ରାଜଧାନୀ ଉପକଣ୍ଠରେ ପଡ଼ିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ 

ଭୁବନେଶ୍ୱର,୪।୨(ବ୍ୟୁରୋ): ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟି ନ ଥିବା ବେଳେ ରାଜଧାନୀ ଉପକଣ୍ଠ ତଥା ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ନିକଟରେ ପୁଣି ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୁରୁବାର ସକାଳେ ଏଠାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭରତପୁର ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ମୃତଦେହ ନିକଟରୁ କିଛି ଦୂରରେ ଭଙ୍ଗା ମଦ ବୋତଲ ପଡ଼ିଥିବା ବେଳେ ଏହି ସ୍ଥାନକୁ କାର୍‌ ଚକା ଚିହ୍ନ ମଧ୍ୟ ପଡ଼ିଛି। ୩ଟି ଗ୍ଲୋଭ୍‌ସ ବି ପାଖରେ ପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ। ବାହାରେ କେଉଁଠି ହତ୍ୟା କରାଯାଇ ଏଠାରେ ଫିଙ୍ଗା ଯାଇଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି।

ସୂଚନାଯୋଗ୍ୟ ୪/୫  ବର୍ଷ ତଳେ ଜଣେ ମହିଳାଙ୍କୁ ବାହାରେ ହତ୍ୟା କରି ଠିକ୍‌ ଏହି ସ୍ଥାନରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ମୋବାଇଲରେ ଫ୍ରି ଫାୟାର ଖେଳି ୪୫ହଜାର ଟଙ୍କା ହରାଇଲେ ବାଳକ

ବଡ଼ଗାଁ,୨୧।୫(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କିଞ୍ଜିରକେଲା ଗ୍ରାମର ଜଣେ ବାଳକ ମୋବାଇଲରେ ଫ୍ରି ଫାୟାର ଖେଳିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ସୂଚନା ଅନୁଯାୟୀ...

ନୂଆ ରୂପରେ ନୂଆଁଖାଇ

ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ...

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ: କଳାରେ ୬୫.୮୯%, ବାଣିଜ୍ୟରେ ୭୦.୨୬% ପାସ୍‌ ହାର; www.chseodisha.nic.in ରେ ଜାଣନ୍ତୁ ରେଜଲ୍ଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ସୂଚନା...

ଗରା ବାଲ୍‌ଟି ଧରି ରାସ୍ତା ଅବରୋଧ କଲେ ମହିଳା

ଉଦଳା,୧୭ା୪(ଡି.ଏନ.ଏ.)- ଜଳକଷ୍ଟ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶାଳମୁଣ୍ଡଳି ଗ୍ରାମର ଶତାଧିକ ମହିଳା ଗରା ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି...

ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା।...

ସଂକ୍ରମିତଙ୍କୁ ସହଯୋଗ ମିଳୁନି

ଅନୁଗୋଳ ଅଫିସ, ୨୭ା୫: କୋଭିଡ୍‌ ସଂକ୍ରମିତଙ୍କ ସ୍ବାବ୍‌ ଟେଷ୍ଟ ଠାରୁ ଚିକିତ୍ସା ଯାଏ ସବୁକିଛିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସଙ୍ଗରୋଧରେ ରଖିବା, ନିତ୍ୟ ବ୍ୟବହାର...

ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର

ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ...

Advertisement
Archives

Model This Week