ବିପଦରେ ହିମାଳୟ

ଉତ୍ତରାଖଣ୍ଡର ୨୦୧୩ କେଦାରନାଥ ବିପର୍ଯ୍ୟୟ ପରେ ଏବେ ନନ୍ଦାଦେବୀ ପର୍ବତର ହିମସ୍ଖଳନ ଆମକୁ ଚେତାଇ ଦେଇଛି ଯେ ହିମାଳୟ ପରିବେଶଜନିତ ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ବିରାଟ ହିମଖଣ୍ଡ ଧସି ଚାମୋଲି ଜିଲାର ଋଷିଗଙ୍ଗା ଓ ଧଉଳିଗଙ୍ଗାରେ ଯେଭଳି ବିତ୍ପାତ ଆଣିଲା ତାହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେଠାରେ କାର୍ଯ୍ୟରତ ତପୋବନ ଜଳବିିିଦ୍ୟୁତ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ହିମାଳୟ ପର୍ବତାଞ୍ଚଳରେ ଜଳବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟରେ ଡ୍ୟାମ ନିର୍ମାଣ ପାଇଁ ଭାରତ ସରକାର ବିପୁଳ ଅର୍ଥ ଲଗାଇଛନ୍ତି। ଏଭଳି ବିପର୍ଯ୍ୟୟ ସମୟ ବ୍ୟବଧାନରେ ଲାଗି ରହିବାର କାରଣ କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି। କେବଳ ବିକାଶ ନାମରେ ସବୁ ପ୍ରାକୃତିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ଚେଷ୍ଟା କରାଯାଉଛି, ତାହାର କୁପ୍ରଭାବ ସମ୍ପର୍କରେ ଗବେଷଣା କରାଯାଉଥିଲେ ମଧ୍ୟ ସରକାରୀ ଏବଂ ବ୍ୟବସାୟିକ ସ୍ବାର୍ଥ ଅଧିକ ଶକ୍ତିଶାଳୀ ହୋଇପଡୁଛି। ଏକ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉତ୍ତରରୁ ଜଣାପଡିଛି ଯେ, କେବଳ ଉତ୍ତରାଖଣ୍ଡରେ ୫୫୦ଟି ମଧ୍ୟମ ଓ ବଡ଼ ଡ୍ୟାମ ଗଢ଼ିବାର ଯୋଜନା ରହିଛି। ତନ୍ମଧ୍ୟରୁ ହାରାହାରି ୩୦୦ଟି ପ୍ରକଳ୍ପର କାର୍ଯ୍ୟ ଏବେ ଲାଗି ରହିଛି। ଏହିସବୁ ପ୍ରକଳ୍ପ ନିର୍ମାଣ ପାଇଁ ଅନେକ ପାହାଡ଼କୁ ଡାଇନାମାଇଟ ଲଗାଇ ଭାଙ୍ଗିବା ସହିତ ଅନେକ ଲକ୍ଷ ଗଛ ମଧ୍ୟ କଟାଯାଉଛି। ହିମାଳୟ ଅଞ୍ଚଳ ଜୈବବିବିିଧତାପୂର୍ଣ୍ଣ ଅଞ୍ଚଳ। ଏଭଳି ପ୍ରକଳ୍ପ ଯୋଗୁ ପରିବେଶ ଧ୍ୱଂସ ହେବା ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ଜୀବିକା ମଧ୍ୟ ନଷ୍ଟ ହୋଇଯାଉଛି। ଏହା ବ୍ୟତୀତ ହିମାଳୟ ଅଞ୍ଚଳ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା। ଯେତେବେଳେ ବିରାଟକାୟ ପାହାଡକୁ ଭାଙ୍ଗି ଶହ ଶହ ଜଳଭଣ୍ଡାର ସୃଷ୍ଟି କରିବା ପାଇଁ ଡାଇନାମାଇଟ ଫୁଟୁଛି ତାହାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ରହୁନାହିଁ। ଆଗାମୀ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଯେଉଁସବୁ ଜଳବିଦ୍ୟୁତ୍‌ ପ୍ରକଳ୍ପର