ଅଧିକ ଖରା, ରୋଗ ଆଶଙ୍କା

ଭୁବନେଶ୍ୱର, ୨୩ା୪(ଅସମାପିକା ସାହୁ):ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ଓ ତାତି ଯୋଗୁ ଏବେ ସୂର୍ଯ୍ୟ କିରଣରେ ଅତି ବାଇଗଣି ରଶ୍ମି (ୟୁଭି)ର ମାତ୍ରା ୧୨ ରହୁଛି। ୟୁଭି ସ୍ତର ୧୧ ରୁ ଅଧିକ ଥିବା ଖରା ସଂସ୍ପର୍ଶରେ ଲଗାତର ଆସିଲେ ଚର୍ମ କର୍କଟ ରୋଗ ହୋଇଥାଏ। ସନ୍‌ବର୍ଣ୍ଣ ଏବଂ ଆଖି ଖରାପ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ଜରୁରୀ ନ ଥିଲେ ଖରାକୁ ନ ଯିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ଶରୀର ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ଛତା ବ୍ୟବହାର କରିବା, ଦେହ ଓ ହାତକୁ ଘୋଡ଼ାଇବା ସହ ସନ୍‌ଗ୍ଲାସ ପିନ୍ଧିବାକୁ କୁହାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ପ୍ରଥମତଃ ୟୁଭି ଏକ୍ସପୋଜର ଯେତେ ଅଧିକ ହେବ ଆମ ଶରୀରରେ ଥିବା ଉପର ଚମଡ଼ା ନଷ୍ଟ ହେବା ସହିତ ବିଭିନ୍ନ ପ୍ରକାର
ରୋଗ ହୋଇଥାଏ। ବିଶେଷକରି ଚର୍ମ କର୍କଟ ହେବାର ଅଧିକ ସମ୍ଭାବନା ରହିଥାଏ। କଳା ଲୋକଙ୍କ ଅପେକ୍ଷା ସଫା ରଙ୍ଗର ଲୋକଙ୍କୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସେହିଭଳି ଯେଉଁମାନଙ୍କ ଶରୀରରେ କଳାଜାଇ ବଢ଼ୁଥିବ, ସେମାନେ ଅଧିକ ଯତ୍ନ ନେବା ଦରକାର। କାରଣ ସେହି କଳାଜାଇ ପାଇଁ କର୍କଟ ରୋଗ ହୋଇଥାଏ। ଏହି କର୍କଟ ରୋଗ ବହୁତ କମ୍‌ ଦେଖାଯାଏ, କିନ୍ତୁ ଏହାର ମୃତ୍ୟୁ ସମ୍ଭାବନା ମଧ୍ୟ ଅଧିକ ଥାଏ। ସାଧାରଣତଃ ତିନିପ୍ରକାର ଚର୍ମ କର୍କଟ ରୋଗ ହୋଇଥାଏ। ସଫା ଲୋକ ଏବଂ ପରିବାରରେ କାହାର ଏହି ରୋଗ ଥିଲେ ସେମାନଙ୍କ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ବେଶି। ତେବେ ରୋଗ ଚିହ୍ନଟ କରି ଆଗୁଆ ଚିକିତ୍ସା କଲେ ତାହା ଭଲ ହୋଇପାରେ ବୋଲି ଡା. ମିଶ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୟୁଭି ରଶ୍ମି ସଂସ୍ପର୍ଶରେ ଅଧିକ ଆସିଲେ ଶରୀରରେ ହୋଇଥିବା ଖଣ୍ଡିଆ ମଧ୍ୟ ଶୀଘ୍ର ଭଲ ହୁଏ ନାହିଁ। ସେହିଭଳି ସ୍କିନ୍‌ରେ ଏକ ଟ୍ୟାଗ୍‌ ପରି ଆସେ, ଯାହାକୁ ଆକ୍ଟିନିକ କେରାଟୋସିସ୍‌ ବୋଲି କୁହାଯାଏ। ଏହା କ୍ୟାନ୍‌ସରର ପୂର୍ବାବସ୍ଥା। ଚମଡ଼ା ଉପରେ ନାଲି ନାଲି ଉଠିକି ଥାଏ ଏବଂ ହାତକୁ ରଫ୍‌ ଲାଗେ। ଖରା ସଂସ୍ପର୍ଶରେ ଆସୁଥିବା କପାଳ, ବେକ ଭଳି ଜାଗାରେ ଏହା ହୋଇଥାଏ। ଏହାକୁ ଧ୍ୟାନ ନ ଦେଲେ ତାହା କର୍କଟ ରୋଗରେ ପରିଣତ ହୋଇପାରେ। ସେହିଭଳି ଆଖି ମଧ୍ୟ ଖରାପ ହୋଇଥାଏ। ଆଖି ରୋଗ ‘କାଟରାକ୍ଟର’ ୧୦ ପ୍ରତିଶତ କାରଣ ହେଉଛି ଖରା ବୋଲି ସେ କହିଛନ୍ତି।
ସକାଳ ୧୦ ଟାରୁ ଅପରାହ୍ନ ୪ଟା ଭିତରେ ୟୁଭି ରଶ୍ମିର ପ୍ରଭାବ ପଡ଼ିଥାଏ। ଏଥିରୁ ସୁରକ୍ଷିତ ରହିବା ପାଇଁ ଖରାକୁ ବାହାରିବା ବେଳେ ପ୍ରାକ୍‌ସାବଧାନତା ନେବାର ଅଛି। ଧଳା ରଙ୍ଗର କପଡ଼ା ପିନ୍ଧିବା ସହିତ ସନ୍‌ଗ୍ଲାସ ପିନ୍ଧିବା ଏବଂ ସନ୍‌ସ୍କ୍ରିନ ଲଗାଇ ବାହାରିବା ଉଚିତ। ଅଧିକ ସମୟ ଖରାରେ ବୁଲିଲେ ପ୍ରତି ଦୁଇ ତିନିଘଣ୍ଟାରେ ସନ୍‌ସ୍କ୍ରିନ ଲଗାଇବାକୁ ଡା. ପରାମର୍ଶ ଦେଇଛନ୍ତି।
ଏ ସମ୍ପର୍କରେ ବିଏମ୍‌ସି ହସ୍ପିଟାଲର ମେଡିସିନ ସ୍ପେଶାଲିଷ୍ଟ ଡା. ନିରଞ୍ଜନ ପାଢ଼ୀ କହିଛନ୍ତି, ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଲୋକଙ୍କ ଉପରେ ଏହାର ଯଥେଷ୍ଟ କୁପ୍ରଭାବ ପଡ଼ିଥାଏ। ଏହି ସମୟରେ କିଛି ସାଧାରଣ ରୋଗର ପ୍ରାଦୁର୍ଭାବ ବଢ଼ିଯାଇଥାଏ। ଡିହାଇଡ୍ରେଶନ, ଅଂଶୁଘାତ, ହାଡ଼ଫୁଟି, ମିଳିମିଳା, ଟାଇଫଏଡ୍‌ ଇତ୍ୟାଦି ରୋଗ ସହିତ ସନ୍‌ବର୍ନ ଭଳି କିଛି ଚର୍ମରୋଗ ମଧ୍ୟ ଦେଖାଯାଏ। ଏହି ସମୟରେ ଫୁଡ୍‌ ପଏଜନିଂ ଅନ୍ୟ ଏକ ସାଧାରଣ ସମସ୍ୟା ଦେଖାଯାଇଥାଏ। ତେଣୁ ଯେତେ ସମ୍ଭବ ଖରାଠୁ ଦୂରେଇ ରହିବାକୁ ଚେଷ୍ଟା କରିବା ସହିତ ଅଧିକ ପାଣି ପିଇବା ଏବଂ ବାହାର ଖାଦ୍ୟ ନ ଖାଇବା ଉଚିତ ବୋଲି ଡା. ପାଢ଼ୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri