ବିପଦରେ ହିମାଳୟ

ଉତ୍ତରାଖଣ୍ଡର ୨୦୧୩ କେଦାରନାଥ ବିପର୍ଯ୍ୟୟ ପରେ ଏବେ ନନ୍ଦାଦେବୀ ପର୍ବତର ହିମସ୍ଖଳନ ଆମକୁ ଚେତାଇ ଦେଇଛି ଯେ ହିମାଳୟ ପରିବେଶଜନିତ ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ବିରାଟ ହିମଖଣ୍ଡ ଧସି ଚାମୋଲି ଜିଲାର ଋଷିଗଙ୍ଗା ଓ ଧଉଳିଗଙ୍ଗାରେ ଯେଭଳି ବିତ୍ପାତ ଆଣିଲା ତାହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେଠାରେ କାର୍ଯ୍ୟରତ ତପୋବନ ଜଳବିିିଦ୍ୟୁତ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ହିମାଳୟ ପର୍ବତାଞ୍ଚଳରେ ଜଳବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟରେ ଡ୍ୟାମ ନିର୍ମାଣ ପାଇଁ ଭାରତ ସରକାର ବିପୁଳ ଅର୍ଥ ଲଗାଇଛନ୍ତି। ଏଭଳି ବିପର୍ଯ୍ୟୟ ସମୟ ବ୍ୟବଧାନରେ ଲାଗି ରହିବାର କାରଣ କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି। କେବଳ ବିକାଶ ନାମରେ ସବୁ ପ୍ରାକୃତିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ଚେଷ୍ଟା କରାଯାଉଛି, ତାହାର କୁପ୍ରଭାବ ସମ୍ପର୍କରେ ଗବେଷଣା କରାଯାଉଥିଲେ ମଧ୍ୟ ସରକାରୀ ଏବଂ ବ୍ୟବସାୟିକ ସ୍ବାର୍ଥ ଅଧିକ ଶକ୍ତିଶାଳୀ ହୋଇପଡୁଛି। ଏକ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉତ୍ତରରୁ ଜଣାପଡିଛି ଯେ, କେବଳ ଉତ୍ତରାଖଣ୍ଡରେ ୫୫୦ଟି ମଧ୍ୟମ ଓ ବଡ଼ ଡ୍ୟାମ ଗଢ଼ିବାର ଯୋଜନା ରହିଛି। ତନ୍ମଧ୍ୟରୁ ହାରାହାରି ୩୦୦ଟି ପ୍ରକଳ୍ପର କାର୍ଯ୍ୟ ଏବେ ଲାଗି ରହିଛି। ଏହିସବୁ ପ୍ରକଳ୍ପ ନିର୍ମାଣ ପାଇଁ ଅନେକ ପାହାଡ଼କୁ ଡାଇନାମାଇଟ ଲଗାଇ ଭାଙ୍ଗିବା ସହିତ ଅନେକ ଲକ୍ଷ ଗଛ ମଧ୍ୟ କଟାଯାଉଛି। ହିମାଳୟ ଅଞ୍ଚଳ ଜୈବବିବିିଧତାପୂର୍ଣ୍ଣ ଅଞ୍ଚଳ। ଏଭଳି ପ୍ରକଳ୍ପ ଯୋଗୁ ପରିବେଶ ଧ୍ୱଂସ ହେବା ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ଜୀବିକା ମଧ୍ୟ ନଷ୍ଟ ହୋଇଯାଉଛି। ଏହା ବ୍ୟତୀତ ହିମାଳୟ ଅଞ୍ଚଳ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା। ଯେତେବେଳେ ବିରାଟକାୟ ପାହାଡକୁ ଭାଙ୍ଗି ଶହ ଶହ ଜଳଭଣ୍ଡାର ସୃଷ୍ଟି କରିବା ପାଇଁ ଡାଇନାମାଇଟ ଫୁଟୁଛି ତାହାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ରହୁନାହିଁ। ଆଗାମୀ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଯେଉଁସବୁ ଜଳବିଦ୍ୟୁତ୍‌ ପ୍ରକଳ୍ପର ଯୋଜନା ରହିଛି ତାହା କାର୍ଯ୍ୟକାରୀ ହେଲେ ଭାରତ ଅଧୀନରେ ଥିତ୍ତ୍ବା ହିମାଳୟ ଅଞ୍ଚଳରେ ପ୍ରତ୍ୟେକ ୩୨ କିଲୋମିଟରରେ ଗୋଟିଏ ଡ୍ୟାମ୍‌ ରହିବ। ତାହାହେଲେ ଏହି ଅଞ୍ଚଳ ବିଶ୍ୱର ସର୍ବାଧିକ ଜଳବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ହୋଇଯିବ। ବିଶ୍ୱତାପନ ଓ ପରିବେଶ ସନ୍ତୁଳନ ପ୍ରତି ଧ୍ୟାନ ଦିଆ ନ ଗଲେ ଡ୍ୟାମ୍‌ ନିର୍ମାଣର ସବୁ ଯୋଜନା ଯେ ଧରାଶାୟୀ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଶକ୍ତି ଚାହିଦା ମେଣ୍ଟାଇବା ଲାଗି ଡ୍ୟାମ୍‌ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଅପରପକ୍ଷେ ଏହା ପରିବେଶକୁ ନଷ୍ଟ କରୁଛି। ଡ୍ୟାମ୍‌ ନିର୍ମାଣ ଯୋଜନାରେ ୬୬୦ ବର୍ଗ ମାଇଲ ଜଙ୍ଗଲ ହିମାଳୟରୁ ନଷ୍ଟ ହେବ ବୋଲି ଆକଳନ କରାଯାଇଛି। ଜଣାପଡିଛି ଯେ, ଡ୍ୟାମ୍‌ ତଥା ପ୍ରତିରକ୍ଷା ଲାଗି ହିମାଳୟ ପର୍ବତାଞ୍ଚଳରେ ବିଭିନ୍ନ ଦେଶ ୧୯୬୦ରୁ ୧୯୮୦ ମଧ୍ୟରେ ୬,୨୦୦ ମାଇଲ ରାସ୍ତା ନିର୍ମାଣ କରିସାରିଛନ୍ତି ଓ ଏବେ ଏହା ପ୍ରତିଯୋଗିତାମୁଖୀ ହେବା ଲକ୍ଷ୍ୟ କରାଯାଉଛି। ଯଦି ବିଶ୍ୱତାପନର କାରଣ ପାଲଟୁଥିବା ଜୈବଇନ୍ଧନର ବ୍ୟବହାର ସହ ଅନ୍ୟ କାରଣଗୁଡ଼ିକୁ ନିୟନ୍ତ୍ରଣ କରା ନ ଯାଏ, ତେବେ ଯେଉଁ ବେଗରେ ଗ୍ଲେସିୟର ତରଳୁଛି ତାହା ଆଗକୁ ୧.୬ ଗୁଣ ବଢ଼ିଯିବ। ଏହାଦ୍ୱାରା ଗ୍ଲେସିୟର ଲେକ୍‌ ସୃଷ୍ଟି ହେବ ଓ ସମୟକ୍ରମେ ତାହା ଧସି ଅପ୍ରତ୍ୟାଶିତ ଭାବେ ବନ୍ୟା ବିତ୍ପାତ ଆଣିବ, ଯାହା ଘଟିଲା ଉତ୍ତରାଖଣ୍ଡରେ। ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପ୍‌ମେଣ୍ଟ ଆକଳନ ଅନୁଯାୟୀ ୨୦୩୫ ସୁଦ୍ଧା ହିମାଳୟର ବହୁ ଗ୍ଲେସିୟର ବରଫଶୂନ୍ୟ ହେବା ସହ ଏହି ଶତାବ୍ଦୀ ମଧ୍ୟରେ ହିମାଳୟ ବି ଗ୍ଲେସିୟର ଶୂନ୍ୟ ହୋଇଯିବ। ମେରୁ ଅଞ୍ଚଳ ଏବଂ ଆଣ୍ଟାର୍କଟିକା ପରେ ଅଧିକ ବରଫ ଜମା ହୋଇଛି ହିମାଳୟରେ। ଦୀର୍ଘ ୪୦ ବର୍ଷର ସାଟେଲାଇଟ୍‌ ଛବିର ଅନୁଧ୍ୟାନ କରି ସାଇନ୍ସ ଆଡଭାନ୍‌ସେସ୍‌ ନାମକ ପତ୍ରିକାରେ ବାହାରିଥିତ୍ବା ତଥ୍ୟ ଅନୁଯାୟୀ ହିମାଳୟର ଗ୍ଲେସିୟର ପ୍ରତ୍ୟେକ ବର୍ଷ ଦେଢ଼ଫୁଟ ବରଫ ହରାଉଛି। ଅଧିକ ଗ୍ଲେସିୟର ଲେକ୍‌ ବା ହ୍ରଦ ବି ସୃଷ୍ଟି ହୋଇଛି। ଇଣ୍ଟରନ୍ୟାଶନାଲ ରିଭର୍ସ ନେଟଓ୍ବର୍କ ନାମକ ଏକ ଅନ୍ତର୍ଜାତୀୟ ସଂଗଠନର କହିବା ଅନୁୂଯାୟୀ ହିମାଳୟ ଅଞ୍ଚଳରେ ଶତାଧିତ୍କ ଡ୍ୟାମ୍‌ ନିର୍ମାଣ କରାଯାଉଛିି। ଏହି କାର୍ଯ୍ୟ ମୁଖ୍ୟତଃ ଭାରତ, ନେପାଳ, ପାକିସ୍ତାନ ଏବଂ ଭୁଟାନ ଦ୍ୱାରା କରାଯାଉଥିତ୍ବାରୁ ତାହାର ଉଚିତ ଅନୁଧ୍ୟାନ କରାଯାଉନାହିଁ। ଏ ସବୁର ମୁଖ୍ୟ କାରଣ ହେଉଛି,ଏହି ୪ଟି ଦେଶର ସରକାରଙ୍କ ପାଇଁ ପରିବେଶ ସୁରକ୍ଷା କୌଣସି ଗୁରୁତ୍ୱ ଧାରଣ କରେନାହିଁ। ଫଳସ୍ବରୂପ ଦୀର୍ଘମିଆଦୀ ପରିବେଶ କ୍ଷତି ସହିତ ସ୍ଥାନୀୟ ଲୋକଙ୍କର ବଞ୍ଚିରହିବା ମଧ୍ୟ ବିପଜ୍ଜନକ ହୋଇପଡୁଛି। ୨୦୧୩ ମସିହାରେ ଭାରତ ସରକାରଙ୍କ ତରଫରୁ କେତେକ ତପତ୍ରତା ଦେଖାଯାଇଥିଲା। ଆଜି ସେହି ଆଭିମୁଖ୍ୟ ନ ଥିଲା ଭଳି ଜଣାପଡୁଛି। ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି ବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ହିମାଳୟରେ ଘଟିଚାଲିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖିତ୍ତ୍ ଗ୍ଲେସିୟର ଲେକ୍‌ ଆଉଟ୍‌ବ୍ରଷ୍ଟ ଫ୍ଲଡ୍‌ (ଜିଏଲ୍‌ଓଏଫ୍‌)ଗୁଡ଼ିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ, ସେ ସମ୍ପର୍କରେ ଅକ୍ଟୋବର ୨୦୨୦ରେ ଏକ ଗାଇଡ୍‌ଲାଇନ ଜାରି କରିଥିଲା। ଏହି ସବୁ ହ୍ରଦକୁ ଚିହ୍ନଟ କରି ସେଗୁଡ଼ିକ କେଉଁ ସ୍ଥିତିରେ ରହିଛନ୍ତି, ତା’ଉପରେ ଅନୁଧ୍ୟାନ କରିବା ଲାଗି ଏଥିତ୍ରେ ଗୁରୁତ୍ୱ ଦିଆଯାଇଥିତ୍ତ୍ଲା। ହଠାତ୍‌ ହିମସ୍ଖଳନ ଯୋଗୁ ଜନଜୀବନ କ୍ଷତିକୁ ଦୂରେଇବା ଲାଗି ଏଭଳି ଗାଇଡ୍‌ଲାଇନ ଜାରି କରାଯାଇଥିଲା। ଏହାବାଦ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶାଳୟ, କେନ୍ଦ୍ର ଜଳ କମିଶନ ଏବଂ ନ୍ୟାଶନାଲ ରିମୋଟ ସେନ୍‌ସିଂ କେନ୍ଦ୍ର୍‌ର ମିଳିତ ସହଯୋଗରେ ଗ୍ଲେସିୟର ଲେକ୍‌ ବା ଜଳ ଉତ୍ସକୁ ଚିହ୍ନଟ କରି ତା ଉପରେ ସମୀକ୍ଷା କରିବା ଲାଗି ୨୦୧୧-୧୫ ମଧ୍ୟରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏହିସବୁ କମିଟି ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡୁଛି ଯେ, ଗୁଡାଏ ଲୋକ ବିଭିନ୍ନ ପଦପଦବୀରେ ଥଇଥାନ ହୋଇଥିତ୍ତ୍ବାବେଳେ ଅନୁଧ୍ୟାନର ଦ୍ୱାହି ଦେଇ ଦରମା ନେବାରେ ହେଳା କରିନାହାନ୍ତି। କିନ୍ତୁ ହିମାଳୟ ଅଞ୍ଚଳରେ ପରିବେଶ ସୁରକ୍ଷା ପ୍ରତି ଭାରତ ସରକାରଙ୍କର କୌଣସି ଆନ୍ତରିକତା ଅଛି ବୋଲିି ମନେ ହେଉନାହିଁ। ଏଭଳି ହେଳା ଜାରି ରଖିତ୍ଲେ ହିମାଳୟ ଅଞ୍ଚଳରେ ଆହୁରି ଅନେକ ଦୁର୍ଘଟଣା ଘଟିବା ନିଶ୍ଚିତ ବୋଲି କୁହାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri