Posted inଫୁରସତ

ଦେବୀ ମା’ଙ୍କୁ ଚଢାଯାଏ ଚପଲ ମାଳ

ମନ୍ଦିରକୁ ଗଲେ ଚପଲ ବାହାରେ ରଖି ଭିତରକୁ ଯିବାକୁ ହୁଏ। ଆଉ ଭଗବାନଙ୍କୁ ଫୁଲମାଳ, ପ୍ରସାଦ, ଖୀର, ଦହି, ମିଷ୍ଟାନ୍ନ ଆଦି ପ୍ରସାଦ ଚଢାଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଚପଲ ମାଳ କରି ଠାକୁରଙ୍କୁ ଚଢାଯାଏ। ଏହି ମନ୍ଦିର କର୍ନାଟକ, ଗୁଲବର୍ଗ ଜିଲାରେ ରହିଛି। ଏଠାରେ ଦେବୀ ଲକମ୍ମାଙ୍କୁ ପୂଜା କରାଯାଏ। ଏଠାରେ ଦେବୀଙ୍କୁ ଫୁଲମାଳା, ପ୍ରସାଦ, ଦୁଧ, ଦହି ପ୍ରସାଦ ଚଢାଯାଏ ନାହିଁ। ବରଂ ମନ୍ଦିର ପରିସରରେ ଥିବା ଏକ ଗଛରେ ଭକ୍ତମାନେ ଚପଲର ମାଳା ଟାଙ୍ଗିଥାନ୍ତି। ଚପଲ, ଜୋତା ମାଳା ଚଢାଇବା ପୂଜା ପ୍ରତିବର୍ଷ ଦିପାବଳୀର ଷଷ୍ଠଦିନ ପାଳନ କରାଯାଇଥାଏ। ଏହିଦିନ ଭକ୍ତଙ୍କର ପ୍ରବଳ ଭିଡ ହୋଇଥାଏ। ଦୂରଦୂରାନ୍ତରୁ ଭକ୍ତ ଏହି ପୂଜାରେ ସାମିଲ ହେବାକୁ ଆସିଥାନ୍ତି। ତେବେ ଚପଲ ଚଢାଇବା ପଛରେ ମାନ୍ୟତା ରହିଛି ଯେ, ଦେବୀ ମା’ ରାତିରେ ଭକ୍ତଙ୍କ ଚପଲ ପିନ୍ଧି ବିଚରଣ କରନ୍ତି। ଆଉ ମା’ ଯାହାର ଚପଲ ପିନ୍ଧି ବୁଲିବେ ତା’ର ସବୁ ଦୁଃଖକଷ୍ଟ ଦୂର ହୋଇଯାଏ। ତାଙ୍କ ଜୀବନ ଖୁସିରେ ଭରିଯାଏ। ଏହି ମାନ୍ୟତା ପାଇଁ ଏଠାରେ ଚପଲ ଜୋତାର ବିକ୍ରି ବହୁତ ଭଲ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri