Posted inଫୁରସତ

ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି

କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍‌ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲାବାସୀ। ଯେଉଁଠାରେ ଏକ ପକ୍ଷୀ ପାଇଁ ସମଗ୍ର ଗାଁ ୩୫ ଦିନ ଅନ୍ଧାରରେ ରହିଥିଲା।


ପ୍ରକୃତ କଥା ହେଲା ଶିବଗଙ୍ଗାରେ ଷ୍ଟ୍ରିଟଲାଇଟ୍‌ ଯେଉଁ ସୁଇଚ୍‌ବୋର୍ଡରେ ଚାଲୁଥିଲା ସେହିଠାରେ ଏକ ପକ୍ଷୀ ଅଣ୍ଡା ଦେଇଥିଲା। ଲୋକମାନେ ଭୟ କରୁଥିଲେ ଯଦି ସୁଇଚ୍‌ବୋର୍ଡ ବ୍ୟବହାର କରାଯାଏ, ତେବେ ପକ୍ଷୀର ଅଣ୍ଡା ଫାଟିଯିବ। ଏହା ଦେଖି ପୂରା ଗାଁ ସ୍ଥିର କଲା ଯେ, ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ସୁଇଚ୍‌ବୋର୍ଡ ବ୍ୟବହାର କରାଯିବ ନାହିଁ। ଲକ୍‌ଡାଉନ୍‌ର ପ୍ରଥମ ଦିନରେ ଗ୍ରାମବାସୀ ଏହା ଜାଣିବାକୁ ପାଇଥିଲେ। ଯେତେବେଳେ ଲୋକମାନେ ବସାକୁ ନିରୀକ୍ଷଣ କଲେ ସେଥିରେ ୩ଟି ନୀଳ ଏବଂ ଗୋଟିଏ ସବୁଜ ଅଣ୍ଡା ଥିବା ଦେଖିବାକୁ ପାଇଥିଲେ। ଜଣେ ବ୍ୟକ୍ତି ଗାଁର ହ୍ବାଟ୍ସଆପ୍‌ ଗ୍ରୁପରେ ପକ୍ଷୀବସାର ଫଟୋ ଶେୟାର କରିଥିଲେ। ଏହା ପରେ ହ୍ବାଟ୍ସଆପ୍‌ ଗ୍ରୁପ୍‌ର ବ୍ୟବହାରକାରୀମାନେ ସ୍ଥିର କଲେ ଯେ, ଅଣ୍ଡା ନ ଫୁଟିବା ପର୍ଯ୍ୟନ୍ତ ଗାଁରେ ଲାଇଟ୍‌ ଜଳିବ ନାହିଁ। ତେଣୁ ଗାଁକୁ ୩୫ ଦିନ ଅନ୍ଧକାରରେ ରଖାଗଲା।


ସୂଚନା ଅନୁଯାୟୀ, ପଞ୍ଚାୟତ ସଭାପତି ଏଚ୍‌. କାଲେଶ୍ୱରୀ ମଧ୍ୟ ଏହି ଅଭିଯାନରେ ଭାଗ ନେଇଥିଲେ। ତେବେ ଗାଁର କିଛି ଲୋକ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ପକ୍ଷୀ ଓ ଅଣ୍ଡା ପାଇଁ ଗାଁକୁ ଅନ୍ଧାରରେ ରଖିବା ପାଇଁ ସେମାନେ ରାଜି ହେଉ ନ ଥିଲେ। ମାତ୍ର ପରେ ଗ୍ରାମବାସୀ ଏ ବାବଦରେ ଏକ ବୈଠକ କରିଥିଲେ। ଏଥିରେ ସମସ୍ତେ ଲାଇଟ୍‌ ବନ୍ଦ କରିବାକୁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି

ଓ୍ବାଶିଂଟନ୍‌: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍‌ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍‌ ସମୟରେ ବିବାହକୁ ଖାସ୍‌ କରିବା ନେଇ ଶପଥ...

ଗର୍ଲ ଫ୍ରେଣ୍ଡଙ୍କୁ ଦେଖା କରିବାକୁ ଲକ୍‌ଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷର ମେୟର: ସିଡିଚଢି ଝରକା ବାଟେ କଥା ହେଲେ

ଲିସେଷ୍ଟର ସିଟି: ବ୍ରିଟେନର ଲିସେଷ୍ଟର ସିଟିରେ ଜଣେ ୭୧ ବର୍ଷ ବୟସ୍କ ଲେବର ପାର୍ଟିର ମେୟର ସର୍‌ ପିଟର ସୋଲସବିଙ୍କର ଏବେ ବେଶ ‌ ଚର୍ଚ୍ଚା...

ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଚା’ ପିଆଉଛନ୍ତି ୯୪ ବର୍ଷୀୟ ବୃଦ୍ଧ

ଜୟପୁର: ରାଜସ୍ଥାନର ଜୟପୁର ସହରରେ ଗୁଲାବ ଜୀଙ୍କ ଚା’ ଦୋକାନ ବେଶ୍‌ ପ୍ରସିଦ୍ଧ। ସକାଳେ ଏବଂ ସନ୍ଧ୍ୟାରେ ଏହି ଚା’ ଦୋକାନରେ ପ୍ରବଳ ଭିଡ ଜମିଥାଏ।...

ଏହି ଦେଶରେ ଭାରତୀୟଙ୍କୁ ଲୋଡ଼ା ନାହିଁ ଭିଜା

ବିଦେଶ ଭ୍ରମଣ କରିବା ଅନେକଙ୍କ ସ୍ବପ୍ନ। ଆଉ ଏଥିପାଇଁ ଲୋଡ଼ାହୁଏ ଭିଜା। ହେଲେ ଆପଣ ଜାଣନ୍ତିକି ଏମିତି କେତେକ ଦେଶ ରହିଛି, ଯେଉଁଠାରେ ବୁଲିବା ଲାଗି...

ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ...

ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ଜନ୍ମଦିନ ପାଳିଲେ କୁନି ଝିଅ, କାଟିଲେ କେକ୍‌; ଭିଡିଓ ଦେଖିଲେ…

ବାଙ୍ଗାଲୋର: ଅନେକ ଘର ଭାଙ୍ଗିଛି କରୋନା। କରୋନାର ଦ୍ୱିତୀୟ ଲହର ସମୟରେ ଅନେକ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି। କର୍ନାଟକର କୁପାଲ କୁସ୍ତାଗି ଅଞ୍ଚଳର ୮...

ପ୍ରେମିକାଙ୍କ ଜନ୍ମଦିନ ଉପହାର ପ୍ରେମିକଙ୍କୁ ରାତାରାତି କରିଦେଲା କୋଟିପତି

ସାଧାରଣତଃ ଜନ୍ମଦିନରେ ଲୋକଙ୍କୁ ଉପହାର ସ୍ବରୂପ ଅନେକ ଜିନିଷ ମିଳିଥାଏ। ସେ ଛୋଟ ହେଉ କି ବଡ଼। ଖୁସିରେ ସମସ୍ତେ ପ୍ରଦାନ କରିଥାନ୍ତି। ମାତ୍ର କେବେ...

ଡରିକି ଦୌଡ଼ିଲା ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week