Posted inବରଗଡ଼

ବଢୁଛି ଖରା, ଜମୁଛି ତାଳସଜ ବେପାର

ପଦ୍ମପୁର,୧୫ା୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଥିବା ବେଳେ ପଦ୍ମପୁର ଅଞ୍ଚଳରେ ତାପମାତ୍ରା ୪୦/୪୧ ଡିଗ୍ରୀ ଉପରେ ରହୁଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ରେ ବିକ୍ରି ହେଉଥିବା ସରବତ, ସୋଢ଼ା ମସଲା, ତରଭୁଜ, କାକୁଡ଼ି, ଆଖୁପଣା ପ୍ରଭୃତି ଥଣ୍ଡା ଜିନିଷକୁ ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟରେ ଏବେ ଗ୍ରାମବାସୀଙ୍କ ଜୀବିକା ପାଲଟିଛି ତାଳସଜ। ବର୍ତ୍ତମାନ ତାଳସଜର ସ୍ବାଦ ସମସ୍ତଙ୍କୁ ଆକର୍ଷଣ କରୁଛି। ପାଟଣାଗଡ଼ ରାସ୍ତାରୁ ପଦ୍ମପୁର ଆସିବା ବାଟରେ ଏବଂ ପଦ୍ମପୁର ଦୈନିକ ବଜାରରେ ଏବେ ତାଳସଜର ପସରା ଦେଖିବାକୁ ମିଳୁଛି। ଯାନବାହନରେ ଯାଉଥିବା ଲୋକେ ବାଟରେ ଅଟକି ତାଳସଜର ମଜା ନେଉଛନ୍ତି। ବର୍ଷକରେ ଥରେ ମିଳୁଥିବା ଏହି ତାଳସଜ ରାସ୍ତାକଡ଼ରେ ତିନୋଟି ତାଳକୁ କାଟି ତାହାର ସଜ ବାହାର କରି ୩୦ଟଙ୍କା ନେଉଥିବା ବେଳେ ଦୈନିକ ବଜାରରେ କେବଳ ତାଳସଜ ୨୫୦ ଗ୍ରାମକୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହି ତାଳ ବିଶେଷକରି ପାଟଣାଗଡ ତଥା ପଦ୍ମପୁରର ଗ୍ରାମାଞ୍ଚଳରୁ ଆସୁଥିବା ବ୍ୟବସାୟୀମାନେ କହିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?