ଚିଠି ଲେଖି ସରକାର ନୀରବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଆସନ୍ତା ୧ ତାରିଖରେ ସ୍ଥାନାନ୍ତର ହୋଇଯିବ। ଏହି କାର୍ଯ୍ୟାଳୟ କୋଲକାତା ସ୍ଥିତ ଜୋନ୍‌ କାର୍ଯ୍ୟାଳୟରେ ମିଶାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଏଭଳି ନିଷ୍ପତ୍ତିକୁ ଚାରିଆଡୁ ବିରୋଧ କରାଯାଉଛି। ରାଜ୍ୟ ସରକାର ଚିଠି ଲେଖି ନୀରବ ରହିଯାଇଛନ୍ତି, ଯାହାକି କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ବଦଳାଇବା ପାଇଁ ଯଥେଷ୍ଟ ନୁହେଁ ବୋଲି କଳା, ସଂସ୍କୃତି ପ୍ରେମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ସଂସ୍କୃତି ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉକ୍ତ କାର୍ଯ୍ୟାଳୟକୁ କୋଲକାତା ସ୍ଥାନାନ୍ତର ନ କରିବା ଲାଗି ଗତ ୫ ଦିନ ତଳେ ଚିଠି କରିଥିବା ଜଣାପଡ଼ିଛି। ପାଢୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ଆଇସିସିଆର୍‌ ଡିଜିଙ୍କୁ ଏ ବାବଦରେ ଚିଠି ଲେଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଆସିନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ସ୍ଥାନାନ୍ତର ଓଡ଼ିଶା ପାଇଁ ବଡ଼ ଅପମାନ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏହି ଘଟଣାରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ଚିଠି ଲେଖାଯିବ। ରାଜ୍ୟର ସମସ୍ତ ଏମ୍‌ପି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବଦଳାଇବା ସକାଶେ ଚାପ ସୃଷ୍ଟି କରନ୍ତୁ ବୋଲି ମନ୍ତ୍ରୀ ପଣ୍ଡା ଆହ୍ବାନ କରିଛନ୍ତି।
ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍‌ ଆର୍ମି ପକ୍ଷରୁ ଆଇସିସିଆର୍‌ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୦ ତାରିଖରେ ଗଣଧାରଣା ଦିଆଯାଇଥିଲା। ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଓ଼ଡିଶାର କଳା, ସଂସ୍କୃତିର ପ୍ରସାର, ପ୍ରଚାରରେ ବ୍ୟାପକ ପ୍ରତିବନ୍ଧକ ସୃଷ୍ଟି ହେବ। ସେହିପରି ବିଦେଶରୁ ଆସୁଥିବା ବହୁ ସାଂସ୍କୃତିକ ଗବେଷକ ଓ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଓଡ଼ିଶା ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ ନାହିଁ ବୋଲି ପ୍ରେରଣା ପକ୍ଷରୁ କୁହାଯାଇଛି। ଏନେଇ ଆଇସିସିଆର୍‌ ଆଞ୍ଚଳିକ ନିର୍ଦ୍ଦେଶକ ମୀନାକ୍ଷୀ ମିଶ୍ର କହିଛନ୍ତି, ଏହି କାର୍ଯ୍ୟାଳୟ ବନ୍ଦ ହେବ ନାହିଁ। କେବଳ ୫ଟି ଜୋନ୍‌ର ଢାଞ୍ଚାଗତ ପରିବର୍ତ୍ତନ ହେବ। ପୂର୍ବଭଳି ଯେମିତି କାର୍ଯ୍ୟକ୍ରମ ଥିଲା ରହିବ। ଏନେଇ କିଛି ମଧ୍ୟ ଅସୁବିଧା ହେବ ନାହିଁ ବୋଲି ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆଇସିସିଆର୍‌ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କୁ ଏକାଧିକ ଥର ଚିଠି ଲେଖାଯାଇଥିଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି। ୨୦୦୭ ଅକ୍ଟୋବର ୭ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ଆଇସିସିଆର୍‌ କାର୍ଯ୍ୟକ୍ଷମ ହୋଇଥିଲା। ଏହାପରେ ୨୦୧୫ ଜୁନ୍‌ ୧ରେ ଉକ୍ତ କାର୍ଯ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା। ପ୍ରେରଣା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୪ ବର୍ଷ ତଳୁ ଏହି କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବଦଳିଥିଲା। ୨୦୧୬ ଜାନୁୟାରୀରେ ଭୁବନେଶ୍ୱରରେ ଆଇସିସିଆର୍‌ର ସ୍ଥାୟୀ କାର୍ଯ୍ୟାଳୟ ଲାଗି ୨ ଏକର ଜମି ଦେବାକୁ ଅନୁରୋଧ କରାଯାଇଥିଲା। ଏହାପରେ ସେହି ବର୍ଷ ଏପ୍ରିଲରେ ପୁଣିଥରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମାନ ଅନୁରୋଧ କରାଯାଇଥିଲା। ୨୦୧୮ରେ ଆଇସିସିଆର୍‌ ପକ୍ଷରୁ ଉତ୍କଳ ସଂସ୍କୃତି ବିଭାଗର ପୁରୁଣା କ୍ୟାମ୍ପସକୁ ଆଞ୍ଚଳିକ କାର୍ଯ୍ୟାଳୟ ନିମନ୍ତେ ବ୍ୟବହାର କରିବା ଲାଗି ସଂସ୍କୃତି ବିଭାଗକୁ ନିବେଦନ କରିଥିଲେ। ଏହାପରେ ୨୦୧୮ ଜୁନ୍‌ ୨୫ରେ ସତ୍ୟନଗର ସ୍ଥିତ ତୋଷାଳି ଭବନରେ କାର୍ଯ୍ୟାଳୟ ପ୍ରତିଷ୍ଠା ଲାଗି ଜାଗା ଦେବାକୁ ଆଇସିସିଆର୍‌ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା। ଏହାପରେ କାର୍ଯ୍ୟାଳୟ ସ୍ଥାନାନ୍ତର ଲାଗି ୨୦୧୮ରେ ନିଷ୍ପତ୍ତି ହୋଇଥିଲା। ହେଲେ ବହୁ ବିରୋଧ ପରେ ନିଷ୍ପତ୍ତି ବଦଳିଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?