କରୋନା ଟିକାକରଣ: ବ୍ରିଟେନ, ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୪ ।୨: ସାରା ଦେଶରେ ଜାନୁୟାରୀ ୧୬ରେ କରୋନା ଭାଇରସ ବିରୋଧରେ ଲଢିବାକୁ ଆରମ୍ଭ କରାଗଲା ଟିକାକରଣ କାର୍ଯ୍ୟକ୍ରମ । ଏବେ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ପାଖାପାଖି ୪୫ ପ୍ରତିଶତ ଲୋକଙ୍କୁ କୋଭିଡ-୧୯ ଟିକା ଦିଆଯାଇ ସାରିଲାଣି । ଏହାସହ ଭାରତ ଟିକାକରଣ ତାଲିକାରେ ସବୁଠାରୁ ଆଗରେ ରହିଛି । ସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୨ ଫେବୃୟାରୀ ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ବୁଧବାର ସାରା ଦେଶରେ ପ୍ରାୟ ୨,୪୮,୬୬୨ ଜଣଙ୍କୁ ଟିକା ଦିଆଯାଇଛି । ଏହା ପଞ୍ଜିକରଣ କରାଇଥିବା ଲୋକଙ୍କ ମଧ୍ୟରୁ ୪୭ ପ୍ରତିଶତ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଆମେରିକାରେ ୪୦ ଲକ୍ଷ ଲୋକଙ୍କୁ ଟିକା ଲଗାଇବାକୁ ୨୦ ଦିନ ସମୟ ଲାଗିଥିବା ବେଳେ ବ୍ରିଟେନ ଓ ଇସ୍ରାଏଲରେ ଏହି ଲକ୍ଷ୍ୟ ହାସଲ କରିବାକୁ ୩୯ ଦିନ ସମୟ ଲାଗିଥିଲା । ଆମ ଦେଶରେ ମଧ୍ୟପ୍ରଦେଶରେ ୨ ଫେବୃୟାରୀ ପର୍ଯ୍ୟନ୍ତ ସବୁଠାରୁ ଅଧି ୬୯.୪ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ରାଜସ୍ଥାନରେ ଏହି ସଂଖ୍ୟା ଥିଲା ୬୪.୭ ପ୍ରତିଶତ । ଅନ୍ୟପଟେ ମହାରାଷ୍ଟ୍ରରେ ଟିକା ନେବାକୁ ୯,୩୬,୮୫୭ଜଣ ପଞ୍ଜିକୃତ କରିଥିବା ବେଳେ ରାଜ୍ୟରେ କେବଳ ୩୪ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଏପର୍ଯ୍ୟନ୍ତ ଟିକା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି...

ରାଜଧାନୀର ୪ ବ୍ୟକ୍ତି କରୋନାର ନୂଆ ଷ୍ଟ୍ରେନରେ ପୀଡ଼ିତ

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ କମି କମି ଆସୁଥିବା ବେଳେ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଷ୍ଟ୍ରେନ୍ ।...

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦...

କରୋନା ସଂକ୍ରମଣ ହେବା ପରେ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ କେତେ ସମୟ ଲାଗିଥାଏ

ଓ୍ବାଶିଂଟନ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପି ସାରିଛି। ହେଲେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ଏଥିରେ ପୀଡିତ...

ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା

ଅଯୋଧ୍ୟା,୨।୮: ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା। ନିକଟରେ ସେ ତାଙ୍କ ପୁଅ ଅମିତର ପାଠପଢା ଓ ଛାତ୍ରବୃତ୍ତି ପାଇଁ ବାର୍ଷିକ ଆୟ ପ୍ରମାଣ...

ପାର୍ଲାମେଣ୍ଟ୍‌ରେ ହେଉନି ଉପଯୁକ୍ତ ବିତର୍କ, ପ୍ରତିକ୍ରିୟା ଦେଲେ ସିଜେଆଇ…

ନୂଆଦିଲ୍ଲୀ,୧୫।୮: ପାର୍ଲାମେଣ୍ଟ୍‌ରେ ଉପଯୁକ୍ତ ବିତର୍କ ନ ହୋଇ ଆଇନ ପାରିତ ହେଉଛି। ଏହାଦ୍ୱାରା ସମ୍ପୃକ୍ତ ଆଇନର ସ୍ପଷ୍ଟତାର ଅଭାବ ପରିଲକ୍ଷିତ ହେଉଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ...

ଦୁଇ ସାଙ୍ଗ ମିଶି ହାରିଲେ ଜୀବନ, କାରଣ ଜାଣି ହେବେ ଚକିତ

ଲକ୍ଷ୍ନୌ,୨୧।୯: ଉତ୍ତର ପ୍ରଦେଶ ବହରାଇଚ୍‌ରେ ଏକ ଅଭାବନୀୟ ଘଟରା ଘଟିଛି। ଦୁଇ ନାବଳିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ବନ୍ଧୁତାକୁ ପରିବାର ଲୋକେ...

ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଟ୍ରମ୍ପ୍‌: ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଦେଉଛନ୍ତି ଗୁରୁତ୍ୱ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଦାର୍ଶନିକ ନୋଆମ୍‌ ଚୋମ୍‌ସ୍କେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଗୁରୁତର ଅଭିଯୋଗ...

Advertisement
Archives

Model This Week