Posted inଖେଳ

‘କେବଳ ମୋଦି ଚାହିଁଲେ ହେବ ସମ୍ଭବ’

ନୂଆଦିଲ୍ଲୀ,୨୨।୩: ୨୦୨୩ ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଭାରତ ସହ ଅନେକ ଦଳ ଟାଇଟଲ ପାଇଁ ଦୃଢ ପ୍ରତିଯୋଗୀ। ସେଥିମଧ୍ୟରୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ଟାଇଟଲ ଆଶାୟୀ। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭବିଷ୍ୟବାଣୀ କରିଛନ୍ତି ଯେ, ଦିନିକିଆ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ଫାଇନାଲ ହୋଇପାରେ। ପାକିସ୍ତାନ ୨୦୧୧ ପ୍ରତିଶୋଧ ନେବାକୁ ଚାହୁଁଛି।
୨୦୧୧ ଦିନିକିଆ ବିଶ୍ୱକପ ମଧ୍ୟ ଭାରତରେ ଖେଳାଯାଇଥିଲା। ଭାରତୀୟ କ୍ରିକେଟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥର ଅଖତର ଚାହୁଁଛନ୍ତି, ଫାଇନାଲରେ ଭାରତକୁ ପରାସ୍ତ କରି ବାବର ଟ୍ରଫି ଉଠାନ୍ତୁ।
ଏସିଆ କପ ବିବାଦ ବିଷୟରେ ଅଖତରଙ୍କୁ ପଚରାଯିବାରୁ ସେ କହିଛନ୍ତି, କେବଳ ଦୁଇ ଦେଶର ସରକାର ସ୍ଥିର କରିପାରିବେ। ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସବୁଜ ସଙ୍କେତ ଦିଅନ୍ତି, ତେବେ ଭାରତ ପାକିସ୍ତାନ ଆସିବ। ଏଥିରେ ନିଷ୍ପତ୍ତି ନେବାକୁ ବିସିସିଆଇ କିଏ? ବିସିସିଆଇ ଭାରତ ସରକାରଙ୍କୁ ନ ପଚାରି କିଛି କରିପାରିବ ନାହିଁ। ଆମ ବୋର୍ଡ ମଧ୍ୟ ଆମ ସରକାରଙ୍କ ପରାମର୍ଶ ବିନା କିଛି କରିପାରିବ ନାହିଁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ ଶାହା ସ୍ପଷ୍ଟ କରିସାରିଛନ୍ତି। ବିସିସିଆଇର ଏହି ମନୋଭାବ ପରେ ଏସିଆ କପ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ। ତେବେ ପିସିବି ନିଜେ ପାକିସ୍ତାନରେ ଏସିଆ କପ ଆୟୋଜନ କରିବାକୁ ଜିଦ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri