ସରକାର ପାଇଛନ୍ତି ୨୮ ନୂଆ ଜିଲା ପ୍ରସ୍ତାବ

ଭୁବନେଶ୍ୱର,୮।୨(ଅନିଲ ଦାସ)ବରଗଡ଼ ଜିଲାର ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଜିଲା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ମଧ୍ୟ ନୂତନ ଜିଲା ଗଠନ ଦାବି ବଢ଼ିବାରେ ଲାଗିଛି। ୧୫ ଜିଲାରୁ ପଦ୍ମପୁର ସମେତ ୨୮ଟି ନୂଆ ରାଜସ୍ବ ଜିଲା ଗଠନ ପାଇଁ ଦାବିପତ୍ର ମିଳିଛି। ଭାଜପା ସଭ୍ୟ କୁସୁମ ଟେଟେ ଓ ନବଚରଣ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପଦ୍ମପୁର, ଧର୍ମଗଡ଼ ଓ କଣ୍ଟାବାଞ୍ଜି ସହ ୨୮ଟି ନୂଆ ଜିଲା ପାଇଁ ଦାବି ହୋଇଛି । ମୟୂରଭଞ୍ଜ ଜିଲାକୁ ଭାଙ୍ଗି ୫ଟି ଜିଲା କରିବା ପାଇଁ ଦାବି ହୋଇଛି। ସେହିପରି ଗଞ୍ଜାମ ଜିଲାକୁ ମଧ୍ୟ ଭାଙ୍ଗି ୫ଟି ଜିଲା କରିବା ପାଇଁ ଦାବି ସରକାରଙ୍କୁ ମିଳିଛି। ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗୀର ଜିଲାକୁ ୪, କଟକ ଓ ଅନୁଗୋଳ ଜିଲାକୁ ଭାଙ୍ଗି ୩ଟି ଲେଖାଏ ଜିଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । ବରଗଡ଼ରୁ ପଦ୍ମପୁର, କଳାହାଣ୍ଡିରୁ ଧର୍ମଗଡ଼, ମୟୂରଭଞ୍ଜରୁ ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଏବଂ କରଞ୍ଜିଆ, ସୁନ୍ଦରଗଡ଼ରୁ ବଣାଇ, ରାଉରକେଲା, ବଲାଙ୍ଗୀରରୁ ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟନାଗଡ଼, ଅନୁଗୋଳରୁ ତାଳଚେର ଓ ପାଲଲହଡ଼ା ଗଡ଼ଜାତ, ଖୋର୍ଦ୍ଧାରୁ ଭୁବନେଶ୍ୱର, ଗଞ୍ଜାମରୁ ଘୁମସର, ଆସ୍କା, ବ୍ରହ୍ମପୁର ଓ ଭଞ୍ଜନଗର, କଟକରୁ ଚଣ୍ଡିଖୋଲ ଏବଂ ଆଠଗଡ଼କୁ ଜିଲା କରିବାକୁ ଦାବି ହୋଇଛି। ସେହିପରି ସମ୍ବଲପୁରରୁ କୁଚିଣ୍ଡା, କନ୍ଧମାଳରୁ ବାଲିଗୁଡ଼ା, କେନ୍ଦୁଝରରୁ ଆନନ୍ଦପୁର, ବାଲେଶ୍ୱରରୁ ନୀଳଗିରି, ସୋର ଓ ଜଳେଶ୍ୱର, ପୁରୀରୁ ନିମାପଡ଼ା ଏବଂ ରାୟଗଡ଼ା ଜିଲାରୁ ଗୁଣୁପୁରକୁ ଜିଲା ମାନ୍ୟତା ଦେବା ଲାଗି ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଛି।
ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ଦାବି ଉପରେ ଉପଯୁକ୍ତ ସମୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ନୂତନ ଜିଲା ଗଠନ କରିବା ସମ୍ବନ୍ଧୀୟ ଏକ ପିଆଇଏଲ୍‌ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହୋଇଛି। ବିନାନୁମତିରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri