ଚା’ ବିକିବା ନିଯୁକ୍ତିର ବିକଳ୍ପ ନୁହେଁ

ଡ. ସନ୍ତୋଷ କୁମାର ମହାପାତ୍ର

ନିିକଟରେ ଆଉ ଜଣେ ଚା’ ବିକାଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ହେଲେ ପ୍ରିୟଙ୍କା ଗୁପ୍ତା ନାମ୍ନୀ ଜଣେ ଯୁବତୀ। ତାଙ୍କ କହିବା ଅନୁଯାୟୀ ୨୦୧୯ରେ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ ପରେ ୨ବର୍ଷ ଧରି ବିଭିନ୍ନ ପରୀକ୍ଷା ଦେଇ ଚାକିରି ପାଇବାରେ ଅସମର୍ଥ ହୋଇଥିଲେ। ବର୍ତ୍ତମାନ ଚା’ ଦୋକାନ ଖୋଲି ଉଦ୍ୟୋଗୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହାକୁ ଆତ୍ମନିିର୍ଭର ଭାରତର ସ୍ବରୂପ କହିଛନ୍ତି। ଅବଶ୍ୟ ପ୍ରିୟଙ୍କା ଗୁପ୍ତା ଏକାକୀ ନୁହନ୍ତି , ଦେଶରେ କୋଟି କୋଟି ସ୍ନାତକ ଡିଗ୍ରୀଧାରୀ ଯୁବକ ଯୁବତୀ ବିଭିନ୍ନ ଶାରୀରିକ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଛନ୍ତି। କିନ୍ତୁ ଏହି ଚା’ ବିକିବା କଥାକୁ କେବଳ କାହିଁକି ଜାଣିଶୁଣି ଦେଶବ୍ୟାପୀ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ଚା’ କଥାକୁ ପ୍ରାଧ୍ୟାନ ଦେବାର ଏକ କାରଣ ହେଲା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପିଲାଦିନେ ଚା’ ବିକୁଥିଲେ ବୋଲି ପ୍ରଚାର କରାଯାଉଥିଲା। ଅବଶ୍ୟ ଏପରି ପ୍ରଚାର କରିବା ପଛରେ ଥିଲା ଗରିବ ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଏବଂ ତାଙ୍କ ଭୋଟ ପାଇବା।
ଏହି ପ୍ରସଙ୍ଗର ଆଉ ଏକ ରାଜନୈତିକ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ସରକାର ଦାରିଦ୍ର୍ୟ , କ୍ଷୁଧା, ବେକାରି ଓ ବୈଷମ୍ୟ ଆଦି ଅର୍ଥନୈତିକ ସମସ୍ୟା ସମାଧାନ କରିବାରେ ବିଫଳ ହେଲା ପରେ ନିଜର ଦୋଷ ଲୁଚାଇବା ପାଇଁ ବିଭିନ୍ନ ପଥ ଅବଲମ୍ବନ କରୁଛନ୍ତି। ଚାକିରି ସୃଷ୍ଟି କରିବାରେ ସରକାରଙ୍କ ବିଫଳତାକୁ ଘୋଡ଼ାଇବା ପାଇଁ ଏହି ଖବର ଗଣମାଧ୍ୟମରେ ଜାଣିଶୁଣି ପ୍ରଚାର କରାଯାଇଛି। ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟିକରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତାହା ଆଜି ପାଣିରଗାର ହୋଇଛି। ମୋଦିଙ୍କ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ବେକାରି ରେକର୍ଡ ସ୍ତରରେ ପହଞ୍ଚିଛି। ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଗୁରୁତ୍ୱପୂର୍ଣ୍ଣ, ଯାହା ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଜରୁରୀ। କିନ୍ତୁ ସଙ୍ଗଠିତ କ୍ଷେତ୍ରରେ ସେପରି କୌଣସି ନୂତନ ଚାକିରି ସୃଷ୍ଟି ହୋଇନାହିଁ। ବେକାରି ହାର ୨୦୧୭-୧୮ରେ ୪୫ବର୍ଷର ସର୍ବୋଚ୍ଚ ସ୍ତର ୬.୧% ହୋଇଥିଲା। ମାର୍ଚ୍ଚ ୨୦୨୨ ରେ ୭.୬% ଅଛି। ଅଜିମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ଭାରତରେ ମୋଟ ନିଯୁକ୍ତି ୯ନିୟୁତ ହ୍ରାସପାଇଛି; ଯାହା ଦେଶର ଇତିହାସରେ ପ୍ରଥମ ଘଟଣା।
ଏକଥା ସତ୍ୟ ଯେ ସରକାର ସମସ୍ତଙ୍କୁ ସଙ୍ଗଠିତ କ୍ଷେତ୍ରରେ ଚାକିରି ଯୋଗାଇପାରିବେ ନାହିଁ। କିନ୍ତୁ ଏପରି ନୀତି କାର୍ଯ୍ୟକରିବା ଉଚିତ ଯେପରି ଅଧିକ ଚାକିରି ସୃଷ୍ଟି ହେବ। ବିଭିନ୍ନ କମ୍ପାନୀ ଅଧିକ ନିଯୁକ୍ତି ସୃଷ୍ଟି କରିବେ। କିନ୍ତୁ ତାହାର ଠିକ୍‌ ବିପରୀତ ହେଉଛି। ସରକାର ତାଙ୍କ ବ୍ୟୟ ସଙ୍କୋଚନ କରିବା ପାଇଁ ନୂତନ ଚାକିରି ସୃଷ୍ଟି କରିବା ତ ଦୂରର କଥା , ଖାଲିଥିବା ସ୍ଥାନ ପୂରଣ କରୁନାହାନ୍ତି। ବିଭିନ୍ନ କମ୍ପାନୀ ତାଙ୍କ ଲାଭ ବୃଦ୍ଧି ପାଇଁ କମ୍‌ ଲୋକରେ ବେଶି କାମ କରାଉଛନ୍ତି। ନୂତନ ନିଯୁକ୍ତି ନ କରି ଛଟେଇ କରୁଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ)ର ତଥ୍ୟ ଅନୁଯାୟୀ ଭାରତୀୟ ଶ୍ରମିକମାନେ ଦୁନିଆର ଅନ୍ୟ ଦେଶ ଅପେକ୍ଷା ଅଧିକ ସମୟ କାର୍ଯ୍ୟ କରନ୍ତି, କିନ୍ତୁ ଅଳ୍ପ ବେତନ ପାଆନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପୂର୍ବରୁ ଅନୁମୋଦିତ ସରକାରୀ ପଦବୀ ମଧ୍ୟ ପୂରଣ ହେଉନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଅତି କମ୍‌ରେ ୩୦ଲକ୍ଷ ଅନୁମୋଦିତ ପଦବୀ (କେନ୍ଦ୍ର ଦ୍ୱାରା ପରିଚାଳିତ ବିଭିନ୍ନ ସଂସ୍ଥା ଏବଂ ଅନୁଷ୍ଠାନ ଅଧୀନରେ) ଏବଂ ନିଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୩୦ ଲକ୍ଷରୁ ଅଧିକ ହେବ। ମଞ୍ଜୁରୀପ୍ରାପ୍ତ କିନ୍ତୁ ଖାଲିଥିବା ପଦବୀଗୁଡ଼ିକ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗରେ ୯.୧୦ ଲକ୍ଷ ହୋଇଥିଲାବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି/ଆଇଆଇଏମ୍‌/ଏନ୍‌ଆଇଟି ଏବଂ ଅନ୍ୟାନ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କେନ୍ଦ୍ରୀୟ ବିଦ୍ୟାଳୟ , ଜବାହର ନବୋଦୟ ବିଦ୍ୟାଳୟରେ ପ୍ରାୟ ୩୭ ହଜାର ପଦବୀ ଖାଲି ପଡ଼ିଛି। ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟରେ ୮.୫୩ ଲକ୍ଷ ପଦବୀ, ସ୍ବାସ୍ଥ୍ୟକ୍ଷେତ୍ରରେ ୧.୬୮ ଲକ୍ଷ ପଦବୀ, ଅଙ୍ଗନୱାଡି ସିଷ୍ଟମରେ ୧.୭୬ ଲକ୍ଷ ପଦବୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୨ ଲକ୍ଷ ପଦବୀ, ଭାରତୀୟ ସେନାରେ୧.୦୭ ଲକ୍ଷ ପଦବୀ, ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସରେ ପ୍ରାୟ ୯୨,୦୦୦ ପଦବୀ ଏବଂ ସୁପ୍ରିମକୋର୍ଟ, ହାଇକୋର୍ଟ ସମେତ ସମଗ୍ର ଦେଶରେ ରାଜ୍ୟ ପୋଲିସ ବିଭାଗ ଏବଂ ନ୍ୟାୟିକ ଅଦାଲତରେ ୫.୩୧ ଲକ୍ଷ ପଦବୀ ଏବଂ ନିମ୍ନ ଅଦାଲତରେ ୫୦୦୦ ରୁ ଅଧିକ ପଦବୀ ଖାଲି ଅଛି।
କରୋନା ମହାମାରୀର ପ୍ରଥମ ଲହରରେ ୧୨.୨ କୋଟି (ଯେଉଁଥିରେ ବେତନଭୋଗୀ କେବଳ ୨.୧ କୋଟି) ଏବଂ ଦ୍ୱିତୀୟ ଲହରରେ ୧.୨ କୋଟି ଲୋକ ନିଯୁକ୍ତି ହରାଇଥିଲେ। ଅବଶ୍ୟ ପରେ ଏଥିରେ ସୁଧାର ଆସିଥିଲେ ମଧ୍ୟ ପୂର୍ବ ସ୍ତରକୁ ଫେରିନାହିଁ। ସେଣ୍ଟର ଫର୍‌ ମନିଟରିଂ ଅଫ୍‌ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ବିଶ୍ୱବ୍ୟାଙ୍କର ତଥ୍ୟକୁ ଅନୁଶୀଳନ କରି ଦର୍ଶାଇଛି ଯେ ମହାମାରୀରେ ୨୦୨୦ରେ ବିଶ୍ୱ ନିଯୁକ୍ତି ହାର ୫୫% ଏବଂ ୨୦୧୯ ରେ ୫୮% ଥିବାବେଳେ ଭାରତରେ ୨୦୧୯ ରେ ୪୩% ଥିଲା।
ଅବଶ୍ୟ ସିଏମ୍‌ଆଇଇ ଅନୁସାରେ ଏହି ରୋଜଗାର ହାର ୩୮% ଥିଲା। ସିଏମ୍‌ଆଇଇର ତଥ୍ୟ ଅନୁଯାୟୀ ଡିସେମ୍ବର ୨୦୨୧ସୁଦ୍ଧା ଭାରତରେ ୪୦.୬ କୋଟି ନିଯୁକ୍ତି ପାଇଥିଲେ। ବିଶ୍ୱ ହାର ସହିତ ସମକକ୍ଷ ହେବାକୁ ହେଲେ ଭାରତକୁ ଆହୁରି ଅତିରିକ୍ତ ୧୮. ୭୫ କୋଟି ଲୋକଙ୍କୁ ନିଯୁକ୍ତି ଦେବା ଆବଶ୍ୟକ। କିନ୍ତୁ ଗତ ଫେବୃୟାରୀ ତୁଳନାରେ ମାର୍ଚ୍ଚରେ ନିଯୁକ୍ତି ୧୪ ଲକ୍ଷ ହ୍ରାସ ପାଇ ୩୯.୬ କୋଟିରେ ପହଞ୍ଚିଛି। ଶ୍ରମ ଶକ୍ତିରେ ଅଂଶ ଗ୍ରହଣ ହାର (୧୬-୬୪ ବର୍ଷର ଲୋକ ଯେତିକି ନିଯୁକ୍ତି ପାଇଛନ୍ତି ଏବଂ ଖୋଜୁଛନ୍ତି) ସେହି ସମୟରେ ୩୯.୯% ରୁ ୩୯.୫ %କୁ ବା ୩୮ ଲକ୍ଷ ହ୍ରାସ ପାଇ ୪୨.୮ କୋଟିରେ ପହଞ୍ଚିଛି, ଯାହା ୮ମାସ ମଧ୍ୟରେ ସର୍ବନିମ୍ନ। ବେକାରି ହାର (ଯେତିକି ନିଯୁକ୍ତି ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି) ତାହା ୮.୧% ରୁ ୭.୬% କୁ ହ୍ରାସପାଇଛି, ଯଦିଓ ଏହି ହାର ଚିନ୍ତାଜନକ। ଏହି ହାର ହ୍ରାସର କାରଣ ହେଲା ପରିସ୍ଥିତି ଏପରି ସଙ୍ଗିନ ଯେ ନିଯୁକ୍ତି କମ୍‌ ଲୋକ ଖୋଜୁଛନ୍ତି। ବେକାରି ହେଉଛି ଏକ ପ୍ରମୁଖ ସମସ୍ୟା। ଏହାର ସମାଧାନ ନ କଲେ ଯେଉଁ ଭୟଙ୍କର ସାମାଜିକ ଅସ୍ଥିରତା ସୃଷ୍ଟି ହେବ, ସେଥିରୁ କେହି ମୁକ୍ତି ପାଇବେ ନାହିଁ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri