ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)/ଝାରସୁଗୁଡ଼ା (ଅଫିସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସୋମବାର ଝାରସୁଗୁଡ଼ା ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାର ବିସ୍ଥାପିତ ହୋଇଥିବା ୨୦୦୦ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।
ଏଥିସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ଦୁଇଟି ଜଳ ବିଶୋଧନ ପ୍ଲାଣ୍ଟର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ୱାରା ଏହି ୨ ସହରର ଲୋକମାନେ ବିଶୁଦ୍ଧ ପିଇବା ପାଣି ପାଇ ପାରିବେ। ଝାରସୁଗୁଡ଼ା ଜିଲାର ସବୁ ଗଁା ଓ ସବୁ ସହରକୁ ପିଇବା ପାଣି ଯୋଗାଇ ଦେବା ପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୨୦୨୨ ଜୁନ୍‌ ସୁଦ୍ଧା ଜିଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ। ଜିଲାର ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପରେ ୧ ହଜାର ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଦିଆଯାଇଛି। ଏଥିସହିତ ଜିଲାରେ ସବୁ ଅଞ୍ଚଳକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍‌ ଶୀଘ୍ର ପୂରଣ ହେବ। ସେହିପରି ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହୃଦ୍‌ରୋଗ ଚିକିତ୍ସାଳୟର ନିର୍ମାଣ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି। ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲାର ୧ ଲକ୍ଷ ୧୫ ହଜାର ଲୋକ ସ୍ମାର୍ଟ ହେଲଥ୍‌ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମହାନ୍‌ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ତାଙ୍କର ଆଦର୍ଶ, ସଂଗ୍ରାମ ଓ ଦେଶପ୍ରେମ ଯୁଗ ଯୁଗ ଧରି ଆମକୁ ପ୍ରେରଣା ଦେଉଥିବ। ସ୍ବାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡ଼ା ଜିଲାର ବିକାଶ ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ମହିମା ମିଶ୍ରଙ୍କ ପୁଅ

ଭୁବନେଶ୍ୱର,୬।୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଶନିବାର ଗିରଫ ହୋଇଛନ୍ତି। ପାରାଦୀପ ପୋର୍ଟ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି। ଲାଞ୍ଚ...

ସରକାରୀ ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ : ୮ ଜିଲାରୁ ଗିରଫ ହେଲେ ଆଉ ୧୬ ଦଲାଲ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ସରକାରୀ ହସ୍ପିଟାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲଙ୍କ କବଳରୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ...

ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ପ୍ରକଳ୍ପ କାର୍ଯ୍ୟକ୍ଷମ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଟିଟିଲାଗଡ଼-ରାୟପୁର ଦୋହରୀକରଣ ପ୍ରକଳ୍ପର ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ମଧ୍ୟରେ ୨୫ କି.ମି. କାର୍ଯ୍ୟ ଗତ ୯ ତାରିଖରୁ ଶେଷ ହେବା ପରେ ଏବେ କାର୍ଯ୍ୟକ୍ଷମ ହୋଇଛି।...

ଗଞ୍ଜାମ ଲୋକକଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୫ା୧୨:ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ...

ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ: ବିଏମସି କମିଶନର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏ...

ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): ଲକ୍‌ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା...

ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ...

ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା...

Advertisement
Archives

Model This Week