ଲକ୍‌ଡାଉନରେ ସରକାର ହରାଇଛନ୍ତି ୩୧୫କୋଟି

ଭୁବନେଶ୍ୱର,୨୬।୩ (ବ୍ୟୁରୋ)- ରାଜ୍ୟରେ କରୋନା ମହାମାରୀ ଯୋଗୁ ୨୯,୪୯୨ଟି ଟ୍ରକ୍‌, ବସ, ଡମ୍ପର ଓ ଅନ୍ୟାନ୍ୟ ଯାନଗୁଡ଼ିକ ଚାଲିବା ବନ୍ଦ ରହିଥିଲା। ଏଥିଯୋଗୁ ୩୧୫କୋଟି ଟଙ୍କାର ମୋଟର ଯାନ ଟିକସ କ୍ଷତି ହୋଇଛି। ଆଗାମୀ ଆର୍ଥିକବର୍ଷ ପାଇଁ କେତେ ଆଦାୟ ଲକ୍ଷ୍ୟ ରଖାଯିବ ତାହା ଚଳିତ ଆର୍ଥିକବର୍ଷ ଶେଷରେ ଆଦାୟ ହୋଇଥିବା ରାଜସ୍ବକୁ ବିଚାରକୁ ନେଇ ସମ୍ପୃକ୍ତ କମିଟି ନିର୍ଦ୍ଧାରଣ କରିବେ। ସଦସ୍ୟ ସୁଧାଂଶୁ ଶେଖର ପରିଡ଼ାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳାଚଳ କରୁ ନ ଥିବା ଯାନବାହନ ମରାମତି ପାଇଁ କୌଣସି ସହାୟତା ଦିଆଯାଇ ନାହିଁ। ମହାମାରୀ ଯୋଗୁ ଚଳାଚଳ କରିପାରୁ ନ ଥିବା ଘରୋଇ ବସ୍‌ଗୁଡ଼ିକ ପାଇଁ ୨୦୨୦ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସରକାର ସମ୍ପୂର୍ଣ୍ଣ ଟିକସ ଛାଡ଼ କରିଛନ୍ତି। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ଯଥାକ୍ରମେ ୭୫, ୫୦ ଓ ୨୫% ଟିକସ ଛାଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଫସର ଫାଟିଲା ପୂଜକ କନ୍ଧ ଶତପଥୀଙ୍କ ଘର ଭାଙ୍ଗିବା ପ୍ରୟାସ, ନିରାଶ ହୋଇ ଫେରିଲା ପ୍ରଶାସନ

ଗଞ୍ଜାମ,୧୦।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକରେ ଦୀର୍ଘ ୭୦ ବର୍ଷ ହେବ ରହି ଆସୁଛନ୍ତି ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri