ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ସବ୍‌ଡେଗା,୨୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କଲା ପରେ ସ୍ବାମୀ ହେମନ୍ତ ଡନସନା(୨୭) ଦୁଇଦିନ ପରେ ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ଏହା ଜଣାପଡ଼ିବା ପରେ ରେଶ୍‌ମାଙ୍କ ବାପା ଗୋବିନ୍ଦ ଡନସନା କହିଛନ୍ତି, ୨୦୨୨ ଜୁନ୍‌ରେ ସେ ଝିଅ ରେଶମାଙ୍କୁ ଡମକୁଡାର ହେମନ୍ତଙ୍କ ସହ ବିବାହ କରାଇଥିଲେ। କିଛିଦିନ ପରେ ହେମନ୍ତ ଝିଅ ରେଶମାଙ୍କୁ
ବାପଘର ସବଡେଗା ନୂଆପଡ଼ାରେ ଛାଡ଼ି ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ହେମନ୍ତ ଗୋଆରୁ ୨୦ ଦିନ ହେବ ଘରକୁ ଫେରିଥିଲେ ଓ ରେଶ୍‌ମାଙ୍କୁ ସବଡେଗାରୁ ସାଙ୍ଗରେ ନେଇ ନିଜ ଘର ଡମକୁଡାକୁ ଯାଇଥିଲେ। ହେଲେ ହେମନ୍ତଙ୍କ ସାବତ ମା’ ଦୁହିଁଙ୍କୁ ଅଲଗା ରାନ୍ଧି ଖାଇବାକୁ କହିଥିଲେ। ଏହା ଜାଣି ରେଶମାଙ୍କ ବାପା ଚାଉଳ ଓ କିଛି ଖାଇବା ସାମଗ୍ରୀ ଝିଅକୁ ନେଇ ଦେଇଥିଲେ। ସ୍ତ୍ରୀ-ସ୍ବାମୀ ବହୁତ ଭଲରେ ଚଳୁଥିଲେ। ହଠାତ୍‌ ତିନିଦିନ ତଳେ ଏଭଳି ଘଟଣା ଘଟିଥିବାରୁ କିଛି ବୁଝି ପାରୁନି ବୋଲି କହିଛନ୍ତି ଗୋବିନ୍ଦ। ଅପରପକ୍ଷେ ହେମନ୍ତଙ୍କ ମା’ କହିବା ହିସାବରେ ରେଶ୍‌ମା ରବିବାର କାମରୁ ଆସିଥିଲେ। ରାତିରେ ଦୁଇଜଣ ତାଙ୍କ ରୁମ୍‌ରେ ଶୋଇଥିଲେ କିନ୍ତୁ ରେଶମା ରୁମ୍‌ରୁ ସୋମବାର ଓ ମଙ୍ଗଳବାର ଦିନସାରା ବାହାରି ନ ଥିଲେ। ଖାଲି ହେମନ୍ତ କବାଟ ବନ୍ଦ କରି ବାହାରୁଥିଲେ। ଏହାଦେଖି ହେମନ୍ତଙ୍କ ମା’ ବୋହୂର କଣ ହେଲା ବାହାରୁନି କହି ପଚାରିବାରୁ ତାକୁ ଥଣ୍ଡା ହୋଇଛି ବୋଲି ମଙ୍ଗଳବାର ମଧ୍ୟାହ୍ନରେ ୧୨ କହି ରୁମ୍‌କୁ ପଶିଯାଇ କବାଟ ବନ୍ଦ କରି ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ହେମନ୍ତଙ୍କୁ  ମା’ ଡାକ ପକାଇବାରୁ କିଛି ଉତ୍ତର ନ ଆସିବାରୁ ଘର ଲୋକେ ଲୁହା ଶାବଳରେ କବାଟ ତାଡ଼ି ପଶି ଦେଖିବାରୁ ଖଟରେ ରେଶମା ମରିଥିବା ଓ ପାଖରେ ବେକରେ ଗାମୁଛା ଲଗାଇ ହେମନ୍ତ  ଝୁଲୁଥିବା ଦେଖିଥିଲେ। ପରେ ତଳସରା ଥାନାକୁ ଖବର ଦେଇଥିଲେ। ପୋଲିସ ଆସି ମଙ୍ଗଳବାର ଘରକୁ ତାଳା ପକାଇ ବୁଧବାର ସକାଳେ ସାଇଣ୍ଟିଫିକ୍‌ ଦଳ ସହ ଘର ଖୋଲି ତହସିଲଦାର, ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲେ। ସ୍ତ୍ରୀଙ୍କ ମୃତଦେହ ପଚି ଗନ୍ଧ ହେଉଥିବାରୁ ଦୁଇଦିନ ଆଗରୁ ରେଶମାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଥିଲା। ଘଟଣାରୁ ଅନୁମାନ କରାଯାଉଛି କି, କୌଣସି କାରଣରୁ ହେମନ୍ତ ସ୍ତ୍ରୀଙ୍କୁ ରବିବାର ରାତିରୁ ହତ୍ୟା କରିଥିଲେ। ଦୁଇଦିନ ପରେ କୌଣସି ଉପାୟ ନ ପାଇ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବାର ଜଣା ପଡିଛି। ହେଲେ ଦୁଇଜଣ ମରିଯିବାରୁ ହତ୍ୟାର କାରଣ କ’ଣ ହୋଇଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri