ସ୍ବାଭାବିକ ହୋଇପାରୁନି ଗୃହ

ଭୁବନେଶ୍ୱର,୩ା୧୨(ବ୍ୟୁରୋ):କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ। ନଚେତ୍‌ ଗୃହ ଚଳାଇ ଦେବୁନାହିଁ। ଏଭଳି ଜିଦ୍‌ରେ ବିରୋଧୀ ଅଡ଼ି ବସିଥିବାବେଳେ ସରକାର ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ଗୃହ ସ୍ବାଭାବିକ ହୋଇପାରୁ ନାହିଁ। ବିରୋଧୀ ଭାଜପା ଓ କଂଗ୍ରେସ ମମିତା ମେହେର ମାମଲାକୁ ନେଇ ସରକାରଙ୍କୁ ଜୋରଦାର ଆକ୍ରମଣ ଜାରି ରଖିଥିବାବେଳେ ଶାସକ ବିଜେଡି ଗ୍ୟାସ୍‌, ଅତ୍ୟାବଶ୍ୟକ ଦର ବୃଦ୍ଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ କମ୍‌ ଗୃହ ମିଳିବା ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛି।
ବିଜେଡି ବିଧାୟକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବୁଧବାର ବିଧାନସଭାରୁ ରାଜଭବନ ପଦଯାତ୍ରା କରି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ ଗୁରୁବାର ଗୃହ ମୁଲତବୀ ପରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ନେଇ ବିଧାନସଭା ଦ୍ୱିତୀୟ ଦିନ ଅଚଳ ହୋଇଯାଇଛି। ମାତ୍ର ଅଧ ମିନିଟ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। କଂଗ୍ରେସ ଓ ଭାଜପା ସଦସ୍ୟମାନେ ହାତରେ ପ୍ଲାକାର୍ଡ, କଳାଗାମୁଛା ଦେଖାଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପ୍ରବଳ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ନିଜ ବିଭାଗର ପେପର ଲେ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ମାତ୍ର ୧୩ ମିନିଟ ପରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଶୁକ୍ରବାର ୧୦ଟା ୩୦ ମିିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦେଇଥିଲେ।
ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଭାକାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କରିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ। ଭାଜପା ସଦସ୍ୟ ମୋହନ ଚରଣ ମାଝି, ମୁକେଶ ମହାଲିଙ୍ଗ, ବିଷ୍ଣୁଚରଣ ସେଠୀଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। ଭାଜପା ସହିତ ତାଳଦେଇ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି, ରମେଶ ଜେନା, ସୁରେଶ କୁମାର ରାଉତରାୟଙ୍କ ସମେତ ଦଳର ଅନ୍ୟ ସଦସ୍ୟ ହାତରେ ପୋଷ୍ଟର ବ୍ୟାନର ଧରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ବାଧ୍ୟ ହୋଇ ପ୍ରଥମେ ମାତ୍ର ଅଧମିନିଟ ପରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ପୁଣି ହଙ୍ଗାମା କରିଥିଲେ। ଭାଜପା ସଦସ୍ୟମାନେ କଳାଗାମୁଛା ଦେଖାଇବାବେଳେ କଂଗ୍ରେସ ସଦସ୍ୟମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ। ପାଟିତୁଣ୍ଡ ମଧ୍ୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ନିଜ ବିଭାଗର ପେପର ବିଧାନସଭାରେ ଉପସ୍ଥାପନ କରିଥିଲେ। ଏଥିସହିତ ଗୃହରେ କାର୍ଯ୍ୟ ପରାମର୍ଶଦାତା କମିଟି ରିପୋର୍ଟ, ଓଡ଼ିଶା ଲୋକାୟୁକ୍ତଙ୍କ ୨୦୨୦ ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଥିଲା। ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ଶୁକ୍ରବାର ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦେଇଥିଲେ।
ଅନ୍ୟପକ୍ଷରେ ବିଧାନସଭା ଅଚଳକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି ଯେ ମମିତା ମେହର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଆମେ ଦାବି କରି ଆସୁଛୁ । ସରକାର ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ରାଜ୍ୟ ସରକାର ଜାଣିଶୁଣି ଏହି ସମସ୍ୟା ସୃଷ୍ଟି କରୁଛନ୍ତି। ମମିତା ମାମଲାରେ ଠିକ୍‌ ତଦନ୍ତ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଯଦି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରିଥାଆନ୍ତେ ତେବେ ଏ ଅବସ୍ଥା ହୋଇ ନ ଥାଆନ୍ତା। ଗରିବ ଲୋକଙ୍କ ଟିକସରେ ବିଧାନସଭା ଚାଲୁଛି। ବିଜେଡି ତରଫରୁ ବିଧାନସଭା ବନ୍ଦ କରାଯାଉଛି। ଲୋକେ ଠିକ୍‌ ଜବାବ ଦେବେ ବୋଲି ସେ କହିଛନ୍ତି। ବାଚସ୍ପତି ବିଜେଡିର ହାତବାରିସି ଭଳି କାମ କରୁଛନ୍ତି ବୋଲି ବାହିନୀପତି କହିଛନ୍ତି।
ବିଜେଡି ସଦସ୍ୟ ପ୍ରତାପ ଦେବ କହିଛନ୍ତି, ଭାଜପା ଓ କଂଗ୍ରେସ ରନ୍ଧନ ଗ୍ୟାସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଜନହିତକର ଯୋଜନା କିପରି ଆଲୋଚନା ହୋଇ ନ ପାରିବ ସେ ନେଇ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି। ସେଥିପାଇଁ କେବଳ ମମିତା ମେହେର ପ୍ରସଙ୍ଗ ଉଠାଇ ବିଧାନସଭାକୁ ଜାଣିଶୁଣି ଅଚଳ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?