ଜାଣିବାକୁ ପାଇଲା ଯେ ତାଙ୍କ ସ୍ତ୍ରୀ ସ୍ବାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ତାଙ୍କ ସ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲା। ପରେ ତାଙ୍କୁ ନେବା ପାଇଁ ପାନୋ ଆସିଥିଲା।

ବ୍ୟକ୍ତି ଜଣକ ପୋଲିସକୁ କହିଥିଲେ, ମୁଁ ଏଠାକୁ ଚାଲି ଚାଲି ଆସିଛି। ସେ କହିଥିଲେ ବାଟରେ ଲୋକମାନେ ମୋତେ ଖାଦ୍ୟ, ପାଣି ଓ ଶୀତବସ୍ତ୍ର ଦେଇଥିଲେ। ଦିନକୁ ହାରାହାରି ୬୦ କିଲୋମିଟର ଚାଲୁଥିଲେ। ମୁଁ ଭଲ ଅଛି, ଟିକିଏ ଥକି ଯାଇଛି ବୋଲି କହିଥିଲେ। ପୋଲିସ ତାଙ୍କୁ ରାତିରେ ଖୋଜାଖୋଜି କରିବା ପରେ ଉପକୂଳ ରାଜପଥରେ ଥଣ୍ଡାରେ ଥରୁଥିବା ଦେଖିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri