Posted inଫୁରସତ

କୁକୁରକୁ ଗୋଡାଇ ଗୋଡାଇ ଶୌଚାଳୟ ଭିତରକୁ ପଶିଗଲା ଚିତାବାଘ, ଦୀର୍ଘ ୭ ଘଣ୍ଟା ପରେ..

ବେଙ୍ଗାଲୁରୁ,୪।୧: କର୍ନାଟକର ଦକ୍ଷିଶ କନ୍ନଡ ଜିଲାରେ ଏକ ବିଚିତ୍ର ଘଟଣା ଘଟିଛି। ଏଠାରେ ଗୋଟିଏ ଶୌଚାଳୟରେ କୁକୁର ଏବଂ ଚିତା ବାଘ ପଶି ଯାଇଥିଲେ। ପାଖାପାଖି ୭ ଘଣ୍ଟାର ପରିଶ୍ରମ ପରେ ଉଭୟଙ୍କୁ ବାହରକୁ ଅଣାଯାଇଥିଲା। ସୂଚନାଯୋଗ୍ୟ, ଏକ ଗ୍ରାମରେ ସକାଳୁ ସକାଳୁ କୁକୁରକୁ ପିଛା କରି ଏକ ଚିତା ବାଘ ଶୌଚାଳୟ ଭିତରକୁ ପଶିଯାଇଥିଲା। ବାଘ ଏବଂ କୁକୁରଙ୍କ ଚିତ୍କାର ଶୁଣି ଲୋକେ ଭୟରେ ପୋଲିସ ଏବଂ ବନ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଶୌଚାଳୟ କବାଟ ବନ୍ଦ କରିଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବାହରକୁ ଆଣିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ଶୌଚାଳୟ ବାହାରେ ଏକ ପିଞ୍ଜରା ରଖାଯାଇଥିଲା। ପଶୁ ଚିକିତ୍ସିକ ମଧ୍ୟ ଡକାଯାଇଥିଲା। ଦୀର୍ଘ ୭ ଘଣ୍ଟା ପରେ ଚିତା ବାଘ ଶୌଚାଳୟ ବାହରକୁ ଅରସିଥିଲା। ତା’ ପଛେ ପଛେ କୁକୁର ମଧ୍ୟ ଆସିଥିଲା। ଲୋକେ ଶୌଚାଳୟ ଝରକା ବାଟେ କୁକୁର ଏବଂ ଚିତାବାଘର ଫଟୋ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌ !

ଶର୍ଟ ଭିଡିଓ ଷ୍ଟ୍ରିମିଂ ମୋବାଇଲ ଆପ୍‌ ‘ଟିକ୍‌ଟକ୍‌’ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ, ଏହା ନୂତନ ସୋସିଆଲ ମିଡିଆ...

ଗାଈ ପିଠିରେ କୃଷକ ଲେଖିଲେ, ମୋତେ ବାହା ହେବ କି? ଯୁବତୀ ଦେଲେ ଏମିତି ଉତ୍ତର

ଇଂଲଣ୍ଡର ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଭିନ୍ନ ଏକ ଉପାୟ ଆପଣାଇଛନ୍ତି। ଏହି ଯୁବକ ନିଜର ଦୁଇଟି ଗାଈଙ୍କ ପିଠିରେ ସ୍ପ୍ରେ ପେଣ୍ଟିଂରେ...

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

ଜାଣନ୍ତି କି ଟାୟାରର ରଙ୍ଗ କଳା କାହିଁକି

ଦୁନିଆରେ ଅନେକ ଗାଡ଼ିମୋଟର ରହିଛି। ସାଇକେଲଠାରୁ ଆରମ୍ଭ କରି ବସ୍‌ ପର୍ଯ୍ୟନ୍ତ ଯାନଗୁଡ଼ିକର ଟାୟାର କଳା ହୋଇଥାଏ। ତେବେ ଏହାର କାରଣ ଜାଣନ୍ତି କି? ଯଦି...

କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର...

ସୂର୍ଯ୍ୟୋପରାଗ ସମୟରେ କ’ଣ କରିବେ, ନକରିବେ; ଜାଣନ୍ତୁ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଜୁନ ୨୧ରେ ପଡ଼ୁଛି। ଏହା ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ...

ମହାକାଶରୁ ପୃଥିବୀର ଫଟୋ

ନୂଆଦିଲ୍ଲୀ, ୨୫ା୧: ଇଣ୍ଟରନ୍ୟାଶନାଲ ସ୍ପେଶ ଷ୍ଟେଶନ(ଆଇଏସ୍‌ଏସ୍‌) ମହାକାଶରୁ ପୃଥିବୀର ବିରଳ ଫଟୋ ଜାରି କରିଛି। ସହରର ଆଲୋକ ଓ ଚମକୁଥିବା ତାରାଗୁଡ଼ିକ ମଧ୍ୟରେ ପୃଥିବୀର ଦୃଶ୍ୟ...

ମୂଷାର ଗଞ୍ଜେଇ ନିଶା, ଶେଷରେ ଘଟିଲା ଏମିତି…

ସାଧାରଣତଃ ମଣିଷମାନେ ନିଶାଦ୍ରବ୍ୟ ସେବନ କରିଥାନ୍ତି। ମାତ୍ର ପଶୁପକ୍ଷୀ ଯେ, ନିଶା ପାଇଁ ପାଗଳ ଏକଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏପରି...

Advertisement
Archives

Model This Week