ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଭଡ଼ା ୯ କୋଟି ଦେଇଛନ୍ତି ସରକାର

ଭୁବନେଶ୍ୱର,୩୦ା୯(ବ୍ୟୁରୋ): କରୋନା ସମୟରେ ମୋଟ ୮,୫୩,୭୭୭ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ। ସେମାନଙ୍କ ପଞ୍ଜୀକରଣ, କାମ ଓ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଅର୍ଥର ତଥ୍ୟ ସଂଗ୍ରହ କରାଯାଉଥିବା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି। ବିଭିନ୍ନ ବିଭାଗ ଦ୍ୱାରା ଏହି ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ତଥ୍ୟ ମଗାଯାଇଛି। ତେବେ ପ୍ରବାସୀଙ୍କ ପାଇଁ ବ୍ୟବହୃତ ୨୭୭ ଶ୍ରମିକ ଏକ୍ସପ୍ରେସ୍‌ ଟ୍ରେନ୍‌ର ଭଡ଼ା ବାବଦକୁ ରାଜ୍ୟ ସରକାର ପୂର୍ବତଟ ରେଳପଥକୁ ୯ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଧାୟକ ମୋହନ ଚରଣ ମାଝି, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଦୁଇଟି ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ। ସେହିଭଳି ରାଜ୍ୟକୁ ଫେରିଥିବା ମୋଟ ୮,୫୩,୭୭୭ ଶ୍ରମିକଙ୍କ ମଧ୍ୟରୁ କେତେଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକ ପୁନର୍ବାର ଜୀବିକା ପାଇଁ ଅନ୍ୟ ରାଜ୍ୟକୁ ଫେରିଛନ୍ତି ସେ ସମ୍ବନ୍ଧରେ କୌଣସି ତଥ୍ୟ ହସ୍ତଗତ ହୋଇନି। ସେହିଭଳି ଓଡ଼ିଶାର କେତେଜଣ ଶ୍ରମିକ ନିଯୁକ୍ତି ହରାଇଛନ୍ତି ତାହାର ମଧ୍ୟ ତଥ୍ୟ ନାହିଁ ବୋଲି ବିଧାୟକ ଶଙ୍କର ଓରାମ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସିଂହ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ଭଗ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି କଫ ସିରପ ଶିଶି, ଅଞ୍ଚଳବାସୀ କହିଲେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଏକ ପରିତ୍ୟକ୍ତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ କଫ ସିରପର ଖାଲି ଶିଶି ପଡ଼ିଥିବା…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri