ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଜଙ୍ଗଲ ସମ୍ପଦ ଛାରଖାର ହୋଇଯାଉଛି । ପ୍ରତିବର୍ଷ ବିଭିନ୍ନ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପ ପାଇବା ସହ ପରିବେଶ ପାଇଁ ଆହୁରି ବିପଦ ବଢ଼ିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୫୫ ହଜାର ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କିସମରେ ପରିଣତ ହୋଇଛି।
ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୨୦୧୯ ଜାନୁୟାରୀ ୩୧ ପର୍ଯ୍ୟନ୍ତ ୪୮୬ଟି ପ୍ରକଳ୍ପ ପାଇଁ ରାଜ୍ୟର ୫୩,୩୯୫.୬୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି । ୮୪ଟି ଜଳସେଚନ ପ୍ରକଳ୍ପ ନିମନ୍ତେ ୯୭୭୭.୪୬ ହେକ୍ଟର ଜଙ୍ଗଲ ଜମିକୁ ବଦଳାଯାଇ ଥିବା ବେଳେ ୨୮ ଶିଳ୍ପ ପାଇଁ ୪୩୦୪.୪୯, ୧୮୭ ଖଣି ପାଇଁ ୨୭୨୫୯.୯୩, ୬ ଶକ୍ତି ପ୍ରକଳ୍ପ ଲାଗି ୧୧୬.୪୫, ୪୧ ରାସ୍ତା ଓ ପୋଲ ନିର୍ମାଣ ପାଇଁ ୪୬୬.୪୯, ୧୯ ରେଳ ପ୍ରକଳ୍ପ ପାଇଁ ୨୪୧୭.୫୯, ୪ଟି ପ୍ରତିରକ୍ଷା ପ୍ରକଳ୍ପ ଲାଗି ୩୮୬୫.୨୫, ୩ ବିସ୍ଥାପନ ପ୍ରକଳ୍ପ ନିମନ୍ତେ ଆବାସ ନିର୍ମାଣ ସକାଶେ ୩୨୧.୯୪, ୬୬ଟି ବିଦ୍ୟୁତ୍‌ ଟାନ୍ସମିଶନ ପାଇଁ ୩୭୧୬.୮୮ ଏବଂ ଅନ୍ୟାନ୍ୟ ୪୮ଟି ପ୍ରକଳ୍ପ ଲାଗି ଜଙ୍ଗଲ ଜମିକୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ଏଥିସହିତ ରାଜ୍ୟ ସରକାର ମଧ୍ୟ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ନିଜେ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି।
କେବଳ ସେତିକି ନୁହେଁ ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ତାରିଖ ମଧ୍ୟରେ ମାତ୍ର ୧୪ଟି ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪,୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ଏହି ସମୟ ମଧ୍ୟରେ ୨୨ ରାଜ୍ୟରେ ୯୩୨ଟି ପ୍ରକଳ୍ପ ପାଇଁ ୧୧୪୬୭.୮୩ ହେକ୍ଟର (୧୧୪.୬୮ ବର୍ଗ କିଲୋମିଟର) ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି। ବିଶେଷ କରି ଜଳସେଚନ ପ୍ରକଳ୍ପ ଓ ଖଣି ପାଇଁ ଏତେ ପରିମାଣର ଜଙ୍ଗଲକୁ ନଷ୍ଟ କରିବାକୁ ପଡିବ ବୋଲି ରିପୋର୍ଟରେ କୁହାଯାଇଛି।
ଏତେ ନଷ୍ଟ ହେବା ପରେ ରାଜ୍ୟରେ ଜଙ୍ଗଲ ପରିମାଣ ଅଧିକ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ କହୁଛି । ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୯ ସୁଦ୍ଧା ରାଜ୍ୟରେ ୫୧ ହଜାର ୬୧୯ ବର୍ଗ କି.ମି. ଜଙ୍ଗଲ ରହିଛି। ଖାଲି ସେତିକି ନୁହେଁ, ୨୦୧୭ ତୁଳନାରେ ୨୦୧୯ରେ ୨୭୪ ବର୍ଗ କି.ମି. ଜଙ୍ଗଲ ବଢିଛି। ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ ଆକଳନ ଅନୁଯାୟୀ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ପରିମାଣ ୫୧,୬୧୯ କ.ମି. ଏବଂ ବୃକ୍ଷ ଆଚ୍ଛାଦନ ପରିମାଣ ୪ ହଜାର ୬୪୮ ବର୍ଗ କି.ମି ରହିଛି। ଏ ସବୁକୁ ମିଶାଇ ରାଜ୍ୟରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦନ ପରିମାଣ ୫୬ ହଜାର ୨୬୭ ବର୍ଗ କି.ମି ରହିଥିବା ସେ କହିଛନ୍ତି। ତେବେ ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ମୋ ପାଖରେ ସେମିତି କିଛି ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri