ରମ୍‌ଜାନ ଓ ଇଦ୍‌ର ମାହାତ୍ମ୍ୟ

ଇଂ. ମୁମ୍‌ସାଦ ଖାନ. ମୁମ୍‌ସାଦ ଖାନ

ଇସ୍‌ଲାମ ଧର୍ମରେ ଚନ୍ଦ୍ରମାସ ଭିତ୍ତିକ ହିଜରୀ କ୍ୟାଲେଣ୍ଡର ପ୍ରଚଳିତ। ହିଜରୀ କ୍ୟାଲେଣ୍ଡରର ନବମ ମାସ ହେଉଛି ରମଜାନୁଲ ମୁବାରକ ଯାହାକୁ ରମ୍‌ଜାନ ମାସ ବୋଲି ସମସ୍ତେ ଜାଣନ୍ତି। ଶାଆବାନୁଲ ମୋଅଜଜମ ଶେଷ ପରେ ଚନ୍ଦ୍ର ଦର୍ଶନ ସହ ରାତ୍ରିରୁ ରମ୍‌ଜାନ ମାସ ଆରମ୍ଭ ହୋଇଯାଏ। ହିଜରୀ କ୍ୟାଲେଣ୍ଡରର ଗଣନା ରାତ୍ରିରୁ ଆରମ୍ଭ ହୁଏ। ହିନ୍ଦୁ ସମାଜର କାର୍ତ୍ତିକ ମାସ ଭଳି ଏହି ପବିତ୍ର ମାସରେ ପଏଗମ୍ବର ମହମ୍ମଦଙ୍କ ନିର୍ଦ୍ଦେଶମତେ କେତେକ ରୀତିନୀତି ମଧ୍ୟ ସମ୍ପନ୍ନ କରାଯାଏ।
୧. ତରାଓ୍ବିହ: ତରାଓ୍ବିହ ହେଉଛି ରମ୍‌ଜାନ ମାସର ସ୍ବତନ୍ତ୍ର ନମାଜପାଠ। ଚନ୍ଦ୍ରଦର୍ଶନ ରାତ୍ରିଠାରୁ ଏହି ନମାଜ ପାଠ ମସ୍‌ଜିଦରେ ଅନୁଷ୍ଠିତ ହୁଏ। ରମ୍‌ଜାନ ମାସର ପ୍ରତ୍ୟେକ ରାତ୍ରିରେ ଏହା ଇଦ୍‌ ଚନ୍ଦ୍ର ଦର୍ଶନର ପୂର୍ବ ରାତି ପର୍ଯ୍ୟନ୍ତ ଚାଲେ। ଦିନ ତମାମ ରୋଜା (ଉପବାସ) ରଖି ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ତରାଓ୍ବିହ ପାଠ କରନ୍ତି। ୨. ସହେରୀ- ରମ୍‌ଜାନ ମାସର ରାତ୍ରିର ଶେଷ ପ୍ରହରର ଭୋଜନକୁ ସହେରୀ କୁହାଯାଏ। ଏହି ଭୋଜନ କରି ରୋଜା(ଉପବାସ) ରଖନ୍ତି। ପଏଗମ୍ବର ମହମ୍ମଦଙ୍କ ଅନୁସାରେ ସହେରୀ ଖାଇ ରୋଜା ରଖିବା ଉଚିତ। ଏଥିପାଇଁ ପ୍ରତ୍ୟେକ ରୋଜାଃଦାର (ଉପବାସ ପାଳନକାରୀ)ଙ୍କୁ ସହେରୀ ଭୋଜନ କରିବାକୁ ନିର୍ଦ୍ଦେଶ ଅଛି। ଏହି ସମୟର ଖାଦ୍ୟ ନିହାତି ପବିତ୍ର ବୋଲି ଉଲ୍ଲେଖ ଅଛି। ୩. ଇଫ୍‌ତାର: ସୂର୍ଯ୍ୟାସ୍ତର କିଛି ସମୟ ପରେ ରୋଜାଃ ସମ୍ପୂର୍ଣ୍ଣ ହେବାର ସମୟ ଉପନୀତ ହୁଏ। ରୋଜେଦାରମାନେ ନିଜର ରୁଚି ଅନୁସାରେ ଫଳମୂଳ, ଜଳଖିଆ, ଲସି, ସରବତ ଆଦି ରଖି ମସ୍‌ଜିଦର ଅଜାନପାଠକୁ ଅପେକ୍ଷାକରି ବସିଥାନ୍ତି। ଏହି ସମୟରେ ପ୍ରାର୍ଥନା (ଦୁଆ) କରିବାର ନିର୍ଦ୍ଦେଶ ରହିଛି। ସହେରୀ ସମୟଠାରୁ ଇଫ୍‌ତାର ସମୟ ପର୍ଯ୍ୟନ୍ତ ପ୍ରାୟ ୧୨-୧୪ ଘଣ୍ଟା ଉପବାସ ରହି ଲୋକେ ଅତ୍ୟନ୍ତ ନିଷ୍ଠାର ସହ ରୋଜାଃ ରଖନ୍ତି। ଏହି ସମୟରେ ସମସ୍ତ ପ୍ରକାର ଖାଦ୍ୟ, ପାନୀୟ, ଏପରିକି ପାନ, ବିଡି, ସିଗାରେଟ ମଧ୍ୟ ଖାଇବା ପିଇବା ସମ୍ପୂର୍ଣ୍ଣ ନିଷିଦ୍ଧ ।
ରୋଜାଃ ରଖିଥିବା ଲୋକଙ୍କୁ ସମସ୍ତ ଗୁନାଃ(ପାପ) କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ରହିଛି।
୪. ଶବେ କଦର: ରମ୍‌ଜାନ ମାସର ଅନ୍ତିମ ଦଶଦିନ ରୋଜେଦାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଗୋଟିଏ ରାତ୍ରି ହେଉଛି ଶବେ କଦର। ଏହି ରାତ୍ରିରେ ଇସ୍‌ଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ ଆଲ୍ଲାଃଙ୍କ ପକ୍ଷରୁ ଧରାପୃଷ୍ଠକୁ ଆସିଥିଲା। ଏହି ରାତ୍ରିର ଇବାଦତ ୧୦୦୦ ମାସ ଅର୍ଥାତ୍‌ ୮୩ ବର୍ଷ ୪ମାସଠାରୁ ମଧ୍ୟ ଅଧିକ ପୁଣ୍ୟବନ୍ତ। ତେଣୁ ଶବେ କଦର ରାତ୍ରିରେ ଶ୍ରଦ୍ଧାଳୁମାନେ ଉଜାଗର ରହି ନମାଜ ପାଠ, କୋରାନ ପାଠ, ଦୁଆ କରନ୍ତି। ଏହି ରାତ୍ରି ୨୧, ୨୩, ୨୫, ୨୭ କିମ୍ବା ୨୯ ମଧ୍ୟରୁ ଯେକୌଣସି ରାତ୍ରି ହୋଇପାରେ। ଅଧିକାଂଶ ଲୋକ ୨୭ ରମ୍‌ଜାନ ରାତ୍ରି ଶବେ କଦର ରୂପେ ପାଳନ କରନ୍ତି। ୫. ଏତେକାଫ: ରମ୍‌ଜାନ ମାସର ଅନ୍ତିମ ଦଶଦିନ ପୁରୁଷ ଲୋକ ମସ୍‌ଜିଦରେ ଓ ସ୍ତ୍ରୀଲୋକ ଘରେ ରହି ରୋଜାଃ, ନମାଜ ପାଠ, କୋରାନ ପାଠ କରନ୍ତି। ଏହାକୁ ଏତେକାଫ କହନ୍ତି। ଏତେକାଫ କରୁଥିବା ଲୋକଙ୍କୁ ମୋତକିଫ କୁହାଯାଏ। ମୋତକିଫମାନେ ମସ୍‌ଜିଦ ପରିସରରେ ନମାଜ ପାଠ, କୋରାନ ପାଠ, ଦୁଆ ଆଦି କରନ୍ତି। ଏତେକାଫ କରୁଥିବା ଲୋକ ପାପରୁ ମୁକ୍ତି ପାଆନ୍ତି। ସେମାନଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ। ୬. ସଦକଏ ଫିତର: ରମ୍‌ଜାନ ମାସର ସମାପନ ସହ ପରଦିନ ଇଦୁଲ ଫିତର ପର୍ବ ପାଳନ କରାଯାଏ। ଇଦ୍‌ର ଖୁସିରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପରିବାରର ପ୍ରତିଟି ସଦସ୍ୟ ଏପରିକି ନବଜାତ ଶିଶୁଙ୍କୁ ଦାନ ଦକ୍ଷିଣା ଦିଆଯାଏ। ଏହାକୁ ସଦକଏ ଫିତର କହନ୍ତି। ପଏଗମ୍ବର ମହମ୍ମଦ ଥରେ ଇଦୁଲଫିତର ଦିନ ଇଦ୍‌ଗାହକୁ ଇଦ୍‌ ନମାଜ ପାଠ ପାଇଁ ଯାଉଥିବା ଅବସ୍ଥାରେ ପିଲାଙ୍କର କ୍ରନ୍ଦନ ସ୍ବର ଶୁଣିଲେ। ତତ୍‌କ୍ଷଣାତ୍‌ ଉକ୍ତ ଘରକୁ ଯାଇ ବୁଝିବାରୁ ଜଣାପଡ଼ିଲା ଯେ ଦରିଦ୍ର ପିଲାମାନେ ନୂଆ ଲୁଗାପଟା ପାଇଁ ନିଜ ମାଆଙ୍କ ନିକଟରେ ଅଳି କରୁଛନ୍ତି। ଏହି ଅନାଥ ପିଲାଙ୍କର ଦୁଃଖରେ ମର୍ମାହତ ହୋଇ ପଏଗମ୍ବର ମହମ୍ମଦ ସେମାନଙ୍କୁ ଆଣି ସେମାନଙ୍କର ପୋଷାକ ବ୍ୟବସ୍ଥା କରି ସାଙ୍ଗରେ ଇଦ୍‌ଗାହକୁ ନେଇ ଇଦ୍‌ର ଖୁସିରେ ସାମିଲ କଲେ। ସେହିଦିନଠାରୁ ପ୍ରତ୍ୟେକ ମୁସଲମାନ ଭାଇମାନଙ୍କୁ ସଦକାଏ ଫିତର ଅନାଥ, ବିଧବା, ଦରିଦ୍ରମାନଙ୍କୁ ଦାନଦେବାକୁ ନିର୍ଦ୍ଦେଶ ଦେଲେ। ତେଣୁ ସମସ୍ତେ ସଦକାଏ ଫିତର ରମ୍‌ଜାନ ମାସରେ ଦାନ କରନ୍ତି।
୭. ଇଦୁଲଫିତର: ରୋଜା ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ହର୍ଷଉଲ୍ଲାସର ପର୍ବ। ସମ୍ପୂର୍ଣ୍ଣ ଏକମାସ ରୋଜାଃ ରଖିବା ପରେ ତା’ ପରଦିନ ଇଦୁଲଫିତର ପାଳନ କରାଯାଏ। ୨୯ କିମ୍ବା ୩୦ ରମ୍‌ଜାନ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ସହ ରୋଜା ସମାପନ ପରଦିନ ପଡ଼େ ଇଦୁଲ ଫିତର। ସକାଳୁ ଉଠି ଲୋକେ ନିତ୍ୟକର୍ମ ସାରି ଗାଧୋଇ ନୂଆବସ୍ତ୍ର ପରିଧାନ କରି ସାମାନ୍ୟ ଖଜୁରି କିମ୍ବା ମିଠା ଜିନିଷ ଖାଇ ପୁରୁଷ ସମାଜ ଇଦ୍‌ଗାହ ଯାଆନ୍ତି ଇଦ୍‌ ନମାଜ ପଢ଼ିବାକୁ। ସ୍ତ୍ରୀ ଲୋକେ ଘରେ ପରିବାରବର୍ଗ ସହ ଇଦ୍‌ ପର୍ବ କରନ୍ତି। ଇଦ୍‌ଗାହରେ ମିଳିମିଶି ନମାଜ ପାଠ କରିବା ପରେ ରମ୍‌ଜାନ ମାସର ରୋଜାଃ, ତରାଓ୍ବିହ, ଇବାଦତ ଆଦି ପୁଣ୍ୟକର୍ମ ଗ୍ରହଣ କରିବା ସହ ବିଶ୍ୱ ସମାଜର ମଙ୍ଗଳ ନିମନ୍ତେ ଦୁଆ କରାଯାଏ। ପରସ୍ପରକୁ ଇଦ୍‌ ମୁବାରକ କହି ଆଲିଙ୍ଗନ, କରମର୍ଦ୍ଦନ ସହ ଏହି ପର୍ବ ଦିନ ତମାମ ଚାଲେ। ସମାଜର ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ଖୁସିରେ ସାମିଲହୋଇ ମୁସଲିମ ଭାଇଭଉଣୀମାନଙ୍କୁ ଇଦ୍‌ର ଶୁଭେଚ୍ଛା ଜ୍ଞାପନ କରନ୍ତି। ଆସନ୍ତୁ ,ଏହି ପବିତ୍ର ରମ୍‌ଜାନ ଓ ଇଦୁଲଫିତର ଅବସରରେ ସମସ୍ତ ମନୋମାଳିନ୍ୟ ଭୁଲି ଏକ ଶାନ୍ତ ଓ ସମୃଦ୍ଧ ସମାଜ ଗଢ଼ି ତୋଳିବା ପାଇଁ ବଦ୍ଧ ପରିକର ହେବା।
ରସୁଲପୁର, ଆଳି, କେନ୍ଦ୍ରାପଡ଼ା
ମୋ: ୯୪୩୭୮୧୩୯୨୭


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri