ହେମଦସ୍ତାରେ ପିଟି ଆଈଙ୍କୁ ହତ୍ୟାକଲେ ନାତୁଣୀ

ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗ୍ରାମରେ ଶୁକ୍ରବାର ରାତିରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶଶୀ ଦାସ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ୧୬ ବର୍ଷୀୟା ନାତୁଣୀ ଏକ ହେମଦସ୍ତାରେ ଆଘାତ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ବୋହୂ ପୂଜାରାଣୀ ଦାସ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଏକ ହତ୍ୟା ମାମଲା (ନଂ.୨୬୬/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କ ଘର କେନ୍ଦ୍ରାପଡ଼ା ଜିଲା ପୁରସ୍ତମପୁର ଗ୍ରାମରେ। ସେ ପ୍ରାୟ ମାସେ ହେଲା ନପଙ୍ଗ ଗ୍ରାମରେ ଆଈ ଶଶୀଙ୍କ ଘରେ ରହୁଥିଲେ। ସେ ମାନସିକ ଅନଗ୍ରସର ଥିବା ଯୋଗୁ ଆଈଙ୍କ ସହ ସବୁବେଳେ ପାଟିଗୋଳ କରୁଥିଲେ। ଶୁକ୍ରବାର ରାତିରେ ଶଶୀଙ୍କ ମୁଣ୍ଡକୁ ପିଟିଦେବା ପରେ ଦାଣ୍ଡରେ ଆସି ଚିତ୍କାର କରି କାନ୍ଦିଥିଲେ। ଗ୍ରାମବାସୀ କାନ୍ଦ ଶୁଣି ଦୌଡ଼ି ଆସି ଶଶୀଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ରାତିରେ ଜଣାଇବା ପରେ ଭାରପ୍ରାପ୍ତ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଏଏସ୍‌ଆଇ ଅନୁରାଗ ମହାନ୍ତି ଓ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ନାବାଳିକାଙ୍କୁ ଥାନାକୁ ନେଇଯିବା ସହ ଉକ୍ତ ଗ୍ରାମରେ ପୋଲିସ ଜଗାଇଥିଲେ। ଶନିବାର ସକାଳେ ସାଇଣ୍ଟିଫିକ ଟିମ୍‌, ଭଦ୍ରକ ସଦର ଏସ୍‌ଡିପିଓ ସାର୍ଥକ ରାୟ ଏବଂ ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ସମ୍ପୃକ୍ତ ନାବାଳିକା ହେମଦସ୍ତା ପୁଆରେ ଆଈ ମୁଣ୍ଡକୁ ପିଟି ମାରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ହେମଦସ୍ତା ପୁଆକୁ ଜବତ କରିଥିବା ବେଳେ ଅପରାହ୍ନରେ ନାବାଳିକାଙ୍କୁ ଭଦ୍ରକ କୋର୍ଟରେ ହାଜର କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରକୁ ‘ଇଣ୍ଡିଆ ସାଇକେଲ୍‌ସ ଫୋର୍‌ ଚେଞ୍ଜ୍‌ ଚ୍ୟାଲେଞ୍ଜ ପୁରସ୍କାର’

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଚଳିତବର୍ଷ ଜୁନ୍‌ ୨୫ରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉଏକ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୪୦୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୪୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୦୪, ପୁରୀରୁ ୨୯୮,...

ଦୁର୍ଗାଙ୍କ ପାର୍ଶ୍ୱ ମୂର୍ତ୍ତି ଚୋରି

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.)-ଓର୍‌କେଲ ଥାନା ଅଧୀନ ପର୍କନମାଳା ପଞ୍ଚାୟତ ସୁନାନଗର ଘାଟିସ୍ଥିତ ଦୁର୍ଗା ମନ୍ଦିରରୁ ମା’ଙ୍କ ପାର୍ଶ୍ୱ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଛି। ସୋମବାର ସକାଳୁ ପୂଜାରୀ...

ଆଡ଼ମ୍ବରରେ ପାଳନ ହେବ ଶିବବିବାହ ମହୋତ୍ସବ

ଭଦ୍ରକ ଅଫିସ,୧୨।୫: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳଷଷ୍ଠୀ ପର୍ବରେ ଶିବବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

କେନ୍ଦୁଝର,୬।୮(ସ୍ବ.ପ୍ର.): ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲା ଆଦିବାସୀ ସମାଜ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ...

କରୋନାକୁ ନେଇ ବୋମାମାଡ଼, ଜଣେ ଆହତ

ବ୍ରହ୍ମଗିରି,୨୪ା୭(ଡି.ଏନ୍‌.ଏ.): ବ୍ରହ୍ମଗିରି ବ୍ଲକରେ ଜଣେ କରୋନା ପଜିଟିଭ୍‌ ବାହାରିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଗାଁରେ ପୋଲିସ...

ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ ମାଧ୍ୟମରେ ଓଡ଼ିଆ ନବ ବର୍ଷର...

ମହାନଦୀ ବିବାଦ: ସତ୍ୟପାଠ ଦାଖଲ କଲା ଓଡ଼ିଶା

ନୂଆଦିଲ୍ଲୀ,୩।୫: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ରାଜ୍ୟ ସରକାର ସୋମବାର ମହାନଦୀ ଜଳବିବାଦ ଟ୍ରବ୍ୟୁନାଲରେ ପ୍ରଥମ ସାକ୍ଷୀ...

Advertisement
Archives

Model This Week