ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା

କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା ଶ୍ରୀଜୀଉଙ୍କ ବିଶେଷତ୍ୱ ଭିନ୍ନ। ଏଠାରେ ଦେବୀ ସୁୁଭଦ୍ରା ହେଉଛନ୍ତି ରକ୍ତବର୍ଣ୍ଣା। ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱରେ ସବୁଠି ଦେବୀ ସୁଭଦ୍ରାଙ୍କ ବର୍ଣ୍ଣ ହଳଦିଆ ଥିବା ବେଳେ ଏଠାରେ ଲାଲ ଅର୍ଥାତ୍‌ ରକ୍ତବର୍ଣ୍ଣା। ତେବେ ଆଗରୁ ତନ୍ତ୍ର ଦ୍ୱାରା ପୂଜାର୍ଚ୍ଚନା କରାଯାଉଥିଲା। ଏଣୁ ଏହି ତନ୍ତ୍ର ପ୍ରଭାବରେ ଦେବୀ ସୁଭଦ୍ରାଙ୍କ ବର୍ଣ୍ଣ ରକ୍ତବର୍ଣ୍ଣ ବା ଲାଲ୍‌ ହୋଇଯାଇଛି ବୋଲି କୁହାଯାଏ।
ଐତିହ୍ୟସମ୍ପନ୍ନ ଶ୍ରୀଶ୍ରୀବଳଦେବଜୀଉଙ୍କ ମନ୍ଦିରର ଉଚ୍ଚତା ୯୦ ହାତ ହୋଇଥିବା ବେଳେ ରଥର ଉଚ୍ଚତା ୭୨ ଫୁଟରୁ ଅଧିକ। ଏହି ପ୍ରସ୍ତର ନିର୍ମିତ ମନ୍ଦିରରେ ଭରି ରହିଛି ବହୁ କାରୁକାର୍ଯ୍ୟ। ଚାରିପାଖରେ ରହିଛନ୍ତି ପାର୍ଶ୍ୱ ଦେବଦେବୀ ଓ ମନ୍ଦିର ପରିସର ଚାରିପାଖରେ ରହିଛି ମେଘନାଦ ପାଚେରୀ। ଏଠାରେ ନିର୍ମିତ ରଥ ପୁରୀ ରଥଠାରୁ ଉଚ୍ଚ ବୋଲି କୁହାଯାଏ। ଆଗରୁ ଏହାର ଉଚ୍ଚତା ୭୪ ଫୁଟରୁ ଅଧିକ ରହୁଥିବା ବେଳେ କାଠର ଅଭାବ ଯୋଗୁ ଉଚ୍ଚତା ହ୍ରାସ କରାଯାଉଛି। ମହାରାଜ ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ସ୍ବପ୍ନାଦେଶ କ୍ରମେ ଶ୍ରୀବଳଦେବ ଜୀଉଙ୍କ ଆନନ୍ଦପୁର ଉପଖଣ୍ଡ ବଂଚୋ ନିକଟରେ ବୈତରଣୀ ନଦୀକୂଳରୁ ବାଲି ତଳୁ ପାଇ ଏଠାରେ ସ୍ଥାପନ କରିଥିଲେ। ପୂର୍ବରୁ ମନ୍ଦିର ନିର୍ମାଣ ପରେ ତନ୍ତ୍ରଦ୍ୱାରା ପୂଜାର୍ଚ୍ଚନା କରାଯାଇ ସୁଦର୍ଶନ ଚକ୍ରଙ୍କୁ ମନ୍ଦିର ଉପରକୁ ଉଠାଇଯାଇଥିବା କୁହାଯାଏ। ଏହି ମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ପୁରୀ ଶ୍ରୀମନ୍ଦିର ଭଳି ସମ୍ପନ୍ନ କରାଯାଇଆସୁଥିବା ବେଳେ ଭଜା ଖିଚୁଡି, ଖିରିକାକରା, ମନୋହରୀ ତାଟ ଆଦି ଭୋଗ ଲାଗିଥାଏ। ଏଠାରେ ଚନ୍ଦନଯାତ୍ରା, ରଥଯାତ୍ରା, ଦୋଳଯାତ୍ରା ଆଦି ପାଳନ କରାଯାଇଥାଏ। ଏଠାରେ ଭଗବାନ୍‌ ସୁଦର୍ଶନଙ୍କୁ ପୂଜା କରାଯାଇଥାଏ। ରଥଯାତ୍ରା ସମୟରେ ଭଗବାନ୍‌ ସୁଦର୍ଶନଙ୍କୁ ପ୍ରଥମେ ରଥାରୂଢ଼ କରାଯିବା ପରେ ଅନ୍ୟ ଠାକୁରମାନଙ୍କୁ ଧାଡ଼ି ପହଣ୍ଡିରେ ଆଣି ରଥ ଚାରିପାଖ ବୁଲାଇ ରଥାରୂଢ଼ କରାଯାଇଥାଏ।
ପୁରୀରେ ନିମ କାଠରେ ଶ୍ରୀଜୀଉଙ୍କ ନବ କଳେବର କରାଯାଇଥାଏ। ଯେହେତୁ ଏଠାରେ ଶ୍ରୀଜୀଉଙ୍କୁ ସ୍ଥାପନା କରାଯାଇଛି, ଏଣୁ ରେକର୍ଡ ଅଫ୍‌ ରାଇଟ୍ସରେ ନବକଳେବର କରିବା ନେଇ କାୈଣସି ବ୍ୟବସ୍ଥା ନ ଥିବାରୁ ଏଠାରେ ଶ୍ରୀଜୀଉଙ୍କ ନବକଳେବର ହୋଇ ପାରୁନାହିଁ। ତେବେ ଏହାକୁ ସ୍ନାନପୂର୍ଣ୍ଣିମା ପରେ ନବଯୌବନ ଦର୍ଶନ ବେଳେ ଶ୍ରୀଜୀଉମାନଙ୍କ ଅବୟବରୁ ରଙ୍ଗ ଛଡ଼ାଯାଇ ଏକ ସ୍ବତନ୍ତ୍ର କନା ଗୁଡ଼ାଇ ତା’ ଉପରେ ଏକ ସ୍ବତନ୍ତ୍ର ଲେପ ଦିଆଯାଇଥାଏ ଏବଂ ଚିତ୍ରକାରଙ୍କ ରଙ୍ଗତୂଳୀ ସ୍ପର୍ଶରେ ଶ୍ରୀଜୀଉମାନେ ଜୀବନ୍ତ ହୋଇ ଉଠନ୍ତି।
ବାହୁଡ଼ା ଯାତ୍ରା ପରଦିନ ଏଠାରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉମାନଙ୍କୁ ମୋତି, ମଣିମାଣିକ୍ୟ ଖଚିତ ସୁନାଗହଣାରେ ବେଶ କରାଯାଇଥାଏ, ଯାହାକୁ ଦେଖିବାକୁ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ।
– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri