ମାଟିରେ ମିଶିଲା ୭ ଅପରାଧୀଙ୍କ ଘର

ଭୁବନେଶ୍ୱର,୨୧।୭(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ସରକାରୀ ଜାଗାକୁ ଜବରଦଖଲ କରି ସେଠାରେ ରହିବା ସହ ହତ୍ୟା, ଚୋରି, ନିଶା କାରବାର ଭଳି ବିଭିନ୍ନ ଅପରାଧ ଘଟାଉଥିଲେ। ସହରରେ ଆତଙ୍କ ଖେଳାଉଥିବା ଏହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍‌ ପୋଲିସ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସହାୟତାରେ ପୋଲିସ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିବା ୭ ଅଭିଯୁକ୍ତଙ୍କ ଘରକୁ ଗୁରୁବାର ଭାଙ୍ଗି ମାଟିରେ ମିଶାଯାଇଛି। ସେମାନେ ହେଲେ ୟୁନିଟ୍‌-୧ ଜିଇଡି ବସ୍ତିର ସୁଜିତ ନାୟକ, ଭାଇ ଅଜିତ ନାୟକ, ଭଣଜା ଟିକିଲି ନାୟକ, ବିଶାଲ ନାୟକ, ୟୁନିଟ୍‌-୫ କେଶରୀନଗର ବସ୍ତିର ଦିଲ୍ଲୀପ ବିଶୋଇ ଓରଫ ଦିଲୁ, କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ୟୁନିଟ୍‌-୬ ରାଧାକ୍ରୀଷ୍ଣନ ଉପର ବସ୍ତିର ସୁରେଶ ନାୟକ ଓରଫ ପପୁ।
୨୪ ଭୋର୍‌ ପ୍ରାୟ ୪ଟାରେ ୟୁନିଟ-୧ ଜିଇଡି ବସ୍ତିର ସୁଶାନ୍ତ ନାୟକ ଓରଫ କାଳିଆଙ୍କୁ ହତ୍ୟା କରାଯାଇଥିଲା। ଝଗଡ଼ାକୁ କେନ୍ଦ୍ର କରି ପଡ଼ୋଶୀ ସୁଜିତ, ଭାଇ ଅଜିତ, ଭଣଜା ଟିକିଲି, ବିଶାଲ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରିଥିଲେ। ପରେ ସୁଜିତ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଦାରିଙ୍ଗବାଡ଼ିରୁ ଜୁନ ପ୍ରଥମ ସପ୍ତାହରେ ଅଜିତ, ଟିକିଲି, ବିଶାଲ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ଏମାନେ ନୟାଗଡ଼ର ହୋଇଥିବା ବେଳେ ଦୀର୍ଘଦିନ ହେବ ଜିଇଡି ବସ୍ତିରେ ସରକାରୀ ଜାଗାକୁ ଜବରଦଖଲ କରି ରହୁଥିଲେ। ଏପରିକି ସେଠାରେ ସେମାନେ ନିଶା କାରବାର ମଧ୍ୟ କରୁଥିଲେ। ସେମାନଙ୍କ ନାମରେ ୧୦ରୁ ଊର୍ଦ୍ଧ୍ୱ ମାମଲା ମଧ୍ୟ ରହିଛି। ସେହିପରି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପ୍ରଣବ ପଣ୍ଡା ତାଙ୍କ ୟୁନିଟ-୬ ସରକାରୀ କ୍ୱାର୍ଟରରେ ନ ଥିବାବେଳେ ଜୁନ୍‌ ୨୫ ରାତିରେ ୟୁନିଟ-୫ କେଶରୀ ନଗର ବସ୍ତିର ଦିଲ୍ଲୀପ , କାହ୍ନା ଓ ୟୁନିଟ-୬ ରାଧାକ୍ରୀଷ୍ଣନ୍‌ ଉପର ବସ୍ତିର ସୁରେଶ ତାଙ୍କ ଘରୁ ଚୋରି କରିଥିଲେ। ଗେଟ ୍‌ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ବହୁ ସୁନା ଅଳଙ୍କାର ନେଇଯାଇଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ଏହି ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇଥିଲା। ଏମାନେ ମଧ୍ୟ ସେମାନଙ୍କ ବସ୍ତିରେ ସରକାରୀ ଜାଗାରେ ଘର କରି ବିଭିନ୍ନ ଅପରାଧରେ ଜଡ଼ିତ ଅଛନ୍ତି। ବିଡିଏ ଓ ବିଏମ୍‌ସି ଟିମ୍‌ ସହାୟତାରେ ପୋଲିସ ଟିମ୍‌ ପୂର୍ବାହ୍ନ ୧୧ରୁ ଅପରାହ୍ନ ୪ ମଧ୍ୟରେ ଜେସିବି ଓ ଅନ୍ୟାନ୍ୟ ଉପରକରଣ ସାହାଯ୍ୟରେ ଅପରାଧୀଙ୍କ ଘରକୁ ମାଟିରେ ମିଶାଇ ଦେଇଥିଲା। ସୁଜିତ୍‌, ଅଜିତ, ଟିକିଲି ଓ ବିଶାଲ ରହୁଥିବା ଜିଇଡି ବସ୍ତିସ୍ଥିତ ଘର, କେଶରୀ ନଗର ବସ୍ତିସ୍ଥିତ ଦିଲ୍ଲୀପ, କାହ୍ନାଙ୍କ ଘର ଏବଂ ରାଧାକ୍ରୀଷ୍ଣନ୍‌ ବସ୍ତିର ସୁରେଶଙ୍କ ଘର ଭଙ୍ଗାଯାଇଥିଲା। ଏହି ଘରଭଙ୍ଗା ଅଭିଯାନରେ ଏଥିରେ ଜୋନ୍‌-୧ ଏସିପି ମାନସ ଗଡନାୟକ, କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ସମେତ ବହୁ ପୋଲିସ କର୍ମଚାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?