ଯୋଜନା ରହିଛି ତାହା କାର୍ଯ୍ୟକାରୀ ହେଲେ ଭାରତ ଅଧୀନରେ ଥିତ୍ତ୍ବା ହିମାଳୟ ଅଞ୍ଚଳରେ ପ୍ରତ୍ୟେକ ୩୨ କିଲୋମିଟରରେ ଗୋଟିଏ ଡ୍ୟାମ୍‌ ରହିବ। ତାହାହେଲେ ଏହି ଅଞ୍ଚଳ ବିଶ୍ୱର ସର୍ବାଧିକ ଜଳବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ହୋଇଯିବ। ବିଶ୍ୱତାପନ ଓ ପରିବେଶ ସନ୍ତୁଳନ ପ୍ରତି ଧ୍ୟାନ ଦିଆ ନ ଗଲେ ଡ୍ୟାମ୍‌ ନିର୍ମାଣର ସବୁ ଯୋଜନା ଯେ ଧରାଶାୟୀ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଶକ୍ତି ଚାହିଦା ମେଣ୍ଟାଇବା ଲାଗି ଡ୍ୟାମ୍‌ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଅପରପକ୍ଷେ ଏହା ପରିବେଶକୁ ନଷ୍ଟ କରୁଛି। ଡ୍ୟାମ୍‌ ନିର୍ମାଣ ଯୋଜନାରେ ୬୬୦ ବର୍ଗ ମାଇଲ ଜଙ୍ଗଲ ହିମାଳୟରୁ ନଷ୍ଟ ହେବ ବୋଲି ଆକଳନ କରାଯାଇଛି। ଜଣାପଡିଛି ଯେ, ଡ୍ୟାମ୍‌ ତଥା ପ୍ରତିରକ୍ଷା ଲାଗି ହିମାଳୟ ପର୍ବତାଞ୍ଚଳରେ ବିଭିନ୍ନ ଦେଶ ୧୯୬୦ରୁ ୧୯୮୦ ମଧ୍ୟରେ ୬,୨୦୦ ମାଇଲ ରାସ୍ତା ନିର୍ମାଣ କରିସାରିଛନ୍ତି ଓ ଏବେ ଏହା ପ୍ରତିଯୋଗିତାମୁଖୀ ହେବା ଲକ୍ଷ୍ୟ କରାଯାଉଛି। ଯଦି ବିଶ୍ୱତାପନର କାରଣ ପାଲଟୁଥିବା ଜୈବଇନ୍ଧନର ବ୍ୟବହାର ସହ ଅନ୍ୟ କାରଣଗୁଡ଼ିକୁ ନିୟନ୍ତ୍ରଣ କରା ନ ଯାଏ, ତେବେ ଯେଉଁ ବେଗରେ ଗ୍ଲେସିୟର ତରଳୁଛି ତାହା ଆଗକୁ ୧.୬ ଗୁଣ ବଢ଼ିଯିବ। ଏହାଦ୍ୱାରା ଗ୍ଲେସିୟର ଲେକ୍‌ ସୃଷ୍ଟି ହେବ ଓ ସମୟକ୍ରମେ ତାହା ଧସି ଅପ୍ରତ୍ୟାଶିତ ଭାବେ ବନ୍ୟା ବିତ୍ପାତ ଆଣିବ, ଯାହା ଘଟିଲା ଉତ୍ତରାଖଣ୍ଡରେ। ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପ୍‌ମେଣ୍ଟ ଆକଳନ ଅନୁଯାୟୀ ୨୦୩୫ ସୁଦ୍ଧା ହିମାଳୟର ବହୁ ଗ୍ଲେସିୟର ବରଫଶୂନ୍ୟ ହେବା ସହ ଏହି ଶତାବ୍ଦୀ ମଧ୍ୟରେ ହିମାଳୟ ବି ଗ୍ଲେସିୟର ଶୂନ୍ୟ ହୋଇଯିବ। ମେରୁ ଅଞ୍ଚଳ ଏବଂ ଆଣ୍ଟାର୍କଟିକା ପରେ ଅଧିକ ବରଫ ଜମା ହୋଇଛି ହିମାଳୟରେ। ଦୀର୍ଘ ୪୦ ବର୍ଷର ସାଟେଲାଇଟ୍‌ ଛବିର ଅନୁଧ୍ୟାନ କରି ସାଇନ୍ସ ଆଡଭାନ୍‌ସେସ୍‌ ନାମକ ପତ୍ରିକାରେ ବାହାରିଥିତ୍ବା ତଥ୍ୟ ଅନୁଯାୟୀ ହିମାଳୟର ଗ୍ଲେସିୟର ପ୍ରତ୍ୟେକ ବର୍ଷ ଦେଢ଼ଫୁଟ ବରଫ ହରାଉଛି। ଅଧିକ ଗ୍ଲେସିୟର ଲେକ୍‌ ବା ହ୍ରଦ ବି ସୃଷ୍ଟି ହୋଇଛି। ଇଣ୍ଟରନ୍ୟାଶନାଲ ରିଭର୍ସ ନେଟଓ୍ବର୍କ ନାମକ ଏକ ଅନ୍ତର୍ଜାତୀୟ ସଂଗଠନର କହିବା ଅନୁୂଯାୟୀ ହିମାଳୟ ଅଞ୍ଚଳରେ ଶତାଧିତ୍କ ଡ୍ୟାମ୍‌ ନିର୍ମାଣ କରାଯାଉଛିି। ଏହି କାର୍ଯ୍ୟ ମୁଖ୍ୟତଃ ଭାରତ, ନେପାଳ, ପାକିସ୍ତାନ ଏବଂ ଭୁଟାନ ଦ୍ୱାରା କରାଯାଉଥିତ୍ବାରୁ ତାହାର ଉଚିତ ଅନୁଧ୍ୟାନ କରାଯାଉନାହିଁ। ଏ ସବୁର ମୁଖ୍ୟ କାରଣ ହେଉଛି,ଏହି ୪ଟି ଦେଶର ସରକାରଙ୍କ ପାଇଁ ପରିବେଶ ସୁରକ୍ଷା କୌଣସି ଗୁରୁତ୍ୱ ଧାରଣ କରେନାହିଁ। ଫଳସ୍ବରୂପ ଦୀର୍ଘମିଆଦୀ ପରିବେଶ କ୍ଷତି ସହିତ ସ୍ଥାନୀୟ ଲୋକଙ୍କର ବଞ୍ଚିରହିବା ମଧ୍ୟ ବିପଜ୍ଜନକ ହୋଇପଡୁଛି। ୨୦୧୩ ମସିହାରେ ଭାରତ ସରକାରଙ୍କ ତରଫରୁ କେତେକ ତପତ୍ରତା ଦେଖାଯାଇଥିଲା। ଆଜି ସେହି ଆଭିମୁଖ୍ୟ ନ ଥିଲା ଭଳି ଜଣାପଡୁଛି। ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି ବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ହିମାଳୟରେ ଘଟିଚାଲିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖିତ୍ତ୍ ଗ୍ଲେସିୟର ଲେକ୍‌ ଆଉଟ୍‌ବ୍ରଷ୍ଟ ଫ୍ଲଡ୍‌ (ଜିଏଲ୍‌ଓଏଫ୍‌)ଗୁଡ଼ିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ, ସେ ସମ୍ପର୍କରେ ଅକ୍ଟୋବର ୨୦୨୦ରେ ଏକ ଗାଇଡ୍‌ଲାଇନ ଜାରି କରିଥିଲା। ଏହି ସବୁ ହ୍ରଦକୁ ଚିହ୍ନଟ କରି ସେଗୁଡ଼ିକ କେଉଁ ସ୍ଥିତିରେ ରହିଛନ୍ତି, ତା’ଉପରେ ଅନୁଧ୍ୟାନ କରିବା ଲାଗି ଏଥିତ୍ରେ ଗୁରୁତ୍ୱ ଦିଆଯାଇଥିତ୍ତ୍ଲା। ହଠାତ୍‌ ହିମସ୍ଖଳନ ଯୋଗୁ ଜନଜୀବନ କ୍ଷତିକୁ ଦୂରେଇବା ଲାଗି ଏଭଳି ଗାଇଡ୍‌ଲାଇନ ଜାରି କରାଯାଇଥିଲା। ଏହାବାଦ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶାଳୟ, କେନ୍ଦ୍ର ଜଳ କମିଶନ ଏବଂ ନ୍ୟାଶନାଲ ରିମୋଟ ସେନ୍‌ସିଂ କେନ୍ଦ୍ର୍‌ର ମିଳିତ ସହଯୋଗରେ ଗ୍ଲେସିୟର ଲେକ୍‌ ବା ଜଳ ଉତ୍ସକୁ ଚିହ୍ନଟ କରି ତା ଉପରେ ସମୀକ୍ଷା କରିବା ଲାଗି ୨୦୧୧-୧୫ ମଧ୍ୟରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏହିସବୁ କମିଟି ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡୁଛି ଯେ, ଗୁଡାଏ ଲୋକ ବିଭିନ୍ନ ପଦପଦବୀରେ ଥଇଥାନ ହୋଇଥିତ୍ତ୍ବାବେଳେ ଅନୁଧ୍ୟାନର ଦ୍ୱାହି ଦେଇ ଦରମା ନେବାରେ ହେଳା କରିନାହାନ୍ତି। କିନ୍ତୁ ହିମାଳୟ ଅଞ୍ଚଳରେ ପରିବେଶ ସୁରକ୍ଷା ପ୍ରତି ଭାରତ ସରକାରଙ୍କର କୌଣସି ଆନ୍ତରିକତା ଅଛି ବୋଲିି ମନେ ହେଉନାହିଁ। ଏଭଳି ହେଳା ଜାରି ରଖିତ୍ଲେ ହିମାଳୟ ଅଞ୍ଚଳରେ ଆହୁରି ଅନେକ ଦୁର୍ଘଟଣା ଘଟିବା ନିଶ୍ଚିତ ବୋଲି କୁହାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri