ଅନୁଗୋଳ କଳାକେନ୍ଦ୍ର ଜିମ୍‌ ତାଲା ପକାଇବା ମାମଲା: ଜିଲାପାଳ, ପୌର ନିର୍ବାହୀ ଅଧିକାରୀଙ୍କୁ ନୋଟିସ

କଟକ ଅଫିସ,୨୯ା୧୧: ଅନୁଗୋଳ ଜିଲା କଳାକେନ୍ଦ୍ରଠାରେ ଥିବା ଜିମ୍‌କୁ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତାଲାପକାଇବା ଘଟଣାରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଜେନେରାଲ ୟୁଥ ମାସ୍‌ ଆସୋସିଏଶନ ପକ୍ଷରୁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବିଚାରପତି ସାବିତ୍ରୀ ରଥ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିବା ସହ ଜିମ୍‌ ଖୋଲିବା ନେଇ ଯଦି ଆବେଦନକାରୀଙ୍କ ପକ୍ଷରୁ ଅନୁଗୋଳ ଜିଲାପାଳ ଏବଂ ମ୍ୟୁନିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଏ, ତେବେ ଉକ୍ତ ଆବେଦନର ତ୍ୱରିତ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ରେ ହେବ।

ଢେଙ୍କାନାଳ ପୂର୍ବତନ ଏମ୍‌ପିଙ୍କ ସାଂସଦ ପାଣ୍ଠିରୁ ଅନୁଗୋଳ ଜିଲା କଳାକେନ୍ଦ୍ରର ପ୍ରଥମ ମହଲାରେ ଏକ ଜିମ୍‌ ନିର୍ମାଣ କରାଯାଇଥିଲା। ଗୃହ ନିର୍ମାଣ ପାଇଁ ପ୍ରଥମେ ୧୫ଲକ୍ଷ, ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ଆଉ ୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଶେଷରେ ଜିମ୍‌ ଉପକରଣ ପାଇଁ ୨୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାଧାନରେ କରାଯାଇଥିଲା। ଗୃହ ନିର୍ମାଣ ଶେଷ ହେବା ପରେ ୩।୯।୨୦୧୮ରେ ସ୍ଥାନୀୟ ଜେନେରାଲ ୟୁଥ ମାସ୍‌ ଆସୋସିଏଶନକୁ ଅନୁଗୋଳ ମ୍ୟୁନିସିପାଲିଟି ଦ୍ୱାରା ହସ୍ତାନ୍ତର କରାଯାଇଥିଲା। ସେତେବେଳେ ଏନେଇ ଉଭୟ ମ୍ୟୁନିସିପାଲିଟି ଏବଂ ଜେନେରାଲ ୟୁଥ ମାସ୍‌ ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷର ହୋଇଥିଲା। ଚୁକ୍ତି ଅନୁଯାୟୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଉକ୍ତ ଜିମ୍‌ର କାର୍ଯ୍ୟକାରୀ ଏଜେନ୍ସି ଭାବେ କାମ କରିବେ ଏବଂ ଜେନେରାଲ ୟୁଥ ମାସ୍‌ ଆସୋସିଏଶନ ଏହାକୁ ବ୍ୟବହାର କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶାରୀରିକ ବ୍ୟାୟାମ ପ୍ରଶିକ୍ଷଣ ଦେବେ। ସେହି ଅନୁସାରେ ଜିମ୍‌ ପକ୍ଷରୁ ଲୋକମାନଙ୍କୁ ସେବା ଯୋଗାଇ ଦିଆଯାଉଥିଲା। ହେଲେ ଗତ ୨ତାରିଖରେ ବିନା କୌଣସି ପୂର୍ବ ନୋଟିସ୍‌ରେ ମ୍ୟୁନିସିପାଲର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଉକ୍ତ ଜିମ୍‌କୁ ତାଲା ପକାଇ ଦେବାସହ ସେଠାରେ ଲାଗିଥିବା ଫଳକକୁ ଉପାଡ଼ି ଦେଇଥିଲେ। ଏହାକୁ ଜିମ୍‌ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ସୁଦ୍ଧା ମ୍ୟୁନିସିପାଲ ପ୍ରଶାସନ କିଛି ଶୁଣି ନ ଥିଲେ। ଶେଷରେ ଜେନେରାଲ ୟୁଥ ମାସ୍‌ ଆସୋସିଏଶନର ସମ୍ପାଦକ ପ୍ରିୟବ୍ରତ ମହାପାତ୍ର ଗତ ୧୭ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ହାଇକୋର୍ଟରେ ଏକ ମାମଲା(ନଂ.୩୧୬୫୨/୨୦୨୦) ରୁଜୁ ହୋଇ ଗତ ୨୫ତାରିଖରେ ଶୁଣାଣି ହୋଇଥିଲା। ଇତିମଧ୍ୟରେ ପୌର ନିର୍ବାହୀ ଅଧିକାରୀ ପଣ୍ଡାଙ୍କ ବଦଳି ହୋଇଯାଇଛି। ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲାପାଳ ପାୈର କାଉନ୍‌ସିଲର ପ୍ରଶାସକ ଅଛନ୍ତି। ଜେନେରାଲ ୟୁଥ ମାସ୍‌ ସହ ଠିକ୍‌ଭାବେ ଚୁକ୍ତି ହୋଇ ନ ଥିଲା। ତେଣୁ ଏହା ପୌର କାଉନ୍‌ସିଲରେ ଖାରଜ ହୋଇଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ତଥା ପାୈର ଆଇନ ଅନୁସାରେ ଏବେ ଉକ୍ତ ଜିମ୍‌କୁ ଜେନେରାଲ ୟୁଥ ମାସ୍‌ଠାରୁ ଅଣାଯାଇ ପୌର ପ୍ରଶାସନ ଏହାକୁ ଚଳାଉଛି। ହାଇକୋର୍ଟରେ ଏନେଇ ମାମଲା ହୋଇଥିବା ନେଇ ସେ କିଛି ଜାଣି ନାହାନ୍ତି ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri