ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ହେବ

ନୂଆଦିଲ୍ଲୀ,୧୨।୭: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କାର୍ଯ୍ୟକ୍ରମ ଉପରେ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସରକାର ଏବଂ ଏଲ୍‌ଆଇସି ଏହି ବ୍ୟାଙ୍କରେ ରହିଥିବା ସମ୍ପୂର୍ଣ୍ଣ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଚୂଡ଼ାନ୍ତ ହେଲେ କେତେ ଅଂଶଧନ ଖସିଲା ତାହା ଜଣାପଡ଼ିବ। ଆଗାମୀ ଦିନରେ ଆଇଡିବିଆଇ ବ୍ୟାଙ୍କ ଲାଗି ଏଲ୍‌ଆଇସି ଏବଂ ସରକାର ସହ ପ୍ରମୋଟର ରହିବେ କି ନାହିଁ ସେ ନେଇ ମଧ୍ୟ ଶେଷ ନିଷ୍ପତ୍ତି ହୋଇନାହିଁ। ବିଭିନ୍ନ କମ୍ପାନୀର ଘରୋଇକରଣ ଉପରେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ବର୍ତ୍ତମାନ କାର୍ଯ୍ୟପନ୍ଥା ଗ୍ରହଣ କରୁଛି। ନୂଆ ସଂସ୍ଥା ହାତକୁ ଗଲେ ବ୍ୟାଙ୍କ ଯେଭଳି ସମ୍ପୂର୍ଣ୍ଣ ଭାବେ ନିଜର ଯୋଜନା ଗ୍ରହଣ କରିବ ସେ ନେଇ ନୀତି ପ୍ରସ୍ତୁତ କରାଯାଇଛି। ସେହିଭଳି ବ୍ୟାଙ୍କର ଘରୋଇକରଣ ପରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ତାକୁ ନେଇ ମଧ୍ୟ ନୀତି ଆୟୋଗ ସରକାରଙ୍କୁ ପରାମର୍ଶ ପ୍ରଦାନ କରିଥିବା ଜଣାପଡିଛି।
ପାଇଁ ନୀତି ଆୟୋଗ ଏକକ ବିଡିଂ ସପକ୍ଷରେ ରହିଛି। ଅର୍ଥାତ୍‌ ଏହି ବ୍ୟାଙ୍କ ପରିଚାଳନା ଯିଏ ବି ନେବେ ଏକାକୀ ନେବେ। ଗୋଷ୍ଠୀଗତ ବା କନସୋର୍ଟିୟମ ସପକ୍ଷରେ ସରକାର ନାହାନ୍ତି। ଅଂଶଧନ ବିକ୍ରି ଲାଗି ରିଜର୍ଭ ବ୍ୟାଙ୍କର ଚୂଡାନ୍ତ ମଞ୍ଜୁରୀ ଲୋଡ଼ା ପଡ଼ିବ। ଉକ୍ତ ବ୍ୟାଙ୍କରେ ରହିଥିବା ୧୦୦% ଅଂଶଧନକୁ ସରକାର ଏବଂ ଏଲ୍‌ଆଇସି ଖସାଇପାରିବେ ବୋଲି ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି(ସିସିଇଏ) ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହାବାଦ୍‌ ପରିଚାଳନା ନିୟନ୍ତ୍ରଣ ମଧ୍ୟ ହସ୍ତାନ୍ତର କରାଯିବ। ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ନୀତି ଆୟୋଗ କହିସାରିଛି। ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ ପକ୍ଷରୁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହ ଟ୍ରାଞ୍ଜାକ୍‌ଶନ ଆଡଭାଇଜରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖାଯାଇଛି। ସେହିଭଳି ଟ୍ରାଞ୍ଜାକ୍‌ଶନ ଆଡ୍‌ଭାଇଜରଙ୍କ ଲାଗି ଆବେଦନ କରିବା ଅବଧିକୁ ଚଳିତବର୍ଷ ଜୁଲାଇ ୨୩ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଇଡିବିଆଇ ବ୍ୟାଙ୍କରେ ବର୍ତ୍ତମାନ ସରକାରଙ୍କ ୪୫.୫% ଏବଂ ଏଲ୍‌ଆଇସିର ୪୯% ଅଂଶଧନ ରହିଛି। ବ୍ୟାଙ୍କ ଗତ କିଛିବର୍ଷ ହେବ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri