ସରକାର ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଛନ୍ତି: ନରସିଂହ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୨୫୨.୮୪ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ୨୨୪୧.୩୪ କୋଟି ଟଙ୍କା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧୧.୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ଶନିବାର ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ୨୦୨୦-୨୧ ଆର୍ଥତ୍କ ବର୍ଷରେ ସାମଗ୍ରିକ ବ୍ୟୟ ଅଟକଳ ୧୮,୧୦୫.୮୪ କୋଟି ରଖାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କା ଘର ଯୋଜନା ଅଧୀନ ୬,୮୯,୯୯୦ ପକ୍କାଘର ନିର୍ମାଣ ନିମନ୍ତେ ୩,୯୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨,୧୫,୦୦୦ ଗୃହ ନିର୍ମାଣ ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟଲକ୍ଷ୍ୟ ପୂରଣ ନିମନ୍ତେ ୧୫୧୪ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତାବିତ ହୋଇଛି।

୨୦୨୦-୨୧ ଆର୍ଥତ୍କ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପାଇଁ ୧୫୦୦ କୋଟି ଟଙ୍କା ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍‌ଆର୍‌ଏଲ୍‌ଏମ୍‌) ସକାଶେ ୭୮୧.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଅତିରିକ୍ତ ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ୭୦୦ କୋଟି ଟଙ୍କା ଏବଂ ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା -ଏନ୍‌ଆରଏଲ୍‌ଏମ୍‌ ପାଇଁ ୮.୯୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ସ୍ବତନ୍ତ୍ର କ୍ଷମତା ଦେବା କଥା। ସରକାର କ୍ଷମତା ହସ୍ତାନ୍ତର କରିବା ପାଇଁ କୌଣସି ବ୍ୟବସ୍ଥା ନ କରି କେବଳ କାର୍ଯ୍ୟକାରୀ ଏଜେନ୍ସି କରି ରଖିଛନ୍ତି। ଦୁର୍ନୀତିକୁ ଘଣ୍ଟ ଘୋଡାଯାଉଛି। ବଲାଙ୍ଗୀର ଜିଲାରେ ଅଧିକାଂଶ ସ୍ଥାନକୁ ପାଇପ୍‌ ପାଣି ନାହିଁ। ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଉଥିବା କହି ବାହୁସ୍ଫୋଟ ମାରୁଛନ୍ତି। ଓଭର ହେଡ୍‌ ଟାଙ୍କିକୁ ପାଣି ଯାଉନି। ଲୋକମାନଙ୍କୁ ପିଇବା ପାଣି ମିଳୁନି। ସରକାର ପାନୀୟ ଜଳ ଯୋଗାଇବାରେ ଫେଲ୍‌ ମାରିଛନ୍ତି କହି ସେ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ ମଧ୍ୟ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।

ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବିକୁ ସମର୍ଥନ କରି ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପଞ୍ଚାୟତିରାଜ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଦେଖିଥିବା ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ପୂରଣ କରୁଛନ୍ତି। କୋଭିଡ୍‌ ପରିଚାଳନାରେ ପଞ୍ଚାୟତିରାଜ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, ପ୍ରୀତିରଞ୍ଜନ ଘଡାଇ, ସୁଧୀର ସାମଲ, ଲତିକା ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ସରକାରଙ୍କ ଗୁଣଗାନ କରିବା ସହ ଖର୍ଚ୍ଚ ଦାବି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନ୍‌ରେ ପାରିତ କରାଇଥିଲେ। ରବିବାର ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ: ୪ ବର୍ଗଙ୍କୁ ଫୋକସ୍‌

ଭୁବନେଶ୍ୱର,୫।୫: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା...

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri