ଚିଠି ଲେଖି ସରକାର ନୀରବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଆସନ୍ତା ୧ ତାରିଖରେ ସ୍ଥାନାନ୍ତର ହୋଇଯିବ। ଏହି କାର୍ଯ୍ୟାଳୟ କୋଲକାତା ସ୍ଥିତ ଜୋନ୍‌ କାର୍ଯ୍ୟାଳୟରେ ମିଶାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଏଭଳି ନିଷ୍ପତ୍ତିକୁ ଚାରିଆଡୁ ବିରୋଧ କରାଯାଉଛି। ରାଜ୍ୟ ସରକାର ଚିଠି ଲେଖି ନୀରବ ରହିଯାଇଛନ୍ତି, ଯାହାକି କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ବଦଳାଇବା ପାଇଁ ଯଥେଷ୍ଟ ନୁହେଁ ବୋଲି କଳା, ସଂସ୍କୃତି ପ୍ରେମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ସଂସ୍କୃତି ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉକ୍ତ କାର୍ଯ୍ୟାଳୟକୁ କୋଲକାତା ସ୍ଥାନାନ୍ତର ନ କରିବା ଲାଗି ଗତ ୫ ଦିନ ତଳେ ଚିଠି କରିଥିବା ଜଣାପଡ଼ିଛି। ପାଢୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ଆଇସିସିଆର୍‌ ଡିଜିଙ୍କୁ ଏ ବାବଦରେ ଚିଠି ଲେଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଆସିନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ସ୍ଥାନାନ୍ତର ଓଡ଼ିଶା ପାଇଁ ବଡ଼ ଅପମାନ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏହି ଘଟଣାରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ଚିଠି ଲେଖାଯିବ। ରାଜ୍ୟର ସମସ୍ତ ଏମ୍‌ପି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବଦଳାଇବା ସକାଶେ ଚାପ ସୃଷ୍ଟି କରନ୍ତୁ ବୋଲି ମନ୍ତ୍ରୀ ପଣ୍ଡା ଆହ୍ବାନ କରିଛନ୍ତି।
ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍‌ ଆର୍ମି ପକ୍ଷରୁ ଆଇସିସିଆର୍‌ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୦ ତାରିଖରେ ଗଣଧାରଣା ଦିଆଯାଇଥିଲା। ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଓ଼ଡିଶାର କଳା, ସଂସ୍କୃତିର ପ୍ରସାର, ପ୍ରଚାରରେ ବ୍ୟାପକ ପ୍ରତିବନ୍ଧକ ସୃଷ୍ଟି ହେବ। ସେହିପରି ବିଦେଶରୁ ଆସୁଥିବା ବହୁ ସାଂସ୍କୃତିକ ଗବେଷକ ଓ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଓଡ଼ିଶା ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ ନାହିଁ ବୋଲି ପ୍ରେରଣା ପକ୍ଷରୁ କୁହାଯାଇଛି। ଏନେଇ ଆଇସିସିଆର୍‌ ଆଞ୍ଚଳିକ ନିର୍ଦ୍ଦେଶକ ମୀନାକ୍ଷୀ ମିଶ୍ର କହିଛନ୍ତି, ଏହି କାର୍ଯ୍ୟାଳୟ ବନ୍ଦ ହେବ ନାହିଁ। କେବଳ ୫ଟି ଜୋନ୍‌ର ଢାଞ୍ଚାଗତ ପରିବର୍ତ୍ତନ ହେବ। ପୂର୍ବଭଳି ଯେମିତି କାର୍ଯ୍ୟକ୍ରମ ଥିଲା ରହିବ। ଏନେଇ କିଛି ମଧ୍ୟ ଅସୁବିଧା ହେବ ନାହିଁ ବୋଲି ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆଇସିସିଆର୍‌ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କୁ ଏକାଧିକ ଥର ଚିଠି ଲେଖାଯାଇଥିଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି। ୨୦୦୭ ଅକ୍ଟୋବର ୭ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ଆଇସିସିଆର୍‌ କାର୍ଯ୍ୟକ୍ଷମ ହୋଇଥିଲା। ଏହାପରେ ୨୦୧୫ ଜୁନ୍‌ ୧ରେ ଉକ୍ତ କାର୍ଯ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା। ପ୍ରେରଣା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୪ ବର୍ଷ ତଳୁ ଏହି କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବଦଳିଥିଲା। ୨୦୧୬ ଜାନୁୟାରୀରେ ଭୁବନେଶ୍ୱରରେ ଆଇସିସିଆର୍‌ର ସ୍ଥାୟୀ କାର୍ଯ୍ୟାଳୟ ଲାଗି ୨ ଏକର ଜମି ଦେବାକୁ ଅନୁରୋଧ କରାଯାଇଥିଲା। ଏହାପରେ ସେହି ବର୍ଷ ଏପ୍ରିଲରେ ପୁଣିଥରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମାନ ଅନୁରୋଧ କରାଯାଇଥିଲା। ୨୦୧୮ରେ ଆଇସିସିଆର୍‌ ପକ୍ଷରୁ ଉତ୍କଳ ସଂସ୍କୃତି ବିଭାଗର ପୁରୁଣା କ୍ୟାମ୍ପସକୁ ଆଞ୍ଚଳିକ କାର୍ଯ୍ୟାଳୟ ନିମନ୍ତେ ବ୍ୟବହାର କରିବା ଲାଗି ସଂସ୍କୃତି ବିଭାଗକୁ ନିବେଦନ କରିଥିଲେ। ଏହାପରେ ୨୦୧୮ ଜୁନ୍‌ ୨୫ରେ ସତ୍ୟନଗର ସ୍ଥିତ ତୋଷାଳି ଭବନରେ କାର୍ଯ୍ୟାଳୟ ପ୍ରତିଷ୍ଠା ଲାଗି ଜାଗା ଦେବାକୁ ଆଇସିସିଆର୍‌ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା। ଏହାପରେ କାର୍ଯ୍ୟାଳୟ ସ୍ଥାନାନ୍ତର ଲାଗି ୨୦୧୮ରେ ନିଷ୍ପତ୍ତି ହୋଇଥିଲା। ହେଲେ ବହୁ ବିରୋଧ ପରେ ନିଷ୍ପତ୍ତି ବଦଳିଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଭାଜପାର ନିର୍ବାଚନୀ ସମୀକ୍ଷା

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିପାରିଛି। ଦଳ ରାଜ୍ୟରେ ସରକାର ଗଠନ କରିବାର ଯେଉଁ ଦମ୍ଭୋକ୍ତି...

ଆଜି ରାଜ୍ୟରୁ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୧୦୬୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

ଟିକା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୯।୪(ବ୍ୟୁରୋ): ମହାମାରୀ କରୋନାକୁ ମୁକାବିଲା କରିବାକୁ ହେଲେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାଛଡ଼ା ହଠାତ ସଂକ୍ରମଣ ବଢ଼ିଥିବା...

ଆଜି ବନକଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୮: ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ମଳ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ...

ବିଏମ୍‌ସି କମିଶନରଙ୍କ ଗିରଫ ଦାବି ତେଜିଲା

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ସ୍ମାର୍ଟସିଟିର ମୁକୁଳା ଡ୍ରେନ୍‌ରେ ଭାସିଯାଇ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଦାୟୀ କରିଛି...

ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା।...

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୧୧କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ...

Advertisement
Archives

Model This Week