ତାତି ଯୋଗୁ ୭ ବର୍ଷରେ ଚାକିରି ହରାଇବେ ୮ କୋଟି ଲୋକ, ଭାରତରେ ୩ କୋଟି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୩ : ଗତ ସପ୍ତାହରେ ବର୍ଷା ଯୋଗୁ ଏବଂ ଚଳିତ ସପ୍ତାହ ଆରମ୍ଭରେ, ପାଗ ବଦଳିବା ପୂର୍ବରୁ ହଠାତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିଲା। ଏଥି ସହିତ, ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ଲହର ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେବ। କେବଳ ଏତିକି ନୁହେଁ, ପ୍ରବଳ ଗରମ ପବନ ପ୍ରାଣୀ ଏବଂ ଜଙ୍ଗଲ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ। ଏହି କାରଣରୁ, ପରିବେଶର ବହୁ କ୍ଷତି ଘଟିବାର ସମ୍ଭାବନା ଅଛି। ଆଇଏମଡୀ ସହିତ ବିଶ୍ୱ ବ୍ୟାଙ୍କ ମଧ୍ୟ ପ୍ରବଳ ଉତ୍ତାପକୁ ନେଇ ଏକ ସତର୍କ ସୂଚନା ଜାରି କରିଛି।

ବିଶ୍ୱ ବ୍ୟାଙ୍କ କହିଛି ଯେ କ୍ରମାଗତ ତାପମାତ୍ରା ବୃଦ୍ଧି କେବଳ ଚଳିତ ବର୍ଷ ନୁହେଁ ଆଗାମୀ ଅନେକ ବର୍ଷ ପାଇଁ ସାଧାରଣ ଜୀବନ ଉପରେ ଖରାପ ପ୍ରଭାବ ପକାଇବ। ଏହି କାରଣରୁ,ମାନବ ସମାଜ କ୍ଷତିଗ୍ରସ୍ତ ହେବ। କ୍ଲାଇମେଟ ଇନଭେଷ୍ଟମେଣ୍ଟ ଅପର୍ଚ୍ୟୁନିଟି ଇନ ଇଣ୍ଡିଆନ କୁଲିଂ ସେକ୍ଟର ଶୀର୍ଷକ ରିପୋର୍ଟେି ଉଲ୍ଲେଖ କରାଯାଇଛି ଯେ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ମାନବ ଜୀବନ ପାଇଁ ଦ୍ୱିଗୁଣିତ ବିପଦ ଆଣିବ।

ପାଣିପାଗ ବିଭାଗ ପୁନର୍ବାର ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ଲହର ସାଧାରଣ ଜୀବନ ଉପରେ ଖରାପ ପ୍ରଭାବ ପକାଇବ।

ଗରମ ପବନ ପ୍ରବାହିତ ଯୋଗୁ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ଫଳରେ ରୋଜଗାର ଉପରେ ନ କାରାତ୍ମକ ପ୍ରଭାବ ପଡ଼ିବ। ଏହା ସହିତ, ରିପୋର୍ଟରେ କୁହାଯାଇଛି ଯେ, କ୍ରମାଗତ ଭାବେ ଗରମ ହେଉଥିବା ଗ୍ରୀଷ୍ମ ମାସ ଯୋଗୁଁ, ବିଶ୍ୱରେ ୮ କୋଟି ଲୋକ ଆସନ୍ତା ୭ ବର୍ଷରେ ଅର୍ଥାତ ୨୦୩୦ସୁଦ୍ଧା ଚାକିରି ହରାଇପାରନ୍ତି।

ଭୟାବହ ଆକଳନ ହେଉଛି ଯେ ପାଣିପାଗର ଅବନତି ଯୋଗୁ ଭାରତରେ ୩ କୋଟି ଲୋକ ଚାକିରି ହରାଇବେ।
ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ମଧ୍ୟ ସାରା ଦେଶରେ ପ୍ରବଳ ଉତ୍ତାପ ହେବ। କେବଳ ଏତିକି ନୁହେଁ, ଏହି ଘଟଣା ବର୍ଷକୁ ବର୍ଷ ବୃଦ୍ଧି ପାଇବ। ଦିନକୁ ଦିନ ବଢୁଥିବା ଉତ୍ତାପ ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବା ନିଶ୍ଚିତ। ପ୍ରବଳ ଉତ୍ତାପ ଜଳ, ଜଙ୍ଗଲ, ଜମି ଏବଂ ସାଧାରଣ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇବ।

ଚଳିତ ବର୍ଷ ଫେବୃଆରୀରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଫେବୃଆରୀ ୨୦୨୩ ରେ ୬ ଦିନ ଏପରି ଥିଲା ଯେତେବେଳେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। କେବଳ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ନୁହେଁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ଛତିଶଗଡ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଫେବୃଆରୀ ମାସରେ ଲୋକମାନେ ମେ-ଜୁନ ଭଳି ତାତି ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri