Posted inଫୁରସତ

ଦେବୀ ମା’ଙ୍କୁ ଚଢାଯାଏ ଚପଲ ମାଳ

ମନ୍ଦିରକୁ ଗଲେ ଚପଲ ବାହାରେ ରଖି ଭିତରକୁ ଯିବାକୁ ହୁଏ। ଆଉ ଭଗବାନଙ୍କୁ ଫୁଲମାଳ, ପ୍ରସାଦ, ଖୀର, ଦହି, ମିଷ୍ଟାନ୍ନ ଆଦି ପ୍ରସାଦ ଚଢାଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଚପଲ ମାଳ କରି ଠାକୁରଙ୍କୁ ଚଢାଯାଏ। ଏହି ମନ୍ଦିର କର୍ନାଟକ, ଗୁଲବର୍ଗ ଜିଲାରେ ରହିଛି। ଏଠାରେ ଦେବୀ ଲକମ୍ମାଙ୍କୁ ପୂଜା କରାଯାଏ। ଏଠାରେ ଦେବୀଙ୍କୁ ଫୁଲମାଳା, ପ୍ରସାଦ, ଦୁଧ, ଦହି ପ୍ରସାଦ ଚଢାଯାଏ ନାହିଁ। ବରଂ ମନ୍ଦିର ପରିସରରେ ଥିବା ଏକ ଗଛରେ ଭକ୍ତମାନେ ଚପଲର ମାଳା ଟାଙ୍ଗିଥାନ୍ତି। ଚପଲ, ଜୋତା ମାଳା ଚଢାଇବା ପୂଜା ପ୍ରତିବର୍ଷ ଦିପାବଳୀର ଷଷ୍ଠଦିନ ପାଳନ କରାଯାଇଥାଏ। ଏହିଦିନ ଭକ୍ତଙ୍କର ପ୍ରବଳ ଭିଡ ହୋଇଥାଏ। ଦୂରଦୂରାନ୍ତରୁ ଭକ୍ତ ଏହି ପୂଜାରେ ସାମିଲ ହେବାକୁ ଆସିଥାନ୍ତି। ତେବେ ଚପଲ ଚଢାଇବା ପଛରେ ମାନ୍ୟତା ରହିଛି ଯେ, ଦେବୀ ମା’ ରାତିରେ ଭକ୍ତଙ୍କ ଚପଲ ପିନ୍ଧି ବିଚରଣ କରନ୍ତି। ଆଉ ମା’ ଯାହାର ଚପଲ ପିନ୍ଧି ବୁଲିବେ ତା’ର ସବୁ ଦୁଃଖକଷ୍ଟ ଦୂର ହୋଇଯାଏ। ତାଙ୍କ ଜୀବନ ଖୁସିରେ ଭରିଯାଏ। ଏହି ମାନ୍ୟତା ପାଇଁ ଏଠାରେ ଚପଲ ଜୋତାର ବିକ୍ରି ବହୁତ ଭଲ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ...

ପୋକରେ ତିଆରି ଆମଲେଟ୍‌: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ

ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍‌ ଖାଇଥିବେ। ତେବେ ଭିଏତ୍‌ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍‌ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା...

ପିଠି କୁଣ୍ଡାଉଛି ଜେସିବି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ଅଛି, ଯାହାକୁ ଦେଖିଲେ ନ ହସି ରହିପାରିବେନି। ଏବେ...

ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର...

ମାତ୍ର ୧୪ ବର୍ଷ ବୟସରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ଏବେ ଅଛନ୍ତି ଏହି ପଦବୀରେ

ଲୋକପ୍ରିୟ ଟିଭି ଶୋ’ କୌନ୍‌ ବନେଗା କରୋଡପତିରେ ଭାଗ ନେଇ କୋଟି କୋଟି ଟଙ୍କା ଜିତୁଥବା ପ୍ରତିଯୋଗୀ ପରବର୍ତ୍ତୀ ସମୟରେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସେମିତି...

ଡିଜିଟାଲ ମିଡିଆ ନୂଆ ପିଢ଼ି ପାଇଁ ଟ୍ରେଣ୍ଡ

ପେସାରେ ସେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ୨୦୧୫ରେ ଏକ ସିଙ୍ଗିଙ୍ଗ ରିଅଲିଟି ଶୋ’ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।...

୫୦୦ ବର୍ଷଧରି ଏହି ଗାଁ ଲୋକମାନେ ଗ୍ରହଣ କରିନାହାନ୍ତି ଆମିଷ ଓ ନିଶାଦ୍ରବ୍ୟ : ଜାଣନ୍ତୁ କ’ଣ ରହିଛି କାରଣ

ଉତ୍ତରପ୍ରଦେଶର ଦେଓବନ୍ଦଠାରୁ ୫ କିଲୋମିଟର ଦୂରରେ ଏକ ଏକରି ଗାଁ ଅଛି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ମାଙ୍ଗାଲୋର ରୋଡରେ ଥିବା କାଳୀ ନଦୀ...

ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି

ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...

Advertisement
Archives

Model This Week